ଭୁବନେଶ୍ବର:ତୃତୀୟ ଲିଙ୍ଗୀଙ୍କ ପାଇଁ ସ୍ଵତନ୍ତ୍ର ଚିକିସା ପାଇଁ ସ୍ୱାସ୍ଥ୍ୟ ବିଭାଗର ପ୍ରୟାସ । ଜିଲ୍ଲା ସ୍ତରରେ ଗଠନ ହେବ ମେଡିକାଲ ବୋର୍ଡ । ଲିଙ୍ଗ ପରିବର୍ତ୍ତନ ପାଇଁ ଅସ୍ତ୍ରୋପଚାର କଲେ ସହାୟତା ଦିଆଯିବ । ଏନେଇ ସ୍ୱାସ୍ଥ୍ୟ ସଚିବ ଦେଇଛନ୍ତି ନିର୍ଦ୍ଦେଶ । ସରକାରୀ ହସ୍ପିଟାଲରେ ତୃତୀୟ ଲିଙ୍ଗୀମାନେ ଯଦି ଲିଙ୍ଗ ପରିବର୍ତ୍ତନ କରିବା ପାଇଁ ଅସ୍ତ୍ରୋପଚାର କରନ୍ତି ତେବେ ସେମାନଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ମଧ୍ୟ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।
ତୃତୀୟ ଲିଙ୍ଗୀଙ୍କ ପାଇଁ ଆବଶ୍ୟକୀୟ ସ୍ଵାସ୍ଥ୍ୟଗତ ସମାଧାନ ଦିଗରେ ମେଡିକାଲ ବୋର୍ଡ ଦାୟିତ୍ଵ ତୁଲାଇବ । ଜିଲ୍ଲା ସ୍ତରରେ ମେଡିକାଲ ବୋର୍ଡ ଗଠନ କରାଯିବ । ଏନେଇ ଜାତୀୟ ମାନବାଧିକାର କମିଶନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅନେକ ସମୟରେ ଦେଖାଯାଉଛି ତୃତୀୟ ଲିଙ୍ଗୀଙ୍କୁ ଅନେକ ସମୟରେ ଅବହେଳା କରାଯାଉଛି । ଏନେଇ ମଧ୍ୟ ଅନେକ ସମୟରେ ଅଭିଯୋଗ ହେଉଥିଲା । ତେବେ ଏହାକୁ ଦୃଷ୍ଟିରେ ରଖି ପ୍ରତି ଜିଲ୍ଲାରେ ମେଡିକାଲ ବୋର୍ଡ ଗଠନ କରାଯିବ । ଏନେଇ ସ୍ୱାସ୍ଥ୍ୟ ସଚିବ ସମସ୍ତ ସିଡିଏମଓ ଓ ପିଏଚଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ବି ପଢନ୍ତୁ- କିନ୍ନର ମାନଙ୍କ କାହାଣୀକୁ ନେଇ ରିଲିଜ ହେଲା ଆଲବମ 'ଏକି ଜୀବନ'