ଓଡିଶା

odisha

ETV Bharat / state

ମହିଳାଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ମନୋରମା, ନିଜେ ସ୍ବାବଲମ୍ବୀ ହୋଇ ଅନ୍ୟକୁ ଦେଉଛନ୍ତି ରୋଜଗାର - ଖୋର୍ଦ୍ଧାର ମନୋରମା ଗୁମାନସିଂ

ଖୋର୍ଦ୍ଧା ବୋତଳମା ଗ୍ରାମର ମନୋରମା ଗୁମାନସିଂ । ମିଶନ ଶକ୍ତି ସହଯୋଗରେ ବିଭିନ୍ନ ହାତ ତିଆରି ସାମଗ୍ରୀ ବଜାରରେ ବିକ୍ରି କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ନିଜେ ସ୍ବାବଲମ୍ବୀ ହେବା ସହ ଗ୍ରାମର ୩୦ ମହିଳାଙ୍କୁ ରୋଜଗାର ଦେଇଛନ୍ତି । ଅଧିକ ପଢ଼ନ୍ତୁ

women handmade product sells in khordha
ମହିଳାଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ମନୋରମା

By

Published : Aug 13, 2023, 1:23 PM IST

ପ୍ରେରଣା ପାଲଟିଛନ୍ତି ମନୋରମା

ଖୋର୍ଦ୍ଧା: ଦିନେ ଘର କଣରେ ରହୁଥିଲେ । ଆଉ ଆଜି ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟ ମାନଙ୍କୁ ଦେଉଛନ୍ତି ରୋଜଗାର । ରାଜ୍ୟ ସରକାରଙ୍କ ମିଶନ ଶକ୍ତି ସହଯୋଗରେ ସ୍ବାବଲମ୍ବୀ ପାଲଟିଛନ୍ତି ଖୋର୍ଦ୍ଧା ବୋତଳମା ଗ୍ରାମର ମନୋରମା ଗୁମାନସିଂ । ବଡ଼ି, ପାମ୍ପଡ଼, ଧୂପକାଠି, ଉଜାଲା, ଫିନାଇଲ, ବ୍ଲିଚିଂ ପାଉଡ଼ର,ଅଳତା ପ୍ରସ୍ତୁତ କରି ନିଜେ ରୋଜଗାର କରିବା ସହ ଗ୍ରାମର 30ରୁ ଊର୍ଦ୍ଧ୍ବ ମହିଳାଙ୍କୁ ରୋଜଗାରକ୍ଷମ କରାଇ ପାରିଛନ୍ତି ।

ଖୋର୍ଦ୍ଧା ବୋତଳମା ଗ୍ରାମର ମନୋରମା ଗୁମାନସିଂ । ବହୁ କଷ୍ଟରେ ନିଜ ପରିବାର ଚଳାଉଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ସହଯୋଗରେ ଏବେ ସେ ସ୍ୱାବଲମ୍ବୀ ହୋଇପାରିଛନ୍ତି । କେବେଳ ସେ ନୁହଁନ୍ତି, ତାଙ୍କର ସହ ଗ୍ରାମର 30ରୁ ଊର୍ଦ୍ଧ୍ବ ମହିଳାଙ୍କୁ ସେ କର୍ମ ଯୋଗାଇଛନ୍ତି । ବଡ଼ି, ପାମ୍ପଡ଼, ଧୂପକାଠି, ଉଜାଲା, ଫିନାଇଲ, ବ୍ଲିଚିଂ ପାଉଡ଼ର, ଅଳତା ପ୍ରସ୍ତୁତ କରି ଏହି ମହିଳାମାନେ ବେଶ ଲାଭବାନ ହୋଇପାରିଛନ୍ତି । ନିଜ ଘର କାମ ସରିବା ପରେ ଗ୍ରାମର ମହିଳାମାନେ ସମୟର ସଦୁପଯୋଗ କରି ସେମାନେ କିଭଳି ରୋଜଗାର କରି ଆତ୍ମନିର୍ଭଶୀଳ ହୋଇପାରିବେ ସେନେଇ ମନୋରମା ସେମାନଙ୍କୁ ରାସ୍ତା ଦେଖାଇଲେ । ବୋତଳମା ଗ୍ରାମରେ ଥିବା ମହିଳା ମାନଙ୍କୁ ଏକାଠି କରି ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କଲେ ଏବଂ ମିଶନଶକ୍ତି ସହଯୋଗରେ ଟ୍ରେନିଂ ନେଇ ମା' ରାମଚଣ୍ଡୀ ଉତ୍ପାଦକ ଗୋଷ୍ଠୀ ଗଠନ କରି ନିଜର ବିଭିନ୍ନ ପ୍ରଡକ୍ଟ ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଛନ୍ତି । ବାଜରରେ ହାତ ତିଆରି ଜିନିଷ ବିକ୍ରି କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ମନୋରମା ।

ଏହା ମଧ୍ୟ ପଢ଼ନ୍ତୁ:ପ୍ରାକୃତିକ ରଙ୍ଗ ଭରା ହସ୍ତତନ୍ତ ବସ୍ତ୍ର ହବ୍‌ ସାଜିବ କୋରାପୁଟ, ସ୍ବାବଲମ୍ବୀ ହେବେ ଆଦିବାସୀ ଯୁବତୀ

ମନୋରମାଙ୍କ ଉଦ୍ୟମରେ ଗ୍ରାମର 30ରୁ ଊର୍ଦ୍ଧ୍ବ ମହିଳା ଏବେ ସ୍ୱାବଲମ୍ବୀ ହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି । ନିଜେ ଅର୍ଥ ଅଭାବ ପାଇଁ ଯେଉଁ କଷ୍ଟ ଭୋଗିଥିଲେ ତାହା ଯେପରି ଅନ୍ୟ କେହି ନପାଉ ଏହାକୁ ପଣ କରି ଗାଁର ସବୁ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି । ଆଉ ଏଥିରେ ସହଯୋଗ କରୁଛି ମିଶନଶକ୍ତି । ପଞ୍ଚାୟତରେ ମନୋରମାଙ୍କ ପ୍ରଚେଷ୍ଟାରେ ଶହେରୁ ଊର୍ଦ୍ଧ୍ବ ମହିଳା ଗ୍ରୁପ ଗଠନ କରାଯାଇଥିବା ବେଳେ ସବୁ ଗ୍ରୁପର ମହିଳା ମାନେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ସେପଟେ ଗ୍ରାମାଞ୍ଚଳର ମହିଳାଙ୍କୁ ମିଶନଶକ୍ତି ମାଧ୍ୟମରେ ରୋଜଗାରକ୍ଷମ କରାଇବାରେ ମନୋରମାଙ୍କ ଏଭଳି ପ୍ରୟାସକୁ ଚାରିଆଡୁ ପ୍ରଶଂସା ମିଳୁଛି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details