ଓଡିଶା

odisha

IPS Reshuffle: ବି ଗଙ୍ଗାଧରଙ୍କ ବଦଳରେ ଏସ ସୁଶ୍ରୀଙ୍କୁ ମୟୁରଭଞ୍ଜ ଦାୟିତ୍ବ

By ETV Bharat Odisha Team

Published : Nov 4, 2023, 9:53 PM IST

Updated : Nov 4, 2023, 10:05 PM IST

ଗୃହ ବିଭାଗର ବିଜ୍ଞପ୍ତି ଅନୁସାରେ, ମୟୂରଭଞ୍ଜ ଏସପି ଥିବା ୨୦୧୧ ବ୍ୟାଚର ଆଇପିଏସ ଅଧିକାରୀ ବି ଗଙ୍ଗାଧରଙ୍କର ପୋଲିସ ମୁଖ୍ୟାଳୟକୁ ବଦଳି ହୋଇଛି । ସେହିପରି ନବରଙ୍ଗପୁର ଏସପି ଥିବା ୨୦୧୮ ବ୍ୟାଚର ଆଇପିଏସ ଏସ ସୁଶ୍ରୀଙ୍କୁ ମୟୂରଭଞ୍ଜ ଏସପି ଭାବେ ନୂଆ ନିଯୁକ୍ତି ମିଳିଛି । ସେହିପରି କେସିଙ୍ଗା ଏସଡିପିଓ ଭାବେ କାର୍ଯ୍ୟରତ ୨୦୧୯ ବ୍ୟାଚ ଆଇପିଏସ ରୋହିତ ବର୍ମାଙ୍କୁ ପଦୋନ୍ନତି ମିଳିଛି । ଅଧିକ ପଢନ୍ତୁ

IPS Reshuffle: ଆଇପିଏସ ଅଦଳ ବଦଳି; ଗଙ୍ଗାଧରଙ୍କ ବଦଳରେ ସୁଶ୍ରୀଙ୍କୁ ମୟୁରଭଞ୍ଜ ଦାୟିତ୍ବ
IPS Reshuffle: ଆଇପିଏସ ଅଦଳ ବଦଳି; ଗଙ୍ଗାଧରଙ୍କ ବଦଳରେ ସୁଶ୍ରୀଙ୍କୁ ମୟୁରଭଞ୍ଜ ଦାୟିତ୍ବ

ଭୁବନେଶ୍ବର: ରାଜ୍ୟ ସରକାର ଆଇପିଏସ ଅଫିସରସ୍ତରରେ ଆଜି ଏକ ଛୋଟଧରଣର ଅଦଳବଦଳ କରିଛନ୍ତି । ଆଇପିଏସ ଏସ ସୁଶ୍ରୀ ହୋଇଛନ୍ତି ମୟୂରଭଞ୍ଜର ଏସପି । ମୟୂରଭଞ୍ଜ ଏସପି ଥିବା ବି ଗଙ୍ଗାଧରଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ୬ ମାସ ମଧ୍ୟରେ ଏହି ବଦଳିକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି ।

ଅଧିକ ପଢନ୍ତୁ- IPS Reshuffle in Odisha: ଦଣ୍ଡ ନା ଉପହାର ? ଟ୍ଵିନସିଟି ଅତିରିକ୍ତ କମିଶନର ହେଲେ ବ୍ରିଜେଶ ରାଏ

ଗୃହ ବିଭାଗର ବିଜ୍ଞପ୍ତି ଅନୁସାରେ, ମୟୂରଭଞ୍ଜ ଏସପି ଥିବା ୨୦୧୧ ବ୍ୟାଚର ଆଇପିଏସ ଅଧିକାରୀ ବି ଗଙ୍ଗାଧରଙ୍କର ପୋଲିସ ମୁଖ୍ୟାଳୟକୁ ବଦଳି ହୋଇଛି । ସେହିପରି ନବରଙ୍ଗପୁର ଏସପି ଥିବା ୨୦୧୮ ବ୍ୟାଚର ଆଇପିଏସ ଏସ ସୁଶ୍ରୀଙ୍କୁ ମୟୂରଭଞ୍ଜ ଏସପି ଭାବେ ନୂଆ ନିଯୁକ୍ତି ମିଳିଛି । ସେହିପରି କେସିଙ୍ଗା ଏସଡିପିଓ ଭାବେ କାର୍ଯ୍ୟରତ ୨୦୧୯ ବ୍ୟାଚ ଆଇପିଏସ ରୋହିତ ବର୍ମାଙ୍କୁ ପଦୋନ୍ନତି ମିଳିଛି । ସେ ନବରଙ୍ଗପୁର ଏସପି ଭାବେ ବଦଳି ହୋଇଛନ୍ତି । ମୟୂରଭଞ୍ଜ ଏସପି ବି ଗଙ୍ଗାଧରଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି ନେଇ ଅନେକ ଚର୍ଚ୍ଚା ଲାଗି ରହିଛି । ଗଙ୍ଗାଧରଙ୍କୁ କାହିଁକି ଅଚାନକ ସରକାର ବଦଳି କଲେ ତାହା ଜଣାପଡ଼ିନାହିଁ । ସେ ଗତ ୬ ମାସ ତଳେ ସମ୍ବଲପୁରରୁ ମୟୂରଭଞ୍ଜ ଏସପି ଭାବେ ବଦଳି ହୋଇଥିଲେ । ଏହା ପୂର୍ବରୁ ସେ ସମ୍ବଲପୁର ଜିଲ୍ଲାର ଏସପି ଥିଲେ ।

ଅଧିକ ପଢନ୍ତୁ- IPS Reshuffle: ଅରୁଣ ବୋଥ୍ରା ହେଲେ କ୍ରାଇମବ୍ରାଞ୍ଚ ADG, ପ୍ରତୀକ ସିଂ ଭୁବନେଶ୍ୱର DCP

ସମ୍ବଲପୁରରେ ଏସପି ଥିବାବେଳେ ସେ ରାଜ୍ୟ ସରକାରଙ୍କ ଗୁଡ଼ ବୁକରେ ଥିବା ନେଇ ଚର୍ଚ୍ଚା ହେଉଥିଲା । ଓଡିଶା ବିଧାନସଭାର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୁଦ୍ଧରେ ମାମଲା ଓ ଅନ୍ୟ କିଛି ଘଟଣାକୁ ନେଇ ସେ ଚର୍ଚ୍ଚାରେ ଥିଲେ । ରାଜ୍ୟ ସରକାରଙ୍କ ଇସାରାରେ କାର୍ଯ୍ୟ କରି ମୟୂରଭଞ୍ଜ ଭଳି ବଡ଼ ଜିଲ୍ଲାର ଏସପି ଭାବେ ପୁରସ୍କୃତ ହୋଇଥିବା ନେଇ ଚର୍ଚ୍ଚା ହେଉଥିଲା । ସମ୍ବଲପୁର ହିଂସା ଘଟଣାରେ ସେ ବିବାଦୀୟ ହୋଇଥିଲେ ବି ସରକାର ତାଙ୍କ ଉପରେ ଭରସା କରିଥିଲେ । ଗତ ମେ ୧୮ ତାରିଖରେ ସରକାର ତାଙ୍କୁ ସମ୍ବଲପୁରରୁ ମୟୂରଭଞ୍ଜକୁ ବଦଳି କରିଥିଲେ । ମାତ୍ର ମୟୂରଭଞ୍ଜ ଜିଲ୍ଲାରେ ତାଙ୍କର ୬ ମାସ ନପୁରୁଣୁ ପୁଣିଥରେ ବଦଳି ହୋଇଛି । ଗଙ୍ଗାଧର ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ସେ ପ୍ରଶଂସିତ ହୋଇଥିଲେ ।

ଇଟିଭି, ଭାରତ ଭୁବନେଶ୍ବର

Last Updated : Nov 4, 2023, 10:05 PM IST

ABOUT THE AUTHOR

...view details