ଓଡିଶା

odisha

ETV Bharat / state

ଏଣିକି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଘରେ ମିଳିବ ଶୁଖିଲା ରାସନ ସାମଗ୍ରୀ

ସ୍କୁଲ ଆସିପାରୁନଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଘରେ ମିଳିବ ମଧ୍ୟାହ୍ନଭୋଜନ । ଆବଶ୍ୟକ ଶୁଖିଲା ରାସନ ଘରେ ଯୋଗାଇ ଦିଆଯିବ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ । ଅଧିକ ପଢନ୍ତୁ

ଉପକୃତ ହେବେ ୩୬୯୪ ଶିକ୍ଷାର୍ଥି
ଉପକୃତ ହେବେ ୩୬୯୪ ଶିକ୍ଷାର୍ଥି

By ETV Bharat Odisha Team

Published : Aug 31, 2023, 8:15 AM IST

ଭୁବନେଶ୍ବର: ସ୍କୁଲ ଆସିପାରୁନଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଘରେ ମିଳିବ ମଧ୍ୟାହ୍ନଭୋଜନ । ଏନେଇ ଆବଶ୍ୟକ ଶୁଖିଲା ରାସନ ଘରେ ଯୋଗାଇ ଦିଆଯିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୬ରୁ ୧୪ ବର୍ଷର ଦିବ୍ୟାଙ୍ଗ ଓ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଘରେ ଦିଆଯିବ ଏହି ରାସନ । ତେବେ ଛାତ୍ରଛାତ୍ରୀଙ୍କ ଶ୍ରେଣୀ ଅନୁଯାୟୀ ରାସନ ପ୍ରଦାନ କରିବା ସହ ରୋଷେଇ ଖର୍ଚ୍ଚ ସେମାନଙ୍କ ଆକାଉଣ୍ଟକୁ ଦିଆଯିବ । ଯାହା ଦ୍ଵାରା ଏହି ବ୍ୟବସ୍ଥା ମାଧ୍ୟମରେ ୩ ହଜାର ୬୯୪ ଜଣ ଛାତ୍ରଛାତ୍ରୀ ଉପକୃତ ହେବେ ।

ଅଧିକ ପଢନ୍ତୁ.. ପ୍ରହସନ ପାଲଟିଛି 5T ଯୋଜନା: 50ବର୍ଷ ଧରି ମରାମତି ହୋଇନି ସ୍କୁଲ, ଗଛମୂଳେ ଚାଲିଛି ପାଠପଢା

ଏହାସହ ଛାତ୍ରଛାତ୍ରୀଙ୍କ ପାଠ୍ୟ ପୁସ୍ତକ ମଧ୍ୟ ସେମାନଙ୍କ ଘରେ ପହଁଞ୍ଚାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ସ୍କୁଲ ଆସିପାରୁନଥିବା ଛାତ୍ରଛାତ୍ରୀଙ୍କ ଶୁଖିଲା ରାସନ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପିଲାଙ୍କ ପାଖରେ ଶୁଖିଲା ରାସନ୍ ଓ ପାଠ୍ୟପୁସ୍ତକ ପହଞ୍ଚାଇବାର ପ୍ରକ୍ରିୟା ଆରମ୍ଭ ହୋଇଛି ।

ଅଧିକ ପଢନ୍ତୁ.. ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୫ତମ ପ୍ରତିଷ୍ଠା ଦିବସ, ଭର୍ଚୁଆଲରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ସ୍କୁଲ ଆସିପାରୁ ନଥିବା ଛାତ୍ରଛାତ୍ରୀମାନଙ୍କର କୌଣସି ଅସୁବିଧା ହେଲେ ସେମାନେ ନିଜ ଅଞ୍ଚଳରେ ଥିବା ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ଏଏନ୍‌ଏମ୍ ବା ଆର୍‌ବିଏସ୍‌କେଙ୍କ ସହାୟତା ନେଇପାରିବେ । ଏହି ଛାତ୍ରଛାତ୍ରୀଙ୍କ ଚିକିତ୍ସା ପାଇଁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ଅଙ୍ଗନବାଡି କେନ୍ଦ୍ରକୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଓ କାଉନ୍‌ସେଲିଂ ପାଇଁ ନିଆଯିବ । ଏହାସହ ସ୍କୁଲ ଆସିପାରୁନଥିବା ଏହି ଛାତ୍ରଛାତ୍ରୀଙ୍କ ଘରକୁ ପ୍ରତିମାସରେ ବିଦ୍ୟାଳୟ ଶିକ୍ଷକ, ବ୍ଲକ୍ ସହଯୋଗୀ ଅଧିକାରୀ (ବିଆର୍‌ପି), ଆଇଇଭିମାନେ ତଦାରଖ କରିବା ପାଇଁ ଯିବେ । ସେମାନେ କିଭଳି ପଢୁଛନ୍ତି, ପଢ଼ାରେ କେତେ ଉନ୍ନତି କରୁଛନ୍ତି ଆଦି ସମ୍ପର୍କରେ ପଚାରି ବୁଝିବେ । ଛାତ୍ରଛାତ୍ରୀଙ୍କ ଉତ୍ତମ ପ୍ରଦର୍ଶନ ପାଇଁ ଅଭିଭାବକଙ୍କର କାଉନ୍‌ସେଲିଂ ମଧ୍ୟ କରାଯିବ । ଶିକ୍ଷାର ବିକାଶ ତଥା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ଓ ସୁବିଧା ପ୍ରଦାନ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଅଧିକ ପଢନ୍ତୁ.. ରାଜ୍ୟରେ ଶିକ୍ଷା ହାର ବୃଦ୍ଧି ଲକ୍ଷ୍ୟ, ପୁଣି ସ୍କୁଲ ଯିବେ ଅଧାରୁ ପାଠପଢା ଛାଡିଥିବା ପିଲା

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details