ଓଡିଶା

odisha

ETV Bharat / state

ବେଗୁନିଆରେ ମାସ୍କ ଚେକିଂ କଡାକଡି: କଟକଣା ନ ମାନି ତଣ୍ଡ ଗଣିଲେ ଲୋକେ - max-checking-is-strict

ଖୋର୍ଦ୍ଧାରେ ବଢିଚାଲିଛି ସଂକ୍ରମଣ ସଂଖ୍ୟା । ଏଥିପାଇଁ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ମାସ୍କ ଚେକିଂକୁ କଡାକଡି କରାଯାଇଛି । ଅଧିକ ପଢନ୍ତୁ...

max-checking-is-strict-by-the-begunia-administration
ବେଗୁନିଆରେ ମାସ୍କ ଚେକିଂ କଡାକଡି: କଟକଣା ନମାନି ତଣ୍ଡ ଗଣିଲେ ଲୋକେ

By

Published : Nov 19, 2020, 4:14 PM IST

ଖୋର୍ଦ୍ଧା: ଦେଶର ରାଜଧାନୀରେ ଆରମ୍ଭ ହୋଇଗଲାଣି କୋରୋନାର ଦ୍ବିତୀୟ ଲହର, ଏଥିପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଏହି ଲହରରେ ରୋକ ଲଗାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି ଲହରର ଚେନକୁ ଅଟକାଇବା ପାଇଁ ସାମାଜିକ ଦୂରତା ଏବଂ ମାସ୍କ ବାଧ୍ୟତାମୂଳକ କରାଯାଇଛି ।

ବେଗୁନିଆରେ ମାସ୍କ ଚେକିଂ କଡାକଡି: କଟକଣା ନମାନି ତଣ୍ଡ ଗଣିଲେ ଲୋକେ

ଏଥିପାଇଁ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ମାସ୍କ ଚେକିଂକୁ କଡାକଡି କରାଯାଇଛି । ସେହିଭଳି ଗୁରୁବାର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ବଡ଼ବେରଣା, ଗୋବିନ୍ଦପୁର ଏବଂ ସିମର ଛକରେ ବେଗୁନିଆ ଅତିରିକ୍ତ ତହସିଲଦାରଙ୍କ ନେତୃତ୍ୱରେ ଏକ ଟିମ ମାସ୍କ ଚେକିଂ କରି କୋଭିଡ ନିୟମ ମନୁନଥିବା ଅମାନିଆଙ୍କ ଠାରୁ ଫାଇନ ଆଦାୟ କରିଛନ୍ତି ।

ସେହିଭଳି ବାଘମାରି କଣ୍ଟିଲୋ 48ନଂ ରାଜ୍ୟ ରାଜପଥରେ ଚାଲୁଥିବା ଦୁଇଟି ବସରୁ ସରକାରଙ୍କ ନିୟମ ମାନିନଥିବା ଅଭିଯୋଗରେ ଫାଇନ କଟାଯାଇଛି । ଆଗକୁ ମଧ୍ୟ ଏହି ଚେକିଂ ଆହୁରି କଡାକଡି କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details