ଓଡିଶା

odisha

ETV Bharat / state

ପ୍ରତିଶ୍ରୁତି ଭୁଲିଗଲେ ମୁଖ୍ୟମନ୍ତ୍ରୀ, ମଡେଲ କାନ୍ଧେଇ ରାଉରକେଲାରୁ ରାଜଧାନୀରେ ପହଞ୍ଚିଲେ ମୁକ୍ତିକାନ୍ତ - ରାଉରକେଲାରୁ ନବୀନ ନିବାସ ପଦଯାତ୍ରା

ରାଉରକେଲାରୁ ପଦଯାତ୍ରା କରି ଭୁବନେଶ୍ବରରେ ପହଞ୍ଚିଲେ ଯୁବ ସାମାଜିକ କର୍ମୀ ମୁକ୍ତି କାନ୍ତ ବିଶ୍ଵାଳ। ଅଧିକ ପଢନ୍ତୁ

ରାଉରକେଲାରୁ ନବୀନ ନିବାସ ପଦଯାତ୍ରା
ରାଉରକେଲାରୁ ନବୀନ ନିବାସ ପଦଯାତ୍ରା

By

Published : Dec 16, 2022, 4:43 PM IST

Updated : Dec 28, 2022, 1:17 PM IST

ଭୁବନେଶ୍ବର: ରାଉରକେଲାରୁ ପଦଯାତ୍ରା କରି ଭୁବନେଶ୍ବରରେ ପହଞ୍ଚିଲେ ଯୁବ ସାମାଜିକ କର୍ମୀ ମୁକ୍ତି କାନ୍ତ ବିଶ୍ଵାଳ। ମୁଖ୍ୟମନ୍ତ୍ରୀ ରାଉରକେଲା ପାଇଁ ଦେଉଥିବା ପୁଳାପୁଳା ପ୍ରତିଶ୍ରୁତିର ମଡେଲକୁ କାନ୍ଧରେ ଧରି ନବୀନ ନିବାସ ଅଭିମୁଖେ ପଦଯାତ୍ରାରେ ଆସିଛନ୍ତି। ଏହାପୂର୍ବରୁ 2018ରେ ମଧ୍ୟ ପଦଯାତ୍ରାରେ ଆସିଥିଲେ ମୁକ୍ତି କାନ୍ତ ।

ସୂଚନାଅନୁସାରେ, ମୁଖ୍ୟମନ୍ତ୍ରୀ 2013 ମସିହାରେ ରାଉରକେଲାରେ ସରକାରୀ ହସ୍ପିଟାଲକୁ ସୁପର ସ୍ପେଶାଲିଟି ହସ୍ପିଟାଲର ମାନ୍ୟତା, କୋଏଲ ବ୍ୟାରେଜ, ରିଙ୍ଗ୍‌ ରୋଡ ଏବଂ ଶୀତଳ ଭଣ୍ଡାର ଭଳି ଅନେକ ବିକାଶର ପ୍ରତିଶ୍ରୁତି ଦେଇଥିଲେ । ହେଲେ ଦୀର୍ଘ 9 ବର୍ଷ ପରେ ବି କୌଣସି ପ୍ରତିଶ୍ରୁତି ପୂରଣ ନହେବାରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଥିଲେ । ଏକ ମାସ ଧରି ପଦଯାତ୍ରାରେ ରାଉରକେଲାରୁ ନବୀନ ନିବାସ ବାହାରିଛନ୍ତି ମୁକ୍ତି କାନ୍ତ । ପୂର୍ବରୁ 2018ରେ ମଧ୍ୟ ଏକ ପଦଯାତ୍ରା କରି ଭୁବନେଶ୍ଵର ଆସିଥିଲେ ମୁକ୍ତି କାନ୍ତ । ପୁଣିଥରେ ଏବେ 2022ରେ ପଦଯାତ୍ରାରେ ନବୀନ ନିବାସ ଆସୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆଜି କେନ୍ଦ୍ର କ୍ୟାବିନେଟ ବୈଠକ, ହୋଇପାରେ ଗୁରୁତ୍ବପୂର୍ଣ୍ଣ ଘୋଷଣା

ଏନେଇ ମୁକ୍ତି କାନ୍ତ କହିଛନ୍ତି," ରାଉରକେଲାରୁ ଭୁବନେଶ୍ବର ପଦଯାତ୍ରା କରି ଆସିଛି। ମୁଖ୍ୟମନ୍ତ୍ରୀ 2013 ମସିହାରେ ରାଉରକେଲା ଯାଇ 4ଟି ପ୍ରତିଶୃତି ଦେଇଥିଲେ। ଏହାସହ 2ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । 2013ରୁ 2022 ମସିହା ପର୍ଯ୍ୟନ୍ତ 9 ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ଯାଏଁ କୌଣସି ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରୁନାହିଁ । ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇ ଭୁଲିଯାଇଛନ୍ତି । ଏହାପୂର୍ବରୁ 2018ରେ ମଧ୍ୟ ଏକ ପଦଯାତ୍ରା କରି ଭୁବନେଶ୍ଵର ଆସିଥିଲି । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲି । ମୁଖ୍ୟମନ୍ତ୍ରୀ ଦାବି ପୂରଣ ପାଇଁ ପ୍ରତିଶୃତି ଦେଇଥିଲେ । କିନ୍ତୁ ଏହାର କୌଣସି ସୁଫଳ ମିଳିପାରିନଥିଲା । ତେଣୁ ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏହି ପଦଯାତ୍ରାରେ ଆସିଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 28, 2022, 1:17 PM IST

ABOUT THE AUTHOR

...view details