ଭୁବନେଶ୍ବର:ସହଜ ହେବ ମାଟ୍ରିକ ପରୀକ୍ଷା । ଏନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବା ସହ ଏହାକୁ ସମସ୍ତ ଜିଲ୍ଲାକୁ ପଠାଯାଇଛି । ଡିଇଓ ମାନେ ସମସ୍ତ ସ୍କୁଲକୁ ନମୁନା ପ୍ରଶ୍ନପତ୍ର ଦେବେ । ଯାହା ଫଳରେ ଦଶମ ବୋର୍ଡ ପରୀକ୍ଷା ଦେଉଥିବା ପିଲାମାନେ ନିଜେ ଆହୁରି ଭଲରେ ପ୍ରସ୍ତୁତି କରିପାରିବେ । ତେବେ ସମସ୍ତ ବିଷୟ ଯଥା ଓଡିଆ, ଇଂରାଜୀ, ହିନ୍ଦୀ, ସଂସ୍କୃତ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ ବିଷୟର ନମୁନା ପ୍ରଶ୍ନ ପ୍ରସ୍ତୁତ କରାଯାଇଥିବା ସୂଚନା ରହିଛି ।
ଆସନ୍ତା ଫେବୃଆରୀ 20ରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା । ପିଲାମାନଙ୍କ ମଧ୍ୟରେ ପରୀକ୍ଷା ଚାପ ଓ ଭୟ ଦୂର କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ସମସ୍ତ ଜିଲ୍ଲାକୁ ନମୁନା ପ୍ରଶ୍ନ ପତ୍ର ପଠାଯାଇଛି । ଡିଇଓ ମାନେ ସମସ୍ତ ସ୍କୁଲକୁ ଏହି ନମୁନା ପ୍ରଶ୍ନପତ୍ର ଦେବେ । ଏହାମାଧ୍ୟମରେ ପିଲାମାନଙ୍କୁ ପରୀକ୍ଷାରେ କେଉଁଭଳି ପ୍ରଶ୍ନ ଆସିବ ସେନେଇ ପୂର୍ବରୁ ପ୍ରସ୍ତୁତ ରହିବେ । ନମୁନା ପ୍ରଶ୍ନପତ୍ର ଅନୁଯାୟୀ ପିଲାମାନେ ନିଜକୁ ପ୍ରସ୍ତୁତ କରିବେ । ଏହାଦ୍ବାରା ପରୀକ୍ଷା ଆହୁରୀ ସହଜ ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।