ଓଡିଶା

odisha

ETV Bharat / state

ଜାରି ରହିଛି କୋହଲା ପାଗ, 3 ଜିଲ୍ଲାରେ ମଧ୍ୟମ ଧରଣ ବର୍ଷା ସମ୍ଭାବନା - ଆଞ୍ଚଳିକ ପାଣିପାଗ କେନ୍ଦ୍ର

ସାରା ରାଜ୍ୟରେ ଜାରି ରହିଛି କୋହଲା ପାଗ । ଅଧିକାଂଶ ସ୍ଥାନରେ ହାଲୁକା ପବନ ସହ ହାଲୁକା ବର୍ଷା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ସାରା ରାଜ୍ୟରେ ଜାରି ରହିଛି କୋହଲା ପାଗ, ହାଲୁକା ପବନ ସହ ହାଲୁକା ବର୍ଷା
ସାରା ରାଜ୍ୟରେ ଜାରି ରହିଛି କୋହଲା ପାଗ, ହାଲୁକା ପବନ ସହ ହାଲୁକା ବର୍ଷା

By ETV Bharat Odisha Team

Published : Nov 21, 2023, 11:02 PM IST

ସାରା ରାଜ୍ୟରେ ଜାରି ରହିଛି କୋହଲା ପାଗ, ହାଲୁକା ପବନ ସହ ହାଲୁକା ବର୍ଷା

ଭୁବନେଶ୍ବର :ସାରା ରାଜ୍ୟରେ ଜାରି ରହିଛି କୋହଲା ପାଗ । ଅଧିକାଂଶ ସ୍ଥାନରେ ହାଲୁକା ପବନ ସହ ହାଲୁକା ବର୍ଷା ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁରୀ ଜିଲ୍ଲାର ଗୋପରେ ସର୍ବାଧିକ ୧୨ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ କୃଷ୍ଣପ୍ରସାଦରେ ୧୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିଭଳି ଜଗତସିଂହପୁର ଏବଂ ଗଞ୍ଜାମରେ ବି ହାଲୁକା ବର୍ଷା ହୋଇଛି । ରାଜ୍ୟକୁ ପ୍ରବେଶ କରୁଥିବା ପୂର୍ବାଳି ତରଙ୍ଗାୟିତ ପବନ ପ୍ରଭାବରେ ଏଭଳି ପାଗ ଜାରି ରହିଛି । ଭୁବନେଶ୍ବର ରେ 20.4 ଡିଗ୍ରୀ ସେଲସିୟସ୍ ଏବଂ କଟକରେ 21 ଡିଗ୍ରୀ ସେଲସିୟସ୍ ସର୍ବନିମ୍ନ ତାପମାତ୍ରା ରହୁଛି । ଜଗତସିଂହପୁର, ପୁରୀ, ଗଂଜାମରେ ଅଳ୍ପ ରୁ ମଧ୍ୟମ ଦରଣ ର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଖୋର୍ଦ୍ଧା, ନୟାଗଡ, କନ୍ଧମାଳ ଭଳି 12ଟି ଜିଲ୍ଲାରେ ହାଲୁଋଋକା ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ...ଦୁର୍ବଳ ହେଲା ବାତ୍ୟା 'ମିଧିଲି', ରାଜ୍ୟରୁ ଶୀତ ଗାଏବ

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସହ ୨୩ ତାରିଖରେ ଦକ୍ଷିଣ ଓଡ଼ିଶା ଜିଲ୍ଲା ଯଥା ନବରଙ୍ଗପୁର, ରାୟଗଡା, କୋରାପୁଟ, ଗଜପତି ଆଦି ସ୍ଥାନ ରେ ରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି 25 ତାର୍ଖ ରେ କନ୍ଧମାଳ, ଗଞ୍ଜାମ, ଗଜପତି, ମାଲକାନଗିରି ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି

ଏହା ମଧ୍ୟ ପଢନ୍ତୁ...ବଙ୍ଗୋପସାଗରରେ ବାତ୍ୟା ! ଓଡ଼ିଶାକୁ ନାହିଁ ବିପଦ, ପ୍ରବଳ ବର୍ଷିବା ସମ୍ଭାବନା

ବର୍ଷା ପ୍ରଭାବରେ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ରହୁଥିବାରୁ ତାପମାତ୍ରା ଉପରମୁହାଁ ହୋଇଛି । ଉପକୂଳ ଓଡ଼ିଶାରେ ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ଥିବା ବେଳେ ଆଭ୍ୟନ୍ତରୀଣ ଏବଂ ପାହାଡିଆ ଅଞ୍ଚଳରେ ସ୍ବାଭାବିକଠାରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଉପରେ ଅଛି ପାରଦ । ୫ ଦିନ ପରେ ପାଗରେ ପରିବର୍ତ୍ତନ ହୋଇପାରେ । ନିକଟରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ବାତ୍ୟା ମିଧିଲି । କିନ୍ତୁ ଏହା ଓଡିଶା ଉପରେ କୌଣସି ପ୍ରଭାବ ପକାଇ ନ ଥିଲା । ପରବର୍ତ୍ତୀ ସମୟରେ ଏହା ବାଙ୍ଗଲାଦେଶ ଅଭିମୁଖେ ଗତି କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details