ଓଡିଶା

odisha

ETV Bharat / state

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପାର୍କିଂ ସମସ୍ୟା, ରୋଗୀ ହନ୍ତସନ୍ତ - ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପାର୍କିଂ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି । ଚିକିତ୍ସାଳୟର ମୁଖ୍ୟ ପ୍ରବେଶ ଦ୍ବାରରେ ନିୟମିତ ଶତାଧିକ ମୋଟର ସାଇକେଲ ରଖାଯାଉଥିବା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

By

Published : Aug 28, 2019, 7:31 PM IST

ଖୋର୍ଦ୍ଧା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପାର୍କିଂ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି । ଚିକିତ୍ସାଳୟର ମୁଖ୍ୟ ପ୍ରବେଶ ନିକଟରେ ନିୟମିତ ଶତାଧିକ ମୋଟର ସାଇକେଲ ପାର୍କିଂ ହୋଇଥିବା ଦେଖିବାକୁ ମିଳିଛି । ଏହା ଦ୍ବାରା ରୋଗୀ ଓ ଜରୁରୀ କାଳୀନ ଗାଡିର ପ୍ରବେଶ ପ୍ରସ୍ଥାନ ପାଇଁ ସମସ୍ୟା ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଚିକିତ୍ସାଳୟର ଶାନ୍ତି ଶୃଙ୍ଖଳା ଓ ପାର୍କିଂ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବିଭିନ୍ନ ଘରୋଇ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି । କିନ୍ତୁ ଉକ୍ତ ସଂସ୍ଥାର ସୁରକ୍ଷାକର୍ମୀଙ୍କ ଅବହେଳାରୁ ମୁଖ୍ୟ ଚିକିତ୍ସାଳୟରେ ବେଆଇନ ପାର୍କିଂ ଓ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଚିକିତ୍ସାଳୟରେ ପ୍ରାଚୀର ନ ଥିବାରୁ ଏଭଳି ସମସ୍ୟା ଉପୁଜୁଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବିଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ଦେବେ ପ୍ରାଚୀର ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବ ସେ କହିଛନ୍ତି ।


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details