ଓଡିଶା

odisha

By

Published : Aug 12, 2023, 5:14 PM IST

Updated : Aug 12, 2023, 5:52 PM IST

ETV Bharat / state

ରଣକ୍ଷେତ୍ର ପାଲଟିଲା ମାଷ୍ଟରକ୍ୟାଣ୍ଟିନ, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଛକରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ଗୁରୁତର ଅବସ୍ଥାରେ ଯୁବକଙ୍କୁ କ୍ୟାପିଟାଲ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢ଼ନ୍ତୁ

man brutally attacked by miscreants
ଭୁବନେଶ୍ବରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ବରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର:ରାଜଧାନୀ ଛାତି ଉପରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ରଣକ୍ଷେତ୍ର ପାଲଟିଲା ମାଷ୍ଟରକ୍ୟାଣ୍ଟିନ ଛକ । ଫିଲ୍ମ ଷ୍ଟାଇଲରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ କଟୁରୀରେ ହାଣିଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣର କାରଣ ଅସ୍ପଷ୍ଟ ଥିବା ବେଳେ କ୍ୟାପିଟାଲ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢ଼ନ୍ତୁ:୬ ହଜାର ଟଙ୍କା ପାଇଁ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ, ସମ୍ପର୍କୀୟ ଭାଇ ଅଟକ

ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ମନୋଜ ଗୋଡ଼ ହୋଇଥିବା ସୂଚନା ମିଳିଛି । ଅପରାହ୍ନ ସମୟରେ କୌଣସି କାରଣରୁ ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଖଣ୍ଡା ଓ କଟୁରୀ ଧରି ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ଧାରୁଆ ଆସ୍ତ୍ରରେ ଆକ୍ରମଣ ଯୋଗୁଁ ଯୁବକଙ୍କ ଗୋଡ଼ ଓ ଛାତିରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି । ରାଜଧାନୀ ଛାତି ଉପରେ ଦୁର୍ବୃତ୍ତଙ୍କ ଏଭଳି ଗୁଣ୍ଡାରାଜ ଦେଖି ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ:ପୋଲିସ ନାଁରେ ମରଣାନ୍ତକ ଆକ୍ରମଣ ଅଭିଯୋଗ; ଦୁଇ ଯୁବକ ଆହତ, ଏସପିଙ୍କ ନିକଟରେ ଫେରାଦ ହେଲେ ପୀଡିତ ପରିବାର

ଭୁବନେଶ୍ବର ସହରର ପ୍ରମୁଖ ଛକ କହିଲେ ମାଷ୍ଟରକାଣ୍ଟିନ । ଯେଉଁଠାରୁ ମାତ୍ର ଏକ କିଲୋମିଟର ଦୂରରେ ଲୋକସେବା ଭବନରୁ ଆରମ୍ଭ କରି ଓଡ଼ିଶା ବିଧାନସଭା ଭବନ, ପୋଲିସ ସେବା ଭବନ ସହ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ରହିଛି । ରେଲଓ୍ବେ ଷ୍ଟେସନ ଥିବା ଯୋଗୁଁ ମାଷ୍ଟରକାଣ୍ଟିନରେ ୨୪ଘଣ୍ଟା ଲୋକଙ୍କ ଚଳପ୍ରଚଳ ଲାଗି ରହିଥାଏ । ପାଖରେ ଅନେକ ବଡ଼ ବଡ଼ ସୋରୁମ ଏବଂ ବ୍ୟବସାୟୀ ପ୍ରତିଷ୍ଠାନ ରହିଥିବାରୁ ଉକ୍ତ ଅଞ୍ଚଳଟି ପୋଲିସର କଡ଼ା ନଜରରେ ରହିଥାଏ । ପୋଲିସର ଉପସ୍ଥିତି ସତ୍ତ୍ବେ ମାଷ୍ଟରକ୍ୟାଣ୍ଟିନ ଛକ ଉପରେ ଦୁର୍ବୃତ୍ତଙ୍କ ଏଭଳି କାଣ୍ଡ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି । ନିତିଦିନ ଆତଯାତ ରହୁଥିବା ଲୋକ ମଧ୍ୟ ଭୟରେ ସେହି ଘଟଣା ଦେଖି ନିଜକୁ ଅସୁରକ୍ଷିତ ମଣିଛନ୍ତି । ତେବେ ଆକ୍ରମଣର କାରଣ ସ୍ପଷ୍ଟ ହୋଇନଥିଲେ ବି ଚୋରି ଜିନିଷ ଭାଗବଣ୍ଟାକୁ ନେଇ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ରାଜଧାନୀରେ ଏପରି ଆତଙ୍କରାଜ ଘଟଣା ନୂଆ ନୁହେଁ । ପୁର୍ବରୁ ମଧ୍ୟ ଅନେକ ଥର ବିଚ୍ ରାସ୍ତାରେ ଦୁର୍ବୃତ୍ତଙ୍କ ଏଭଳି କାଣ୍ଡ ଘଟାଇବା ଖବର ସାମ୍ନାକୁ ଆସିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 12, 2023, 5:52 PM IST

ABOUT THE AUTHOR

...view details