ବଦଳିବ ଭୁବନେଶ୍ଵର ରେଳ ଷ୍ଟେସନର ଚିତ୍ର ଭୁବନେଶ୍ବର: ଭୁବନେଶ୍ବର ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ ରେଳ ଷ୍ଟେସନ କରିବା କାର୍ଯ୍ୟ ଜାରି ରହିଛି । ଖୁବଶୀଘ୍ର ଭୁବନେଶ୍ଵର ଷ୍ଟେସନର ଚିତ୍ର ବଦଳିବାକୁ ଯାଉଛି । ଏହି ରେଳ ଷ୍ଟେସନକୁ ଏକ ଅତ୍ୟାଧୁନିକ ରୂପ ଦିଆଯିବା ସହିତ ଏକ ମଲ୍ଟି ମୋଡାଲ ହବ୍ରେ ପରିଣତ କରାଯିବ । ୩୯୮ କୋଟି ଟଙ୍କା ବ୍ୟୟରେ ଷ୍ଟେସନର ପୁନଃବିକାଶ କରାଯାଉଛି । ଏନେଇ ମଙ୍ଗଳବାର ଷ୍ଟେସନର ଉନ୍ନତିକରଣ କାର୍ଯ୍ୟର ଅଗ୍ରଗତି କାମ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯାତ୍ରୀମାନଙ୍କୁ ଅତ୍ୟାଧୁନିକ ସେବା ଓ ସୁବିଧା ଯୋଗାଇ ଦେବା ପାଇଁ ରେଳ ବିଭାଗର ପ୍ରତିଟି ମୁହୂର୍ତ୍ତରେ ପ୍ରୟାସ ଜାରି ରଖିଛି । ୨୦୨୪ ସୁଦ୍ଧା ଏହାର ଉନ୍ନତିମୂଳକ କାର୍ଯ୍ୟ ଶେଷ ହେବାର ଲକ୍ଷ୍ୟ ରଖାଯାଇଛି ।
ଏହାମଧ୍ୟ ପଢନ୍ତୁ: ବିଶ୍ବସ୍ତରୀୟ ହେବ ଭୁବନେଶ୍ୱର ଷ୍ଟେସନ, ଯୋଡି ହେବ ପ୍ଲାଟଫର୍ମ-ରେଳଧାରଣା
ରେଲୱେ ପାସେଞ୍ଜର ଏମିନିଜିଟି କମିଟି ମେମ୍ବର ଏଥିପାଇଁ ଷ୍ଟେସନରେ ଥିବା ଯାତ୍ରୀମାନଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ କର୍ମଚାରୀଙ୍କୁ ପଚାରି ବୁଝିଛନ୍ତି । ଷ୍ଟେସନରେ ପ୍ରତିଟି ସ୍ଥାନ ବୁଲି ଦେଖିଛନ୍ତି । ପ୍ରବେଶ ଏବଂ ପ୍ରସ୍ଥାନ ସ୍ଥାନରେ ଭଲ ଭାବରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗତ ଡିସେମ୍ବର ୨୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ଭୁବନେଶ୍ବର ଷ୍ଟେସନ ପୁନଃବିକାଶ ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା । ତେଣୁ ଏହି ପ୍ରକଳ୍ପର ନୂଆ ଉନ୍ନତି କାମ କେତେ ବାଟ ଆଗେଇଛି ସେନେଇ ଫୁଙ୍ଖାନୁଫୁଙ୍ଖ ଭାବରେ ସବୁ କିଛି ଆଲୋଚନା ହୋଇଛି ।
ଏହାମଧ୍ୟ ପଢନ୍ତୁ: Bhubaneswar Railway Station: ଖୁବଶୀଘ୍ର ନବକଳେବର, ପ୍ଲାନିଂ ଡିଜାଇନ ଶେଷ
ଏପଟେ ଆସନ୍ତା ୨୦୨୪ ନଭେମ୍ବର ମାସ ସୁଦ୍ଧା ଷ୍ଟେସନର ଉନ୍ନତିମୂଳକ କାର୍ଯ୍ୟ ଶେଷ କରାଯିବ ବୋଲି କହିଛନ୍ତି ADRF କଲ୍ୟାଣ ପଟ୍ଟନାୟକ । ଏହି ପ୍ରୋଜେକ୍ଟ ମାଧ୍ୟମରେ ନୂତନ ବିଲ୍ଡିଂ, ପ୍ଲାଟଫର୍ମ ଲାଇଟ, ୱେଟିଂ ରୁମ, ସର୍ଭିସ୍ ରୋଡ୍, ଫୁଟ୍ ଓଭର ବ୍ରିଜ୍ ସମେତ ଅନେକ ପଦକ୍ଷେପ ନିଆଯାଉଛି, ଯାହାଦ୍ବାରା ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ସୁଯୋଗ ମିଳିପାରିବ । ଏହା ସହିତ ଅତ୍ୟଧିକ ଟେକ୍ନୋଲୋଜିକୁ ବ୍ୟବହାର କରି ଲୋକଙ୍କ ପାଇଁ ଅତ୍ୟାଧୁନିକ ସେବା ଯୋଗାଇଦେବ ରେଲୱେ ବିଭାଗ । ନୂଆ ରୂପ ପାଇବ ଭୁବନେଶ୍ବର ରେଳ ଷ୍ଟେସନ । ୩୯୮ କୋଟି ଟଙ୍କା ବ୍ୟୟରେ ଏହାର ପୁନଃବିକାଶ କାର୍ଯ୍ୟ କରାଯାଉଛି ।
ଏହାମଧ୍ୟ ପଢନ୍ତୁ: ସ୍କୁଲ ଭଳି କଲେଜର ମଧ୍ୟ ବଦଳିବ ଚେହେରା, ରୂପାନ୍ତର ହେବ ଗଞ୍ଜାମର ୧୧ଟି ଶିକ୍ଷାନୁଷ୍ଠାନ
ଇଟିଭି ଭାରତ, ଭୁବନେଶ୍ବର