ଓଡିଶା

odisha

ETV Bharat / state

ବାହାରିନରେ ଯୋଗ କନକ୍ଳେଭ ମନ୍ଥନ ୨୦୨୩ - ବାହାରିନରେ ଯୋଗ କନକ୍ଳେଭ

ବାହାରିନରେ ଆୟୋଜିତ ହେଲା ଆନ୍ତର୍ଜାତିକ ଯୋଗ କନକ୍ଲେଭ ମନ୍ଥନ-୨୦୨୩ । ଯୋଗ ବର୍ତ୍ତମାନ ବିଶ୍ବସ୍ତରରେ ପରିଚିତ ହୋଇପାରିଛି କହିଲେ ଅତିଥିଗଣ । ଅଧିକ ପଢନ୍ତୁ

ବାହାରିନରେ ଯୋଗ କନକ୍ଳେଭ ମନ୍ଥନ ୨୦୨୩
ବାହାରିନରେ ଯୋଗ କନକ୍ଳେଭ ମନ୍ଥନ ୨୦୨୩

By

Published : Jun 22, 2023, 7:27 AM IST

ବାହାରିନରେ ଯୋଗ କନକ୍ଳେଭ ମନ୍ଥନ ୨୦୨୩

ଭୁବନେଶ୍ବର: ବାହାରିନରେ ଆୟୋଜିତ ହୋଇଛି ଆନ୍ତର୍ଜାତିକ ଯୋଗ କନକ୍ଲେଭ । ଭାରତୀୟ ଦୂତାବାସ ଓ ବାହାରିନ ଭାରତ ସାଂସ୍କୃତିକ ଓ କଳା କେନ୍ଦ୍ର 'ବିକାସ' ସଂଯୋଜନାରେ ଗୋଲ୍ଡେନ ଟୁଲିପ ହୋଟେଲରେ ଅନୁଷ୍ଠିତ ହୋଇଛି ଯୋଗ କନକ୍ଳେଭ ମନ୍ଥନ-୨୦୨୩ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଭାରତୀୟ ରାଷ୍ଟ୍ରଦୂତ ପୀୟୂଷ ଶ୍ରୀବାସ୍ତବ । ଯୋଗ ବର୍ତ୍ତମାନ ବିଶ୍ବସ୍ତରରେ ପରିଚିତ ହୋଇପାରିଛି ବୋଲି ସେ କହିଛନ୍ତି । ଏଥିରେ ସମ୍ମାନିତ ଅତିଥି ଭାବରେ ହୈଫା ହମୁଦ, ପଦ୍ମଶ୍ରୀ ଡ. ଏଚ ଆର ନଗେନ୍ଦ୍ର, ବାହାରିନ ଅଲିମ୍ପିକ କମିଟିର ସାଧାରଣ ସମ୍ପାଦକ ଫାରିସ ଅଲ କୁହେଜି ଅଂଶ ଗ୍ରହଣ କରିଛନ୍ତି । ଏହାସହିତ ବିଷୟ ପ୍ରବକ୍ତା ଭାବରେ ଡ. ମଞ୍ଜୁନାଥ ସାରା, ପତଞ୍ଜଳି ବିଶ୍ବବିଦ୍ୟାଳୟର ନିର୍ଦ୍ଦେଶକ ପରାଣ ଗୌଡା, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଯୋଗ ବିଶେଷଜ୍ଞ ଡ. କୋମଲଙ୍କ ସମେତ ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ତଥା ବିକାସ ଉପାଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜ ଯୋଗ ଦେଇଛନ୍ତି ।

ଅରୁଣ କହିଛନ୍ତି ଯେ, ବିଶ୍ବ ମାନବ ପାଇଁ ଭାରତର ଏକ ମହାନ ଉପହାର ହେଉଛି ଯୋଗ । ଏକ ସୁସ୍ଥ ଶରୀର ଓ ସୁସ୍ଥ ସମାଜ ପାଇଁ ଯୋଗ ଏକ ଦିବ୍ୟ ଉପଚାର । ଏହା ବିଶ୍ବର ପ୍ରତ୍ୟେକ ମନୁଷ୍ୟ ଜୀବନର ଏକ ଦୈନନ୍ଦିନ ଅଭ୍ୟାସ ହେବା ଉଚିତ । ଏହି ଅବସରରେ ବାହାରିନର ଯୋଗ ଗୁରୁ ଏହସାନ ଅସଘରଙ୍କୁ ତାଙ୍କର ଯୋଗ ପ୍ରତି ଉତ୍ସର୍ଗୀକୃତ ଅବଦାନ ପାଇଁ ଡ. ଅରୁଣ ପ୍ରହରାଜ ପ୍ରଶଂସା କରିଛନ୍ତି । ସେ ହେଉଛନ୍ତି ବାହାରିନ ପାଇଁ ଜଣେ ପ୍ରକୃତ ଯୋଗ ବାର୍ତ୍ତାଦୂତ ବୋଲି ଅରୁଣ ଅଭିହିତ କରିଛନ୍ତି ।ବିକାସର ଯୋଗ ନିର୍ଦ୍ଦେଶକ ରୁଦ୍ରେଶ ସିଂ ଉଭୟ ଭାରତ ଓ ବାହାରିନ ମଧ୍ୟରେ ଜଣେ ସାଂସ୍କୃତିକ ସେତୁ ଭାବରେ କାର୍ଯ୍ୟ କରୁଛନ୍ତି ବୋଲି ବୋଲି ଅରୁଣ ଗୁରୁତ୍ବାରୋପ କରିଛନ୍ତି ।

କାର୍ଯ୍ୟକ୍ରମରେ ବାହାରିନ ଯୁବକ, ଯୁବତୀ ଓ ଛାତ୍ରଛାତ୍ରୀଙ୍କ ଦ୍ଵାରା ଆକର୍ଷଣୀୟ ଯୋଗ ଅଭ୍ୟାସ ପ୍ରଦର୍ଶିତ ହୋଇଛି । ଏଥିରେ ଉପସ୍ଥିତ ସମସ୍ତ ଅତିଥି ଆଶ୍ଚର୍ଯ୍ୟ ପ୍ରକଟ କରି କହିଛନ୍ତି । ଭାରତର ଏକ ଯୋଗ୍ୟ ଯୋଗ ଉତ୍ତରାଧିକାରୀ ବାହାରିନ ହେବାକୁ ଯାଉଛି । ଆସନ୍ତା ଯୋଗ ଦିବସ ପୂର୍ବରୁ ଏଭଳି କାର୍ଯ୍ୟକ୍ରମର ସଫଳତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶ୍ଵବ୍ୟାପି ଯୋଗ ବାର୍ତ୍ତା ସାର୍ଥକ ହୋଇଛି ବୋଲି କର୍ମକର୍ତ୍ତା ପ୍ରକାଶ କରିଛନ୍ତି । ଏଥିସହିତ ଆସନ୍ତା ୨୩ ତାରିଖରେ ସଂହତି ଓ ମାନବତା ପାଇଁ ଏକ କାର୍ଯ୍ୟକ୍ରମ ହେବାକୁ ଯାଉଛି ବୋଲି ଅରୁଣ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details