ଓଡିଶା

odisha

ETV Bharat / state

ଏମଆରଙ୍କୁ ଦଲାଲ ସଜାଇଲା ପୋଲିସ, ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା ସଙ୍ଘ

ଗତ 25 ତାରିଖରେ ହସ୍ପିଟାଲ ପରିସରରୁ ପୋଲିସ ଦଲାଲ ଦର୍ଶାଇ 3ଜଣ ଏମଆରଙ୍କୁ ଗିରଫ କରିଛି। ଯାହାକୁ ସଙ୍ଘ ପକ୍ଷରୁ ବେଆଇନ ଓ ଅସାମ୍ବିଧାନିକ ବୋଲି କୁହାଯାଇଛି। ସେମାନଙ୍କୁ ତୁରନ୍ତ ନିଃସର୍ତ୍ତ ଖଲାସ କରିବା ସହିତ ସମ୍ବିଧାନ ଅନୁଯାୟୀ ସେମାନଙ୍କୁ କାର୍ଯ୍ୟ କରିବାର ସୁଯୋଗ ଦେବାକୁ ଦାବି କରିଛନ୍ତି।

By

Published : Sep 27, 2019, 10:54 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲ ପରିସରରୁ କିଛି କାର୍ଯ୍ୟରତ ମେଡିସିନ ରିପ୍ରେଜେଣ୍ଟଟେଟିଭ ମାନଙ୍କୁ ଦଲାଲ ଦର୍ଶାଇ ପୋଲିସ୍‌ ଗିରଫ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଯାହାକୁ ନେଇ ଶୁକ୍ରବାର ଦିନ ମେଡିସିନ ରିପ୍ରେଜେଣ୍ଟଟେଟିଭ ଓ ସେଲସ ରିପ୍ରେଜେଣ୍ଟଟେଟିଭ ସଂଘ ରାଜରାସ୍ତାକୁ ଓହ୍ଲାଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସୂଚନାଯୋଗ୍ୟ, ଗତ 25 ତାରିଖରେ ହସ୍ପିଟାଲ ପରିସରରୁ ପୋଲିସ ଦଲାଲ ଦର୍ଶାଇ 3ଜଣ ଏମଆରଙ୍କୁ ଗିରଫ କରିଛି । ଯାହାକୁ ସଙ୍ଘ ପକ୍ଷରୁ ବେଆଇନ ଓ ଅସାମ୍ବିଧାନିକ ବୋଲି କୁହାଯାଇଛି। ସେମାନଙ୍କୁ ତୁରନ୍ତ ନିଃସର୍ତ୍ତ ଖଲାସ କରିବା ସହିତ ସମ୍ବିଧାନ ଅନୁଯାୟୀ ସେମାନଙ୍କୁ କାର୍ଯ୍ୟ କରିବାର ସୁଯୋଗ ଦେବାକୁ ଦାବି କରିଛନ୍ତି।

ଏନେଇ ୟୁନିୟନର ସମ୍ପାଦକ ସତ୍ୟବ୍ରତ ମହାପାତ୍ର ପୋଲିସର ଔଷଧ ପ୍ରତିନିଧି ମାନଙ୍କ ପ୍ରତି ଏପରି କାର୍ଯ୍ୟ ଦୁର୍ଭାଗ୍ୟଜନକ ଓ ଅପମାନିତ ଜନକ ବୋଲି କହିଛନ୍ତି। ସମ୍ବିଧାନର ଡ୍ରଗ ଆକ୍ଟ ଅନୁସାରେ ଥିବା ବ୍ୟବସ୍ଥାନୁସାରେ ସେମାନଙ୍କୁ କାର୍ଯ୍ୟ କରିବା ପାଇଁ ସମୟ ନିର୍ଘଣ୍ଟ କରିବାକୁ ଦାବି କରିଛନ୍ତି। ସରକାର ଏହା ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଏହି ଆନ୍ଦୋଳନରେ ଭୁବନେଶ୍ବରରେ କାର୍ଯ୍ୟକରୁଥିବା ସିଆଇଟିୟୁର ମିଳିତ ସହଯୋଗରେ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ଶତାଧିକ ମେଡିସିନ ରିପ୍ରେଜେଣ୍ଟଟିଭ ଭାଗ ନେଇ ସରକାରଙ୍କ ଏପରି ନୀତିକୁ ବିରୋଧ କରି ଧାରଣାରେ ବସିଥିଲେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ABOUT THE AUTHOR

...view details