ଓଡିଶା

odisha

ETV Bharat / state

ଧଳା ଜହର କବଳରେ ଖୋର୍ଦ୍ଧା ସହର, ଦୋଷୀ ଉପରେ ଏସଟିଏଫର ତୀକ୍ଷ୍ଣ ନଜର - khurdha is under stf supervision

ସହରଠାରୁ ଗ୍ରାମାଞ୍ଚଳକୁ ବ୍ୟାପିବାରେ ଲାଗିଛି ଧଳା ଜହରର କାରବାର । ଯୁବକଙ୍କଠାରୁ ଆରମ୍ଭ କରି ବୃଦ୍ଧ, ସଭିଏଁ ଏହି ଧଳା ଜହର ବଳୟରେ କବଳିତ । ବିଶେଷ କରି ନିଶା ବେପାରୀମାନେ କଲେଜ ପଢୁଆ ଛାତ୍ରମାନଙ୍କୁ ଟାର୍ଗେଟ କରାଯାଉଥିବା ଦେଖିବାକୁ ମିଳୁଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

By

Published : Jul 16, 2019, 11:03 PM IST

ଖୋର୍ଦ୍ଧା: ସହରଠାରୁ ଗ୍ରାମାଞ୍ଚଳକୁ ବ୍ୟାପିବାରେ ଲାଗିଛି ଧଳା ଜହରର କାରବାର । ଯୁବକଙ୍କଠାରୁ ଆରମ୍ଭ କରି ବୃଦ୍ଧ, ସଭିଏଁ ଏହି ଧଳା ଜହର ବଳୟରେ କବଳିତ । ବିଶେଷ କରି ନିଶା ବେପାରୀମାନେ କଲେଜପଢୁଆ ଛାତ୍ରମାନଙ୍କୁ ଟାର୍ଗେଟ କରାଯାଉଥିବା ଦେଖିବାକୁ ମିଳୁଛି । ଆଉ ଏହି ନିଶା କାରବାର ଉପରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ତୀକ୍ଷ୍ଣ ନଜର ରଖି କିଛି ଖଣି ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସୂଚନା ଅନୁଯାୟୀ ଏସ୍‌ଟିଏଫ୍‌ ଦ୍ବାରା ଗିରଫ ହୋଇଥିବା ନିଶା ମାଫିଆ ଛୋଟା ଓରଫ ଶୁଭ୍ରାଂଶୁ ପରିଡାକୁ କୋର୍ଟ ଚାଲାଣ କରାଯାଇଥିଲା । ସେଠାରେ ଭୟରେ ଛୋଟା ଆତ୍ମସମର୍ପଣ କରିଥିଲା । ଏହାପରେ ସହରରେ ଚାଲିଥିବା ନିଶା କାରବାର ରୋକ ଲାଗିବା ନେଇ ଆଶା କରାଯାଉଥିବା ବେଳେ ବାସ୍ତବରେ କିନ୍ତୁ ଏହାର ଓଲଟା ଘଟିଛି । ଛୋଟାକୁ ବ୍ୟବସାୟରେ ସାହାଯ୍ୟ କରୁଥିବା ଲୋକେ ଏବେ ଭୟରେ ସହର ଛାଡି ଗାଁ ମୁହାଁ ।

ତେବେ ଗାଁ ମୁହାଁ ଏହି ବ୍ୟବସାୟକୁ ଛୋଟା ଜେଲରେ ଥାଇ ନିୟନ୍ତ୍ରଣ କରୁଥିବା ଚର୍ଚ୍ଚା ହେଉଛି । ଏନେଇ ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଲାପାଳ ଜିଲ୍ଲାରେ ଚାଲିଥିବା ବେଆଇନ ନିଶା କାରବାର ରୋକିବା ପାଇଁ ଅବକାରୀ ବିଭାଗ କାର୍ଯ୍ୟ କରୁଥିବା ସୂଚନା ଦେଇଛନ୍ତି । ସେହିପରି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି କି ଖୋର୍ଦ୍ଧା ଜିଲ୍ଲା ଚାଲିଥିବା ନିଶା କାରବାରରେ ବିଶେଷ କରି ଯୁବପୀଢିମାନେ ଶିକାର ହେଉଛନ୍ତି । ତେଣୁ ଏହାକୁ ରୋକିବା ସହ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details