ଖୋର୍ଦ୍ଧା: ଆଜି(ଶୁକ୍ରବାର) ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି । ପ୍ରଥମ ଥର ବିନା ପରୀକ୍ଷାରେ ପରୀକ୍ଷା ଫଳ ବାହାରିଛି । ଆଜି ଅପରାହ୍ନରେ ବୋର୍ଡ ଅଫିସରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ଉନ୍ମୋଚନ କରିଛନ୍ତି । ତେବେ ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲାରେ ପାସ୍ ହାର ସର୍ବାଧିକ 98.61 ପ୍ରତିଶତ ରହିଛି ।
ଖୋର୍ଦ୍ଧାରେ ମାଟ୍ରିକ ପାସ୍ ହାର ସର୍ବାଧିକ - ଖୋର୍ଦ୍ଧାରେ ମାଟ୍ରିକ ପାସ୍ ହାର ଅଧିକ
ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ । ପ୍ରଥମ ଥର ବିନା ପରୀକ୍ଷାରେ ରେଜଲ୍ଟ ବାହାରି ଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ରହିଛି ପାସ୍ ହାର । ଅଧିକ ପଢନ୍ତୁ...
ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲାରେ 336 ବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ । ମୋଟ 28 ହଜାର 157 ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ ଏବଂ 131 ଅନୁପସ୍ଥିତ ରହିଥିଲେ । ସେମାନଙ୍କ ମଧ୍ୟରେ 27 ହଜାର 896 ଜଣ ପାସ୍ କରିଛନ୍ତି । ସେଥିମଧ୍ୟରୁ 14 ହଜାର 206 ଜଣ ଛାତ୍ର ଏବଂ 13 ହଜାର 690 ଛାତ୍ରୀ ପାସ୍ କରିଛନ୍ତି । ଫଳରେ ମୋଟ ପାସ୍ ହାର 98.61 ପ୍ରତିଶତ ରହିଛି । ସେହିପରି ପାସ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ A1 ଗ୍ରେଡରେ 300, A2ରେ 1 ହଜାର 805, B1ରେ 3,634, B2ରେ 5 ହଜାର 451, C ଗ୍ରେଡରେ 6 ହଜାର 644, D ଗ୍ରେଡରେ 6 ହଜାର 511, E ଗ୍ରେଡରେ 3 ହଜାର 551ଜଣ ରହିଛନ୍ତି ଏବଂ 261ଜଣ ବିଦ୍ୟାର୍ଥୀ ଫେଲ୍ ହୋଇଥିବା ଜଣାପଡିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ