ଖୋର୍ଦ୍ଧା: ଜେଲ୍ ଗଲେ ବାପ-ପୁଅ । ମାନବବାଦ ସଙ୍ଗଠନର ମୁଖ୍ୟ ମାନସ ଦାସ ଓ ତାଙ୍କୁ ପୁଅ ମନୋରଞ୍ଜନ ଦାସଙ୍କୁ ଗିରଫ ପରେ ଜେଲ ପଠାଯାଇଛି । ହତ୍ୟା ମାମଲାରେ ମାନସ ଗିରଫ ହୋଇଥିବେଳେ ନିର୍ଯାତନା ଅଭିଯୋଗରେ ଗିରଫ ହୋଇଛନ୍ତି ମନୋରଞ୍ଜନ ଦାସ । ଆଜି ଖୋର୍ଦ୍ଧା ପୋଲିସ ଉଭୟଙ୍କୁ ଖୋର୍ଦ୍ଧା ସବଜେଲକୁ ପଠାଇଛି ।
ବେଗୁନିଆ ଥାନା ଅନ୍ତର୍ଗତ କଡବ ଗ୍ରାମର ମାଗୁଣି ନାୟକ ଓ ତାଙ୍କ ପୁଅ ଆନନ୍ଦ ନାୟକଙ୍କୁ ମାନବବାଦ ସଙ୍ଗଠନର ସଦସ୍ୟ ମାନସ ଦାସ ଓ ତାଙ୍କ ପୁଅଙ୍କ ନିର୍ଦ୍ଦେଶରେ ମାଡ଼ ମାରି ଲହୁଲୁହାଣ କରିଥିଲେ । ଏହି ଅକଥନୀୟ ନିର୍ଯାତନାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେବାପରେ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସିଥିଲା ଏବଂ ସମ୍ପୃକ୍ତ ବାପପୁଅଙ୍କୁ ଗିରଫ ପାଇଁ ଦାବି ଜୋର ଧରିଥିଲା । ଶେଷରେ ଆଜି ମାନସ ଦାସ ଓ ମନୋରଞ୍ଜନ ଦାସଙ୍କୁ ଗିରଫ କରାଯାଇ ଜେଲ୍ ପଠାଯାଇଛି ।