ଓଡିଶା

odisha

ETV Bharat / state

ମଣ୍ଡି ସମ୍ଭାଳିବେ SHG ମହିଳା - ଖୋର୍ଦ୍ଧା ଖବର

ଖୋର୍ଦ୍ଧା ଜିଲ୍ଲାରେ ଚଳିତ ଖରିଫରେ ଧାନ କିଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲାଣି ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ । ଚାଷୀ ଯେପରି ସଠିକ ଭାବେ ଧାନ ବିକ୍ରି କରିବ ସେ ନେଇ ସମସ୍ତ ଦାୟିତ୍ବ ଏସଏଚଜି ଗ୍ରୁପମାନଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ଯୋଗାଣ ଅଧିକାରୀ ସୁଗୁଦା ମୁର୍ମୁ । ଅଧିକ ପଢନ୍ତୁ

SHG ମହିଳା ସମ୍ଭାଳିବେ ମଣ୍ଡି
SHG ମହିଳା ସମ୍ଭାଳିବେ ମଣ୍ଡି

By

Published : Dec 24, 2021, 2:10 PM IST

ଖୋର୍ଦ୍ଧା : ଚଳିତ ଖରିଫରେ ଧାନ କିଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲାଣି ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ । 2020-21 ଖରିଫରେ 13 ଲକ୍ଷ 70 ହଜାର 770 କ୍ୱିଣ୍ଟାଲ ଧାନ ସରକାର ଚାଷୀଙ୍କ ଠାରୁ କିଣିଥିବା ବେଳେ ଚଳିତ ବର୍ଷ ପ୍ରାଥମିକ ପର୍ଯ୍ୟାୟରେ 12 ଲକ୍ଷ କ୍ୱିଣ୍ଟାଲ ଧାନ କିଣିବା ପାଇଁ ପକ୍ରିୟା ଆରମ୍ଭ କରିଛି ଯୋଗାଣ ବିଭାଗ । ସରକାରୀ ଦରରେ ଚଳିତ ବର୍ଷ 16ଟି ମିଲର ଧାନ କିଣିବା ପାଇଁ ଚୁକ୍ତି କରିଛନ୍ତି । ମଣ୍ଡିର ଦାୟିତ୍ବ ମହିଳା ସ୍ବୟଂ ସହାୟତ ଗୋଷ୍ଠୀଙ୍କୁ (SHG women) ଦିଆଯିବ ବୋଲି ସୂଚନା ଦେଇଛନ୍ତି ଯୋଗାଣ ଅଧିକାରୀ ।

139ଟି ସମବାୟ ସମିତିରେ 46 ହଜାର 595 ଜଣ ଚାଷୀ ପଞ୍ଜିକରଣ କରି ସରକାରଙ୍କୁ ଧାନ ବିକ୍ରି କରିବେ । ଖୋର୍ଦ୍ଧା ଉପଖଣ୍ଡରେ ଜାନୁଆରୀ 4 ତାରିଖରୁ ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲିବା ପକ୍ରିୟା ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ସୁଗୁଦା ମୁର୍ମୁ । ସେପଟେ ସମିତି ସମ୍ପାଦକମାନେ କରିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ଯେପରି ଚାଷୀର ଧାନ ବିକ୍ରିରେ କୌଣସି ସମସ୍ୟା ନଉପୁଜେ ସେଥିପାଇଁ ପ୍ରସ୍ତୁତ ହୋଇଛନ୍ତି ବିଭାଗୀୟ ଅଧିକାରୀ । ଚାଷୀ ଯେପରି ସଠିକ ଭାବେ ଧାନ ବିକ୍ରି କରିବ ସେ ନେଇ ସମସ୍ତ ଦାୟିତ୍ବ ଏସଏଚଜି ଗ୍ରୁପମାନଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ଯୋଗାଣ ଅଧିକାରୀ ସୁଗୁଦା ମୁର୍ମୁ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details