ଖୋର୍ଦ୍ଧା:ଚାଷୀର କଷ୍ଟ ଉପାର୍ଜିତ ଫସଲକୁ ଉଚିତ ମୂଲ୍ୟରେ ବିକ୍ରି କରିବା ପାଇଁ ସରକାର ମଣ୍ଡିର ବ୍ୟବସ୍ଥା କରିଛନ୍ତି । ହେଲେ ବର୍ଷକର ଅମଳକୁ ଶାଗ ମାଛ ଦରରେ ମିଲରକୁ ଦେଉଛି ଚାଷୀ । ସରକାରଙ୍କ ନିର୍ଦ୍ଦେଶକୁ ଫୁ’ କରି କୁଇଣ୍ଟାଲ ପିଛା 4ରୁ 5 କିଲୋ ଧାନ କାଟି ନେଉଥିବା ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଚାଷୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧାରେ ।
ମଣ୍ଡିରେ ଅବ୍ୟବସ୍ଥା, ରାଜରାସ୍ତାକୁ ଓହ୍ଲାଇବାକୁ ଚାଷୀଙ୍କ ଚେତାବନୀ - mandi problem in khordha
ମଣ୍ଡିରେ ଅବ୍ୟବସ୍ଥା । ଧାନ ଉଠି ନଥିବାରୁ ଚିନ୍ତାରେ ଚାଷୀ । ଅଧିକ ପଢନ୍ତୁ...
ଜିଲ୍ଲାର ବୋଲଗଡ଼ ବ୍ଲକର ପିଚୁକୁଳି ,ଚମ୍ପାଇଲୋ, ଟୀକାତାଳ ଏବଂ ଶିଉଳାଗାଁର ଚାଷୀ ବିକ୍ରି ପାଇଁ ଧାନ ପିଚୁକୁଳି ସେବା ସମବାୟ ସମିତିକୁ ଆଣି କଟନୀଛଟନୀର ଶିକାର ହେଉଛନ୍ତି । ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ବେ ମିଲର ନା ସମବାୟ ସମିତି କେହି ଚାଷୀଙ୍କୁ ବସ୍ତା ଫେରାଉ ନଥିବା ଅଭିଯୋଗ ହୋଇଛି । ସେହିପରି ସରକାରଙ୍କ ବିନା ନିର୍ଦ୍ଦେଶରେ ମଣ୍ଡି 7 ତାରିଖରୁ ବନ୍ଦ କରି ଦିଆଯାଇଛି । ଆଗାମୀ ଦିନରେ ମଣ୍ଡି ନ ଖୋଲିଲେ ରାଜରାସ୍ତାକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛନ୍ତି ଚାଷୀ । ସେପଟେ ଅତିରିକ୍ତ ଜିଲ୍ଲାପାଳ କ୍ୟାମେରା ସାମ୍ନାରେ କିଛି କହିନଥିଲେ ମଧ୍ୟ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ