ଭୁବନେଶ୍ବର:ଦମ୍ପତିଙ୍କ ପାଇଁ ଖୁସି ଖବର। ପିତାମାତା ହେବାର ସ୍ୱପ୍ନକୁ ସାକାର କରିବା ଦିଗରେ ଓଡ଼ିଶାରେ କାର୍ଯ୍ୟ କରୁଛି ଓଆସିସ୍(OASIS) ଫର୍ଟିଲିଟି । ଏହା ଦ୍ଵାରା ନିଃସନ୍ତାନ ମହିଳା ମାଆ ହେବାର ସ୍ବଭାଗ୍ୟ ପାଇଛନ୍ତି । ସେପଟେ ମାତୃତ୍ୱ ଲାଭ କରିବାକୁ ଯାଉଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଡାକ୍ତର ଟିମ୍ । ବିବାହର 1 ବର୍ଷ ପରେ ଗର୍ଭଧାରଣରେ ଅକ୍ଷମତା ପରିଲକ୍ଷିତ ହେବା ବନ୍ଧ୍ୟାକରଣର ଲକ୍ଷଣ ହୋଇପାରେ । ବର୍ତ୍ତମାନ ୧୫ ପ୍ରତିଶତ ଭାରତୀୟ ଏହାର ଶିକାର ହେଉଥିବା ନେଇ ସୂଚନା ଦେଇଛନ୍ତି ଡାକ୍ତର ।
ତ୍ରୁଟିପୂର୍ଣ୍ଣ ଜୀବନଶୈଳୀ, ମେଦବହୁଳତା, ହରମୋନ୍ ସମସ୍ୟା, ଦମ୍ପତିଙ୍କ ଦ୍ୱାରା ବିଳମ୍ବ, ଧୂମ୍ରପାନ, ଅତ୍ୟଧିକ ମଦ୍ୟପାନ ଏବଂ ପରିବେଶର ପ୍ରଭାବ ଆଦି ଭାରତରେ ସନ୍ତାନହୀନତା ସମସ୍ୟା ବୃଦ୍ଧିର ଏକ ମୁଖ୍ୟ କାରଣ ପାଲଟିଛି । ସନ୍ତାନହୀନତା ସମ୍ପର୍କରେ ସାମାଜିକ ମାନସିକତାରେ ଏପର୍ଯ୍ୟନ୍ତ ଅଧିକ ପରିବର୍ତ୍ତନ ଆସିନାହିଁ । ଯାହା ଦମ୍ପତିଙ୍କ ପିତାମାତା ହେବାର ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରଜନନ ଚିକିତ୍ସା ଆପଣାଇବାକୁ ବାରଣ କରିଥାଏ । ତେବେ ଭୁବନେଶ୍ବରରରେ ଥିବା ଫର୍ଟିଲିଟି ସେଣ୍ଟର ଓଆସିସ୍ ଫର୍ଟିଲିଟି ଆଇଭିଏଫ୍ ମାଧ୍ୟମରେ ଗର୍ଭବତୀ ହୋଇଥିବା ଦମ୍ପତିଙ୍କୁ ଉତ୍ସାହିତ କରିବା ପାଇଁ ଏକ ସମୁହ ବେବ ସାୱର କାର୍ଯ୍ୟକ୍ରମ ଆୟୋଜନ କରିଛି ।
ଏହି ଅବସରରେ ଓଆସିସ୍ ଫର୍ଟିଲିଟିର କ୍ଲିନିକାଲ ମୁଖ୍ୟ ଓ ଫର୍ଟିଲିଟି ସ୍ପେଶାଲିଷ୍ଟ ଡ. ପ୍ରଶାନ୍ତ କୁମାର ନାୟକ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି, "ବୟସ ସହିତ ଅନେକ ସମୟରେ ପ୍ରଜନନ କ୍ଷମତା ଧୀରେ ଧୀରେ ହ୍ରାସ ପାଇଥାଏ। ତେଣୁ ବିଳମ୍ବ ନକରି ପ୍ରଜନନ ସହାୟତା ପାଇଁ ସଠିକ ସମୟରେ ଜଣେ ଫର୍ଟିଲିଟି ସ୍ପେଶାଲିଷ୍ଟଙ୍କ ସହ ପରାମର୍ଶ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦମ୍ପତ୍ତିମାନଙ୍କ ବୟସ, ପୂର୍ବ ଚିକିତ୍ସା ଏବଂ ଜୀବନଶୈଳୀ ଇତ୍ୟାଦିକୁ ଆଧାର କରି ସେମାନଙ୍କୁ ବ୍ୟକ୍ତିଗତ ପ୍ରଜନନ ଚିକିତ୍ସା ପ୍ରଦାନ କରାଯାଉଛି। ଯାହା ସଫଳତା ହାରକୁ ବଢାଇବାରେ ସହାୟକ ହୋଇଥାଏ ।"
ଏହା ବି ପଢନ୍ତୁ...ଦମ୍ପତିଙ୍କ ପାଇଁ ଖୁସି ଖବର: ପିତାମାତା ହେବାର ସ୍ୱପ୍ନକୁ ସାକାର କରିବ ଓଆସିସ୍ ଫର୍ଟିଲିଟି