ଭୁବନେଶ୍ବର: ନକରାତ୍ମକ ଚିନ୍ତାଧାରାର ଊର୍ଦ୍ଧ୍ବରେ ରହି ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଶର ସେବା ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଆଉ ଏହା ଆମକୁ କେବଳ ଆମର ଏକାଗ୍ରତା ଓ ସକାରାତ୍ମକ ଭାବନା ହିଁ କରିପାରିବ । ଯାହା ଆମକୁ ଆଧ୍ୟାତ୍ମିକତା ବେଦରୁ ହିଁ ମିଳିଥାଏ । ଭୁବନେଶ୍ବରରେ ଅନୁଷ୍ଠିତ ହୋଇଥିବା ଜାତୀୟ ସାମ୍ବାଦିକତା ଦିବସରେ ଦୂରଦର୍ଶନ ସମାଚାର ନୂଆଦିଲ୍ଲୀର ଉପସ୍ଥାପକ ମନୀଷ ବାଜପେୟୀ ଯୋଗଦେଇ ଏହି କଥା କହିଛନ୍ତି।
ନକାରାତ୍ମକ ଚିନ୍ତାଧାରାର ଊର୍ଦ୍ଧ୍ବରେ ରହି ଗଣମାଧ୍ୟମ ସେବା ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ଏହି ଅବସରରେ ସ୍ଥାୟୀ ଓ ସ୍ବାଧୀନ ପତ୍ରକାରିତା ନିମନ୍ତେ ଆଧ୍ୟାତ୍ମିକତାର ଆବଶ୍ୟକତା ଶୀର୍ଷକରେ ୟୁନିଟ ୮ ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ବିଶ୍ବ ବିଦ୍ୟାଳୟ ପକ୍ଷରୁ ଏକ ଆଲୋଚନାଚକ୍ର କରାଯାଇଥିଲା । କାର୍ଯ୍ୟକ୍ରମରେ ସାମ୍ବାଦିକ ଶ୍ରୀରାମ ଦାସ, ବ୍ରହ୍ମାକୁମାରୀ ପୁନମ ବର୍ମା ବ୍ରହ୍ମାକୁମାରୀ, ମିଡ଼ିଆ ବିଭାଗର ରାଷ୍ଟ୍ରୀୟ ସଂଯୋଜକ ସୁଶାନ୍ତ ଯୋଗଦେଇ ଏହି ବିଷୟ ଉପରେ ଆଲୋଚାନା କରିଥିଲେ ।
ଏଥିରେ ସମ୍ମାନିତ ଅତିଥି ଭାବେ ଦୂରଦର୍ଶନ ସମାଚାର ନୂଆ ଦିଲ୍ଲୀର ଉପସ୍ଥାପକ ମନୀଷ ବାଜପେୟୀ ଯୋଗଦେଇ ନିଜ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅନୁଭୁତିରେ ବାଣ୍ଟିଛନ୍ତି । ସେ କହିଛନ୍ତି, "ନକାରାତ୍ମକ ଚିନ୍ତାଧାରାର ଊର୍ଦ୍ଧ୍ବରେ ରହି ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଶର ସେବା ଦିଗରେ କାର୍ଯ୍ୟ କରିବାର ଆଵଶ୍ୟକତା ରହିଛି । ଆଉ ଏହା ଆମକୁ କେବଳ ଆମର ଏକାଗ୍ରତା ଓ ସକାରାତ୍ମକ ଭାବନା ହିଁ କରିପାରିବ। ଯାହା ଆମକୁ ଆଧ୍ୟାତ୍ମିକତା ବେଦରୁ ହିଁ ମିଳିଥାଏ ।"
ସବୁଠାରୁ ବଡ଼ କଥା ହେଉଛି ଆଧ୍ୟାତ୍ମିକତା ମାର୍ଗ ହିଁ ସାମ୍ବାଦିକକୁ କାମ କରିବାର ପ୍ରୋତ୍ସାହନ ଯୋଗାଇଥାଏ । ତେଣୁ ଆଧ୍ୟାତ୍ମିକତା ଓ ସାମ୍ବାଦିକତା ଉଭୟ ପରିପୂରକ । ସ୍ଥାୟୀ ଓ ସ୍ବାଧୀନ ପତ୍ରକାରିତା ନିମନ୍ତେ ଆଧ୍ୟାତ୍ମିକତାର ଆବଶ୍ୟକତା ରହିଛି । କାରଣ ଆମେ ଯେତେବେଳେ ନିଜର ସ୍ବାଧୀନତା, ସରକାରୀ ଚାପ କିମ୍ବା କୌଣସି ବ୍ୟକ୍ତି ବା ଗୋଷ୍ଠୀର ଚାପରେ ପ୍ରକୃତ ଖବର ପରିବେଷଣ କରିବାରୁ ଅସମରଥ ହେଉ, ସେତେବେଳେ ଆଧ୍ୟାତ୍ମିକ ଚିନ୍ତନ ହିଁ ଆମକୁ ସାହସ ଦିଏ । ଆଉ ଆଗକୁ ବଢିବାକୁ ଧୈର୍ଯ୍ୟ ଦିଏ ।
ଇଟିଭି ଭାରତ, ଭୁବନେଶ୍ବର