ଖୋର୍ଦ୍ଧା: କ୍ଷେତରୁ ଚାଷୀ ଧାନ କାଟି ଅମଳ କଲେଣି । କିନ୍ତୁ ଖୋର୍ଦ୍ଧା ଜିଲ୍ଲା ସେବା ସମବାୟ ସମିତିରେ ଏପର୍ଯ୍ୟନ୍ତ ମଣ୍ଡି ଖୋଲି ନଥିବାରୁ ଚାଷୀ ନିଜ ଅମଳ ଫସଲକୁ ବିକ୍ରି କରି ଉଚିତ ମୂଲ୍ୟ ପାଉନଥିବା ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ, ଜିଲ୍ଲାରେ ମୋଟ 138ଟି ସମବାୟ ସମିତିରେ ସରକାର ଧାନକ୍ରୟ କରିବାକୁ ଥିବାବେଳେ ଏବେ ମାତ୍ର ପାଞ୍ଚୋଟି ସମିତିରେ ମଣ୍ଡି ଖୋଲିଛି । ଅନ୍ୟ ସମବାୟ ସମିତିରେ କେବେ ମଣ୍ଡି ଖୋଲିବ, ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନଥିବାବେଳେ ଚିନ୍ତାରେ ପଡିଛି ଚାଷୀକୂଳ ।