ଓଡିଶା

odisha

ETV Bharat / state

ଆଇଓସିଏଲ ମ୍ୟାନେଜରଙ୍କ ଉପରକୁ ବୋମାମାଡ଼ ଘଟଣା, ଅଫୁଟା ବୋମା ଜବତ - ଅଫୁଟା ବୋମା ଜବତ

ଆଇଓସିଏଲ ଡିପୋ ମ୍ୟାନେଜର ନୃସିଂହ ଚରଣ ସେଠିଙ୍କ ଉପରେ ବୋମାମାଡ଼ ଘଟଣାରେ ଜଣେ ଅଟକ ରହିବା ସହ ଏକ ଅଫୁଟା ବୋମା ଜବତ ହୋଇଛି । ଅଧିକ ପଢ଼ନ୍ତୁ...

matter of Bombing on IOCL Manager, Unexploded bomb seized in khurdha, khurdha news, ଆଇଓସିଏଲ ମ୍ୟାନେଜରଙ୍କ ଉପରକୁ ବୋମାମାଡ଼ ଘଟଣା, ଅଫୁଟା ବୋମା ଜବତ, ଖୋର୍ଦ୍ଧା ଖବର
ଆଇଓସିଏଲ ମ୍ୟାନେଜରଙ୍କ ଉପରକୁ ବୋମାମାଡ଼ ଘଟଣା: ଅଫୁଟା ବୋମା ଜବତ

By

Published : Jul 28, 2020, 1:35 PM IST

ଖୋର୍ଦ୍ଧା: ଆଇଓସିଏଲ ମ୍ୟାନେଜରଙ୍କ ଉପରକୁ ବୋମାମାଡ଼ ଘଟଣାରେ ଗୋଟିଏ ଅଫୁଟା ବୋମା ଜବତ ହେବା ସହ ଜଣେ ଅଟକ । ସୂଚନା ଅନୁଯାୟୀ ଗତ 23 ତାରିଖ ସନ୍ଧ୍ୟା ସମୟରେ ଜଟଣୀ ଛଣଘର ନିକଟରେ ଥିବା ଆଇଓସିଏଲ ଡିପୋ ମ୍ୟାନେଜର ନୃସିଂହ ଚରଣ ସେଠି କାରରେ ଘରକୁ ଫେରୁଥିବା ବେଳେ ଦୁଇଜଣ ଦୁର୍ବୁତ୍ତ ତାଙ୍କ କାର ଉପରକୁ ବୋମାମାଡ଼ କରିଥିଲେ । ଏହି ଘଟଣାରେ ମ୍ୟାନେଜର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କ ଡ୍ରାଇଭର ସାମାନ୍ୟ ଆହତ ହୋଇଥିଲେ ।

ଆଇଓସିଏଲ ମ୍ୟାନେଜରଙ୍କ ଉପରକୁ ବୋମାମାଡ଼ ଘଟଣା: ଅଫୁଟା ବୋମା ଜବତ

ତେବେ ମଙ୍ଗଳବାର ଏହି ଘଟଣାରେ କମିଶନରେଟ ପୋଲିସ ଗୋଟିଏ ଅଫୁଟା ବୋମା ଜବତ କରି ଜଣକୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି । କେଉଁ କାରଣରୁ ବୋମାମାଡ଼ ହୋଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ଭୁବନେଶ୍ବର ଡିସିପି ଏହାର ତଦନ୍ତ କରୁଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details