ଓଡିଶା

odisha

ETV Bharat / state

ବେଗୁନିଆ ପ୍ରଶାସନ ପକ୍ଷରୁ ମାସ୍କ ଚେକିଂ କଡାକଡି - ବେଗୁନିଆ ପ୍ରଶାସନ ପକ୍ଷରୁ ମାକ୍ସ ଚେକିଂ କଡାକଡି

ଖୋର୍ଦ୍ଧାରେ ବଢିଚାଲିଛି ସଂକ୍ରମଣ ସଂଖ୍ୟା । ରୋକିବାକୁ ପ୍ରଶାସନର ପଦକ୍ଷେପ । ବେଗୁନିଆ ପୋଲିସ ପକ୍ଷରୁ ମାସ୍କ ଚେକିଂ କଡାକଡି କରାଯାଇଛି । ଅଧିକ ପଢନ୍ତୁ...

Max checking is strict by the Begunia administration
ବେଗୁନିଆ ପ୍ରଶାସନ ପକ୍ଷରୁ ମାକ୍ସ ଚେକିଂ କଡାକଡି

By

Published : Oct 21, 2020, 9:17 AM IST

ଖୋର୍ଦ୍ଧ: ନାକେଦମ୍‌ କଲାଣି କୋରୋନା । ସେପ୍ଟେମ୍ବର ମାସରେ ଶିଖର ଛୁଇଁଥିବା ସଂକ୍ରମଣ ଏବେ ଧିମେଇବା ଆରମ୍ଭ କରିଛି । ଏବେ ଲଗାତର ସଂକ୍ରମଣ କମୁଥିବା ଦେଖିବାକୁ ମିଳିଛି । କିନ୍ତୁ ତଥାପି ଆମକୁ ସତର୍କ ରହିବାକୁ ପଡ଼ିବ । ଏନେଇ ବେଗୁନିଆ ପ୍ରଶାସନ ପକ୍ଷରୁ ମାସ୍କ ଚେକିଂ କଡାକଡି କରାଯାଇଛି ।

ବେଗୁନିଆ ପ୍ରଶାସନ ପକ୍ଷରୁ ମାକ୍ସ ଚେକିଂ କଡାକଡି

ମଙ୍ଗଳବାର ସିମୋର, ବଡବେରଣା ସିକୋ ଛକ ମାନଙ୍କରେ ବେଗୁନିଆ ଥାନା ପୋଲିସ ଓ ବେଗୁନିଆ ପ୍ରଶାସନ ପକ୍ଷରୁ ଗଠନ ହୋଇଥିବା ଏକ ଏନଫୋର୍ସମେଣ୍ଟ ଟିମ ମାସ୍କ ଚେକିଂ କରିଥିଲେ ।

ମାସ୍କ ପିନ୍ଧି ନଥିବା ଅମାନିଆଙ୍କଠାରୁ ଜୋରିମାନା ଆଦାୟ ହୋଇଥିବା ବେଳେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ଏଭଳି ମାସ୍କ ଚେକିଂ ସହିତ କୋଭିଡ-୧୯ କଟକଣା ନିୟମଗୁଡିକୁ କାର୍ଯ୍ୟକାରୀ କରାଯାଉଥିବା ବେଗୁନିଆ ତହସିଲଦାର ସୂଚନା ଦେଇଛନ୍ତି ।


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details