ଓଡିଶା

odisha

By

Published : Jun 21, 2023, 7:47 AM IST

ETV Bharat / state

ପାରିବାରିକ କଳହର କରୁଣ ପରିଣତି, ଭିଣୋଇର ଟାଙ୍ଗିଆ ଚୋଟରେ ଗୁରୁତର ଶାଳକ

ରାଜଧାନୀ ଉପକଣ୍ଠ ବାଲିପାଟଣାରେ ଅଭାବନୀୟ ଘଟଣା । ଭିଣୋଇର ଟାଙ୍ଗିଆ ଚୋଟରେ ଲହୁ ଲୁହାଣ ହେଲା ଶାଳକ ।‌ ଅଧିକ ପଢ଼ନ୍ତୁ

man attacked his brother in law
ଭିଣୋଇର ଟାଙ୍ଗିଆ ଚୋଟରେ ଗୁରୁତର ଶାଳକ

ନିଆଳି: ପାରିବାରିକ କଳହର କରୁଣ ପରିଣତି । ଭିଣୋଇର ଟାଙ୍ଗିଆ ଚୋଟରେ ଲହୁ ଲୁହାଣ ହେଲା ଶାଳକ ।‌ ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍ସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଫକୀରପଡା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆହତ ଯୁବକ ଜଣକ ହେଉଛନ୍ତି ପ୍ରଶାନ୍ତ । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ:Double Murder In Kujanga: ଦୁଇ ମହିଳାଙ୍କୁ ଖଣ୍ଡାରେ ହାଣି ହତ୍ୟା କଲା ଯୁବକ

ରଥଯାତ୍ରାରେ ରକ୍ତ ରଞ୍ଜିତ ହେଲା ବାଲିପାଟଣା ଅଞ୍ଚଳ । ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ଥାନା ଫକୀରପଡା ଗ୍ରାମର ସୁରେନ୍ଦ୍ର ଭୋଇଙ୍କ ଝିଅଙ୍କୁ ନିକଟସ୍ଥ ମହାନ୍ତି ସାହିର ସୁଜିତ ମହାନ୍ତି ଓରଫ ପପୁ ପ୍ରେମ ବିବାହ କରିଥିଲେ ।‌ ଝିଅର ବାପାଙ୍କ ଅଭିଯୋଗ ଅନୁସାରେ ପପୁ ପ୍ରତ୍ୟେକ ନିଦ ନିଶା ସେବନ କରି ପତ୍ନୀକୁ ମାଡ଼ ମାରନ୍ତି । କ୍ରମାଗତ ଭାବେ ମଦ ନିଶାରେ ଆସି ଝିଅକୁ ମାରଧର କରନ୍ତି । ସୋମବାର ନିଶାଗ୍ରସ୍ତ ଅବସ୍ଥାରେ ପତ୍ନୀଙ୍କୁ ମାଡ ମାରିଥିଲେ ପପୁ । ପରେ ପତ୍ନୀ ରାଗି ଯାଇ ବାପ ଘରକୁ ଚାଲି ଯାଇଥିଲେ ।‌ ଅନ୍ୟପଟେ ପରିବାର ଲୋକେ ବିଳମ୍ବିତ ରାତିରେ ପପୁଙ୍କ ଘର ପାଖକୁ ଯାଇଥିଲେ ଏବଂ ଝିଅକୁ ମାଡ ମାରିବା ସମ୍ପର୍କରେ ପଚାରିଥିଲେ ।‌ ଏଥିରେ ଉତକ୍ଷିପ୍ତ ହୋଇ ପଡ଼ିଥିଲେ ପପୁ । ଘରୁ ଏକ ଟାଙ୍ଗିଆ ଆଣି ନିଜ ଶାଳକ ପ୍ରଶାନ୍ତଙ୍କୁ ବାରମ୍ବାର ଆକ୍ରମଣ କରି ଚାଲିଲେ । ଟାଙ୍ଗିଆ ଆକ୍ରମଣରେ ପ୍ରଶାନ୍ତଙ୍କ ମୁଣ୍ଡ ଏବଂ ଅଣ୍ଟାରେ ଗଭୀର ଆଘାତ ଲାଗିଥିଲା । ଘଟଣାସ୍ଥଳରେ ସେ ରକ୍ତାକ୍ତ ଅବସ୍ଥାରେ ପଡ଼ି ଯାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ:ଜମିରେ ପାଇପ୍ ପକାଇବାରୁ ବିବାଦ, କଟୁରୀରେ ଚୋଟ ମାରି ବଡଭାଇର ଜୀବନ ନେଲା ସାନଭାଇ


ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା । ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପରିବାର ଲୋକେ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଇଥିବା ସୂଚନା ମିଳିଛି ।‌ ଅନ୍ୟପଟେ ଏହି ଘଟଣା ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ପୋଲିସ ସୂତ୍ରରୁ ପ୍ରକାଶ ।‌

ଏହା ମଧ୍ୟ ପଢ଼ନ୍ତୁ:କାଶୀପୁର ପୂର୍ବତନ ଯୁବ କଂଗ୍ରେସ ସଭାପତିଙ୍କୁ କୁରାଢୀରେ ହାଣି ନିର୍ମମ ହତ୍ୟା


ଇଟିଭି ଭାରତ, ନିଆଳି

ABOUT THE AUTHOR

...view details