ଭୁବନେଶ୍ବର: ଧାମନଗର (Dhamnagar By Poll) ଦଖଲ ଲାଗି ବିଭିନ୍ନ ପଦକ୍ଷେପ ନେଉଛନ୍ତି ରାଜନୈତିକ ଦଳ । ପ୍ରତି ପଞ୍ଚାୟତରେ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ଆୟୋଜନ କରିଛି ବିଜେପି । ଏହାର ପ୍ରଭାବ ବିଜେଡି ଉପରେ ପଡିବ ନାହିଁ ବୋଲି କହିଛନ୍ତି ବିଜେଡି ନେତା ପ୍ରତାପ କେଶରୀ ଦେବ । ସେପଟେ ଧାମନଗର ବିଜୟ ଲାଗି ଦଳ ଜି ଜାନ ଲଗେଇ ଲଢିବ ବୋଲି କହିଛନ୍ତି ପ୍ରତାପ ।
ପ୍ରତାପ କହିଛନ୍ତି ଯେ, ରାଜେନ୍ଦ୍ର ସ୍ୱାଧୀନ ପ୍ରାର୍ଥୀ ହୋଇସାରିଛନ୍ତି । ରାଜେନ୍ଦ୍ର ସ୍ୱାଧୀନ ପ୍ରାର୍ଥୀ ହେବା, ଫରକ ପଡିବ କି ନପଡିବ ସେ ନେଇ ଏବେ ଚିନ୍ତା କରିବା ଅନୁଚିତ । ଯୁଧ୍ୟଂ ଦେହୀ ଡାକରା ଦିଆଯାଇସାରିଛି । ପଛକୁ ଅନେଇବାର କୌଣସି ଅବକାଶ ନାହିଁ । କୌଣସି ନିର୍ବାଚନକୁ ବିଜେଡି ଢିଲା ଦିଏ ନାହିଁ । ସଭାପତିଙ୍କ ଠାରୁ ଆରମ୍ଭ କରି କର୍ମକର୍ତ୍ତା ଜି ଜାନ ଲଗେଇ ଲଢ଼ିବୁ । ନିର୍ବାଚନ ଜିତିବାକୁ ସର୍ବୋଚ୍ଚ ପ୍ରୟାସ କରାଯିବ । ଯେତେବେଳେ ରାଜେନ୍ଦ୍ର ଦଳର ସଦସ୍ୟ ଥିଲେ, ଦଳର ନିଷ୍ପତ୍ତି ବିରୋଧରେ ଯାଇ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି । ଏହାକୁ ଦଳ ବିରୋଧୀ ବୋଲି ଧରାଯିବ । ଗଣତନ୍ତ୍ରରେ ସମସ୍ତେ ନିର୍ବାଚନ ଲଢ଼ିପାରିବେ । ସେ ପ୍ରାର୍ଥୀ ହୋଇଛନ୍ତି, ଦଳ ତାର କାର୍ଯ୍ୟକ୍ରମ କରିବ । ଜିତିବା ଆଭିମୁଖ୍ୟ ନେଇ ନିର୍ବାଚନ ଲଢ଼ିବ ।
ଏହା ମଧ୍ୟ ପଢନ୍ତୁ:ବିଜେଡିରୁ ବିଦା ହେଲେ ରାଜେନ୍ଦ୍ର ଦାସ