ଖୋର୍ଦ୍ଧା: ଚିଲିକାରେ ମାଛ ମାରିବା ହେଲା କାଳ । ଡଙ୍ଗାରୁ ଖସି ଚାଲିଗଲା ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ପଞ୍ଚାୟତର ଭୀମପାଟଣା ସାହିରେ ।
ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଗନ୍ଧର୍ବ ଘଡେଇ ପ୍ରତିଦିନ ମାଛ ଧରିବା ପାଇଁ ଚିଲିକା ଭିତରକୁ ଜାଲ ପକେଇବାକୁ ଯାଇଥାନ୍ତି । ହେଲେ ଅସାବଧାନତା ବଶତଃ ଜାଲ କାଢ଼ିବା ବେଳେ ଗନ୍ଧର୍ବ ଚିଲିକାର ଗଭୀର ଜଳରାଶି ମଧ୍ୟରେ ବୋଟରୁ ପଡି ବୁଡିଯାଇଥିଲେ । ଏହା ଦେଖି ସଙ୍ଗେ ସଙ୍ଗେ ବୋଟ ଚାଳକ ଜୋରରେ ପାଟି କରି ଅନ୍ୟ ସହଯୋଗୀଙ୍କୁ ଡାକି ଗନ୍ଧର୍ବଙ୍କ ପରିବାରକୁ ଖବର ଦେଇଥିଲେ ।