ଖୋର୍ଦ୍ଧା: ମାନବଵାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ପୁଅ ମନୋରଞ୍ଜନ ଦାସଙ୍କୁ ମିଳିଲା ଜାମିନ । ଦୁଇଟି ମାମଲାରେ ସେ ଗିରଫ ହୋଇ ଜେଲରେ ଥିବାବେଳେ ତାଙ୍କୁ ଆଜି ସର୍ତ୍ତମୂଳକ ଜାମିନ ଦେଇଛନ୍ତି ଦ୍ବିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟ । 2ଜଣ ଜାମିନଦାର ଏବଂ 50 ହଜାର ଟଙ୍କାର ମୁଚାଲିକାରେ ଜାମିନ ପାଇ ଜେଲରୁ ମୁକୁଳିଛନ୍ତି ମନୋରଞ୍ଜନ ।
ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ପୁଅଙ୍କୁ ସର୍ତ୍ତମୂଳକ ଜାମିନ - son of Manas Das get bail
ବହୁଚର୍ଚ୍ଚିତ ମାନବଵାଦ ସଂଗଠନର ମୁଖ୍ୟ ବାପପୁଅ ଗିରଫ ଘଟଣା। ପୁଅ ମନୋରଞ୍ଜନ ଦାସଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ। ଅଧିକ ପଢନ୍ତୁ...
ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ପୁଅଙ୍କୁ ସର୍ତ୍ତମୂଳକ ଜାମିନ
ଏଠାରେ ସୂଚନା ଥାଉ କି, ମାନସ ଦାସ ଏବଂ ତାଙ୍କ ପୁଅ ମନୋରଞ୍ଜନ ବେଗୁନିଆ ଅଞ୍ଚଳରେ ମାନବବାଦ ସଂଗଠନ ଚଳାଇ ଲୋକଙ୍କୁ ନିର୍ଯାତନା ଦେଉଥିବା ନେଇ ବେଗୁନିଆ ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ ଖୋର୍ଦ୍ଧା ପୋଲିସର ଏକ ଟିମ ଉଭୟ ବାପପୁଅଙ୍କୁ ଭୁବନେଶ୍ବର ଗିରଫ କରିଥିଲା । ପରେ ଉଭୟଙ୍କ ଜାମିନ ଖାରଜ ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇଯାଇଥିଲା। ଆଜି ପୁଅ ମନେରଞ୍ଜନ ଜାମିନ ପାଇ ଜେଲରୁ ବାହାରିବାରେ ସଫଳ ହୋଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ