ଓଡିଶା

odisha

ETV Bharat / state

ନିର୍ବାଚନ ପାଖେଇଲା, ବଢିଲା ଦଳବଦଳ ଚର୍ଚ୍ଚା - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବିଜେପି ବିଧାୟକ ମୋହନ ଚରଣ ମାଝୀ କହିଛନ୍ତି ଯେ, ବିଜେପି ଓଡିଶାରେ ସରକାର କରିବା ପାଇଁ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହେଉଛି । ଯେତେବେଳେ ସରକାର ଗଢିବାକୁ ଯାଉଛି ସେତେବେଳେ ଅନ୍ୟ ଦଳର ନେତା ଯୋଗାଯୋଗରେ ଅଛନ୍ତି । ବିଜୁ ଜନତା ଦଳ ଓ କଂଗ୍ରେସର ବଡ଼ ନେତା ବିଜେପିକୁ ଆସିଲେ ତାଙ୍କ ଭବିଷ୍ୟତ ତିଆରି ହେବା ସହିତ ସେମାନେ ରାଷ୍ଟ୍ରୀୟ ଆଧାରରେ କାମ କରିବା ଲାଗି ସୁଯୋଗ ପାଇବେ । ଅଧିକ ପଢନ୍ତୁ

ନିର୍ବାଚନ ପାଖେଇଲା, ବଢିଲା ଦଳବଦଳ ଚର୍ଚ୍ଚା
ନିର୍ବାଚନ ପାଖେଇଲା, ବଢିଲା ଦଳବଦଳ ଚର୍ଚ୍ଚା

By ETV Bharat Odisha Team

Published : Oct 17, 2023, 7:59 PM IST

ନିର୍ବାଚନ ପାଖେଇଲା, ବଢିଲା ଦଳବଦଳ ଚର୍ଚ୍ଚା

ଭୁବନେଶ୍ବର: ଆଗାମୀ 2024 ସାଧାରଣ ନିର୍ବାଚନ ପାଖେଇବାରେ ଲାଗିଛି । ଏହାରି ଭିତରେ ବହୁ ନେତାଙ୍କ ଦଳ ବଦଳ ଚର୍ଚ୍ଚା ମଧ୍ୟ ଜୋର ଧରିବାରେ ଲାଗିଲାଣି । କିଛି ଦିନ ପୂର୍ବରୁ ବିଜେଡିର ବରିଷ୍ଠ ନେତା ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିବା କୁହାଯାଉଛି । ତାହା ଭର୍ତ୍ତୃହରିଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଚର୍ଚ୍ଚା ଓ ଆଲୋଚନାକୁ ନୂଆ ଖୋରାକ ଯୋଗାଇଛି । ସେହିପରି ବିଜେଡି ଓ କଂଗ୍ରେସର ବହୁ ନେତା ଯୋଗାଯୋଗରେ ଥିବା ବିଜେପି ନେତା ଖୁଲମ ଖୋଲା କହୁଛନ୍ତି । ଯାହାକୁ ନେଇ ରାଜ୍ୟରେ ରାଜନୈତିକ ବୟାନ ବାଜି ମଧ୍ୟ ତେଜ ହେବାରେ ଲାଗିଛି ।

ଅଧିକ ପଢନ୍ତୁ- Early Election Speculation: ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ନେଇ ବିଜେଡି-ବିଜେପି କଥା କଟାକଟି

ବିଜେପି ବିଧାୟକ ମୋହନ ଚରଣ ମାଝୀ କହିଛନ୍ତି ଯେ, ବିଜେପି ଓଡିଶାରେ ସରକାର କରିବା ପାଇଁ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହେଉଛି । ଯେତେବେଳେ ସରକାର ଗଢିବାକୁ ଯାଉଛି ସେତେବେଳେ ଅନ୍ୟ ଦଳର ନେତା ଯୋଗାଯୋଗରେ ଅଛନ୍ତି । ବିଜୁ ଜନତା ଦଳ ଓ କଂଗ୍ରେସର ବଡ଼ ନେତା ବିଜେପିକୁ ଆସିଲେ ତାଙ୍କ ଭବିଷ୍ୟତ ତିଆରି ହେବା ସହିତ ସେମାନେ ରାଷ୍ଟ୍ରୀୟ ଆଧାରରେ କାମ କରିବା ଲାଗି ସୁଯୋଗ ପାଇବେ । ସେଥିପାଇଁ ଏହି ଚର୍ଚ୍ଚାର ସତ୍ୟତା ରହିଛି । ବିଜେଡି ଓ କଂଗ୍ରେସର ଅନେକ ବିଧାୟକ, ସାଂସଦ ଏବଂ ପଦାଧିକାରୀ ଅଛନ୍ତି, ସେମାନେ ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି ।

ମୋହନଙ୍କ କଥାକୁ କଟାକ୍ଷ କରି ଉଡେଇ ଦେଇଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ । ସୁରେଶ କହିଛନ୍ତି ଯେ, ଭଲ ଖାଇବା ପିଇବାକୁ ଦେଇ ପଙ୍ଖାରେ ବିଞ୍ଚିବେ ତାହାଲେ ଯଦି କଂଗ୍ରେସ ବିଧାୟକ ତାଙ୍କ ଦଳକୁ ପଳେଇବେ । ଦେଖିଲେଣି ଭାରତର ଚାରି ଆଡ଼େ ହାରି ଯାଉଛନ୍ତି । ପୋଛି ହୋଇଗଲେଣି । ଆମ ଦଳ ଛାଡି ଆଉ କେହି ଯିବେନାହିଁ । 2024ରେ କଂଗ୍ରେସ କମିଙ୍ଗ ।

ବିଜେପି ହେଉଛି ଗୋଟେ ବାହାପିଆଙ୍କ ଦଳ ବୋଲି କହି କଟାକ୍ଷ କରିଛନ୍ତି ବିଜେଡିର ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ । ଧ୍ରୁବ କହିଛନ୍ତି ଯେ, ବିଜେପି ଏକ ଗପ କୁହା ଦଳ । ବିଜୁ ଜନତା ଦଳ କଥାରେ ବିଶ୍ବାସ କରେନାହିଁ । କାମରେ ବିଶ୍ବାସ କରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସାରା ଓଡ଼ିଶାରେ ବିକାଶର ଜୟଯାତ୍ରା ଚାଲିଛି । ସେ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ଓଡିଶାର ବହୁ ଯୁବକ, ଛାତ୍ର ଓ ରାଜନେତା ବିଜେଡିରେ ସାମିଲ ହେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ ଆକୃଷ୍ଟ ହୋଇ ବିଜେଡିକୁ ଆସୁଛନ୍ତି । ଆଗାମୀ ଦିନରେ ଆହୁରି ସାମିଲ ହେବେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, 2024ରେ ବିଜେଡି ଆହୁରି ଅଧିକ ସଂଖ୍ୟକ ସିଟରେ ବିଜୟ ଲାଭ କରିବ । ମୁଁ ଜ୍ୟୋତିଷ ନୁହେଁ କି ଜାତକ ଦେଖିନାହିଁ । କିନ୍ତୁ ଏତିକି ଜାଣିଛି ବିଜୁ ଜନତା ଦଳ ପ୍ରତି ସାଧାରଣ ଲୋକଙ୍କର ଆକର୍ଷଣ ରହିଛି । ଓଡିଶା ବାସୀ ନବୀନ ବାବୁଙ୍କ ନେତୃତ୍ବକୁ ଆଉ ଥରେ ମୋହର ଦେବେ । ଏଥିରେ ସନ୍ଦେହ ନାହିଁ । ତେଣୁ ବିଜେପି ଔଷଧ ବିକଳରେ ତାଟିଆ କାମୁଡିଲା ପରି ଗପ କହୁଛନ୍ତି । ସେ ଗପରେ କିଛି ଅର୍ଥ ନାହିଁ । ଜଣେ ସାଂସଦ ଗ୍ରୀଭାନ୍ସ ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାରେ ଅସୁବିଧା ନାହିଁ । ତାକୁ ନେଇ ଗପ କହିବାରେ କଣ ଆବଶ୍ୟକତା ଅଛି । କିଛି ବାସ୍ତବତା ନାହିଁ । ଆଜି ଓଡିଶାର ଏକମାତ୍ର ବାସ୍ତବତା ହେଉଛି ନବୀନ ପଟ୍ଟନାୟକ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details