ଓଡିଶା

odisha

ETV Bharat / state

ସ୍ୱାମୀ ସ୍ଥାନରେ ସ୍ତ୍ରୀ; ରାଜ୍ୟ ପଣ୍ୟଗାର ନିଗମ ଅଧ୍ୟକ୍ଷା ହେଲେ ମଞ୍ଜୁଶ୍ରୀ ବଢ଼େଇ - ରାଜ୍ୟ ପଣ୍ୟଗାର ନିଗମ

ରାଜ୍ୟ ପଣ୍ୟଗାର ନିଗମ ଅଧ୍ୟକ୍ଷା ହେଲେ ମଞ୍ଜୁଶ୍ରୀ ବଢ଼େଇ । ସ୍ବାମୀ ମହେନ୍ଦ୍ର ବଢ଼େଇଙ୍କ ଦେହାନ୍ତ ପରେ ମିଳିଲା ନିଯୁକ୍ତି । ଅଧିକ ପଢନ୍ତୁ

ରାଜ୍ୟ ପଣ୍ୟଗାର ନିଗମ ଅଧ୍ୟକ୍ଷା ହେଲେ ମଞ୍ଜୁଶ୍ରୀ ବଢ଼େଇ
ରାଜ୍ୟ ପଣ୍ୟଗାର ନିଗମ ଅଧ୍ୟକ୍ଷା ହେଲେ ମଞ୍ଜୁଶ୍ରୀ ବଢ଼େଇ

By ETV Bharat Odisha Team

Published : Sep 28, 2023, 7:09 AM IST

ଭୁବନେଶ୍ବର: ରାଜ୍ୟ ପଣ୍ୟଗାର ନିଗମ ଅଧ୍ୟକ୍ଷା ଭାବେ ନିଯୁକ୍ତ ହୋଇଛନ୍ତି ମଞ୍ଜୁଶ୍ରୀ ବଢ଼େଇ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପଦବୀ ପାଇଁ ମଞ୍ଜୁଶ୍ରୀଙ୍କ ନାମ ଘୋଷଣା କରିଛନ୍ତି । ପଣ୍ୟଗାର ନିଗମର ପୂର୍ବତନ ଅଧ୍ୟକ୍ଷ ମହେନ୍ଦ୍ର ବଢ଼େଇଙ୍କ ଦେହାନ୍ତ ପରେ ଏହି ପଦବୀ ଖାଲି ପଡିଥିଲା । ବୁଧବାର ଏହି ପଦବୀ ପାଇଁ ମହେନ୍ଦ୍ରଙ୍କ ପତ୍ନୀ ମଞ୍ଜୁଶ୍ରୀଙ୍କୁ ଗୁରୁ ଦାୟିତ୍ବ ମିଳିଛି । ରାଜ୍ୟ ପଣ୍ୟଗାର ନିଗମ ଅଧ୍ୟକ୍ଷା ଭାବେ ନିଯୁକ୍ତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି ମଞ୍ଜୁଶ୍ରୀ ।

ଏହାମଧ୍ୟ ପଢନ୍ତୁ: ଅକ୍ଟୋବର ୧୦ରୁ ସାରା ରାଜ୍ୟରେ ବସ ଧର୍ମଘଟ, ଆନ୍ଦୋଳନକୁ ଓହ୍ଲାଇବ ଘରୋଇ ବସ ମାଲିକ ସଂଘ

ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ସ୍ବାମୀ ଯେଉଁଭଳି କାର୍ଯ୍ୟ କରୁଥିଲେ ତାଙ୍କ ଆଦର୍ଶକୁ ନେଇ ନିଗମ କିଭଳି ଆଗକୁ ଯିବ ସେହି ଉପରେ ଫୋକସ୍‌ କରିବେ ବୋଲି ମଞ୍ଜୁଶ୍ରୀ ବଢ଼େଇ କହିଛନ୍ତି । ଓଡ଼ିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷ ଥିବା ମହେନ୍ଦ୍ର କୁମାର ବଢ଼େଇଙ୍କର ଚଳିତ ମାସ 8 ତାରିଖରେ ପରଲୋକ ହୋଇଥିଲା । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ତାଲ ଗାଁରେ ମହେନ୍ଦ୍ରଙ୍କ ଘର । ମୃତ୍ୟୁ ବେଳକୁ ତାଙ୍କୁ 52 ବର୍ଷ ହୋଇଥିଲା । ମହେନ୍ଦ୍ରଙ୍କ ମରଶରୀରର ଶେଷ ଦର୍ଶନ କରିଥିଲେ ଦଳର ବରିଷ୍ଠ ନେତା ଓ 5ଟି ସଚିବ । ଏହାପରେ ତାଙ୍କ ପୈତୃକ ଗାଁ'ରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।

ରାଜ୍ୟ ପଣ୍ୟଗାର ନିଗମ ଅଧ୍ୟକ୍ଷା ହେଲେ ମଞ୍ଜୁଶ୍ରୀ ବଢ଼େଇ

ଏହାମଧ୍ୟ ପଢନ୍ତୁ: ‘କଲେଜରେ ୭ ଘଣ୍ଟା ରହିବେ ଅଧ୍ୟାପକ, କଡ଼ାକଡି ହେବ ବାୟୋମେଟ୍ରିକ ବ୍ୟବସ୍ଥା’

ଜନସେବା ପାଇଁ ଚାକିରି ଛାଡ଼ି ଗତ 2022 ନଭେମ୍ବର ମାସ 25 ତାରିଖରେ ମହେନ୍ଦ୍ର ବିଜେଡିରେ ସାମିଲ ହୋଇଥିଲେ । ORS ପଦବୀରୁ ଭିଆରଏସ ନେଇ ମହେନ୍ଦ୍ର ପଦ୍ମପୁର ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିଲେ । ମହେନ୍ଦ୍ର କୁମାର ବଢ଼େଇଙ୍କୁ ବିଜେଡି ମୁଖପାତ୍ର ଭାବେ ନିଯୁକ୍ତ କରିଥିଲା । ସେ ପଦ୍ମପୁରରେ ବିଜେଡି ଟିକେଟ ଆଶାୟୀ ଥିବା ଚର୍ଚ୍ଚା ହେଉଥିଲା । କିନ୍ତୁ ପଦ୍ମପୁର ଉପନିର୍ବାଚନ ସମୟରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ସେ ଗାଁ ଗାଁ ବୁଲି ଭୋଟ ମାଗିଥିଲେ । ପରେ ମହେନ୍ଦ୍ରଙ୍କୁ ଓଡ଼ିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷ ଭାବେ ତାଙ୍କୁ ରାଜ୍ୟ ସରକାର ନିଯୁକ୍ତ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details