ଓଡିଶା

odisha

ETV Bharat / state

ସ୍ତ୍ରୀର ପରକୀୟା ପ୍ରୀତି ସନ୍ଦେହରେ ହତ୍ୟା ଷଡ଼ଯନ୍ତ୍ର: ସ୍ବାମୀ ଗିରଫ, ସୁପାରି କିଲରକୁ ଏନକାଉଣ୍ଟର

ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀ ସମେତ ଅନ୍ୟଜଣେ ବ୍ୟବସାୟୀଙ୍କୁ ହତ୍ୟା ପାଇଁ ସୁପାରି ଦେଇଥିବା ଜଣେ ଅଭିଯୁକ୍ତ ଗିରଫ । ସୁପାରି ନେଇଥିବା ଅଭିଯୁକ୍ତକୁ ଏନକାଉଣ୍ଟର କରି ଘାଇଲା କରିବା ସହ ଅଭିଯୁକ୍ତର ସହଯୋଗୀକୁ ମଧ୍ୟ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ସ୍ତ୍ରୀର ପରକୀୟା ପ୍ରିତି ସନ୍ଦେହରେ ହତ୍ୟା ଷଡ଼ଯନ୍ତ୍ର ରଚିଥିବା ସ୍ବାମୀ ଗିରଫ
ସ୍ତ୍ରୀର ପରକୀୟା ପ୍ରିତି ସନ୍ଦେହରେ ହତ୍ୟା ଷଡ଼ଯନ୍ତ୍ର ରଚିଥିବା ସ୍ବାମୀ ଗିରଫ

By

Published : Mar 26, 2023, 10:18 PM IST

ସ୍ତ୍ରୀର ପରକୀୟା ପ୍ରିତି ସନ୍ଦେହରେ ହତ୍ୟା ଷଡ଼ଯନ୍ତ୍ର ରଚିଥିବା ସ୍ବାମୀ ଗିରଫ

ଭୁବନେଶ୍ବର: ପରକୀୟା ପ୍ରୀତି ସନ୍ଦେହରେ ସୁପାରି ମର୍ଡର ପ୍ଲାନ୍ । ପତ୍ନୀ ସହ ସମ୍ପର୍କ ସନ୍ଦେହରେ ବ୍ୟବସାୟୀଙ୍କୁ ହତ୍ୟା ଯୋଜନା । ସୁପାରି କିଲରଙ୍କୁ ଲଗାଇ ହତ୍ୟା ଷଡ଼ଯନ୍ତ୍ରର ଖୋଲିଲା ରହସ୍ୟ । ପତ୍ନୀର ଅନୈତିକ ସମ୍ପର୍କ ସନ୍ଦେହରେ ସ୍ବାମୀ ରଚିଥିଲା ସୁପାରି କିଲିଂ ପ୍ଲାନ୍ । ତାସହିତ ସାମ୍ନାକୁ ଆସିଲା ୟୁନିଟ ୪ MLA କଲୋନି କଡ଼ରେ ଥିବା ଗହଣା ଦୋକାନୀଙ୍କୁ ବୋମା ମାଡର ରହସ୍ୟ । ଗହଣା ବ୍ୟବସାୟୀ ରମାକାନ୍ତ ମହାରଣାଙ୍କୁ ବୋମା ମାଡ ଘଟଣାରେ ସୁପାରି କିଲର ଜିତୁ ପଲେଇକୁ ଏନକାଉଣ୍ଟର କରି ଘାଇଲା କରିବା ପରେ ପୋଲିସ ଖୋଲିଛି ସାଙ୍ଘାତିକ ସୁପାରି କିଲିଂ ଷଡ଼ଯନ୍ତ୍ରର ରହସ୍ୟ । ଏନେଇ ଏଇ ଘଟଣାରେ ସୁପାରି ଦେଇଥିବା ଅଭିଯୁକ୍ତ ତଥା ସ୍ବାମୀ ଭଗିରଥ ସ୍ବାଇଁ ଓ ସୁପାରି ନେଇଥିବା ଜିତୁ ପଲେଇର ସହଯୋଗୀ ତୋଫାନ ରାଉତଙ୍କୁ ଗିରଫ କରିଛି ପୋଲିସ ।

ଭୁବନେଶ୍ବର ଡିସିପିଙ୍କ ସୂଚନା ଅନୁସାରେ, ଗତ ୨୦ ତାରିଖରେ ଖାରବେଳ ନଗର ଥାନା ଅଧୀନରେ ଥିବା ଜୁଏଲାରୀ ଦୋକାନର ବୋମା ମାଡ ଘଟଣାରୁ ସାମ୍ନାକୁ ଆସିଛି ଘଟଣା । ଗହଣା ବ୍ୟବସାୟୀ ରମାକାନ୍ତ ମହାରଣାଙ୍କୁ ରାସ୍ତାରୁ ହଟାଇବାକୁ ସୁପାରି ଦେଇଥିଲା ଅଭିଯୁକ୍ତ ଭଗିରଥ ସ୍ବାଇଁ । ଯିଏକି ରମାକାନ୍ତ ମହାରଣାଙ୍କ ଜୁଏଲାରୀ ନିକଟରେ ଥିବା ବିୟୁଟିପାର୍ଲର ଦୋକାନ ମାଲିକାଣୀଙ୍କ ସ୍ବାମୀ । ନିଜ ପତ୍ନୀଙ୍କ ସହ ଗହଣା ବ୍ୟବସାୟୀଙ୍କ ସମ୍ପର୍କ ଥିବା ଅନେକ ଦିନରୁ ସେ ସନ୍ଦେହ କରିଆସୁଥିଲା । ଏନେଇ ତାଙ୍କର ବିବାହ ବିଚ୍ଛେଦ ପାଇଁ କୋର୍ଟରେ ମାମଲା ଚାଲିଥିଲା । ହେଲେ ତଥାପି ପର ପୁରୁଷ ସହ ସମ୍ପର୍କ ସନ୍ଦେହ କରୁଥିଲେ । ୧ ଲକ୍ଷ ୭୫ ହଜାର ଟଙ୍କାରେ ଗହଣା ବ୍ୟବସାୟୀଙ୍କୁ ହତ୍ୟା ପାଇଁ ସୁପାରି ଦେଇଥିଲେ । ଯାହାକୁ ନେଇ ଅଭିଯୁକ୍ତ ତୋଫାନ ରାଉତ ଜରିଆରେ ଜିତୁକୁ ଯୋଗାଯୋଗ କରିଥିଲେ । ଏନେଇ ଗତ ୨୦ ତାରିଖରେ ଜିତୁ ପଲେଇ ନିଜ ୩ ସହଯୋଗୀଙ୍କ ସହ ଆସି ଗହଣା ବ୍ୟବସାୟୀ ରମାକାନ୍ତଙ୍କ ଉପରକୁ ଦୁଇଟି ବୋମା ମାଡ କରିଥିଲା । ତେବେ ବୋମା ମାଡରୁ ବର୍ତ୍ତି ଯାଇଥିଲେ ଗହଣା ବ୍ୟବସାୟୀ‌ ରମାକାନ୍ତ ।

ହେଲେ ଘଟଣାର ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା, ଠିକ ବର୍ଷେ ତଳେ ସମାନ ଅଭିଯୁକ୍ତ ଜିତୁ ପଲେଇ ସେହି ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ କରି ଫେରାର ଥିଲା । ଏନେଇ ଜିତୁ ପଲେଇକୁ ଖୋଜିବାକୁ ଯାଇ ପୋଲିସ ଜାଣିବାକୁ ପାଇଥିଲା ଜିତୁର କ୍ରାଇମ୍ ସିଣ୍ଡିକେଟ ସିକ୍ରେଟ । ଯିଏକି ଦାଦାବଟି, ଚୋରି, ଛିନତାଇ ଓ ଡକାୟତି ଭଳି ସୁପାରି ନେବା ମାମଲାର ଥିଲା ମୋଷ୍ଟ ୱାଣ୍ଟେଡ । ତା ନାଁରେ ଭୁବନେଶ୍ବର ସମେତ ପୁରୀ, କଟକ, ଅନୁଗୋଳ ଓ ଖୋର୍ଦ୍ଧାରେ ମଧ୍ୟ ରହିଛି ୩୫ରୁ ଉର୍ଦ୍ଧ୍ବ ମାମଲା । ତେବେ ଜିତୁକୁ ଟ୍ରାକ କରୁ କରୁ ପୋଲିସ ଜାଣିବାକୁ ପାଇଥିଲା, ଜିତୁ ନିଆଳିରୁ ଆସୁଛି ଭୁବନେଶ୍ବର । ଏକ କାର୍‌ ଯୋଗେ ଆସୁଥିବା ଖବର ପାଇ ତାକୁ ପିଛା କରିଥିଲା । ବଡଗଡ ଥାନା ଅଧିନ କୁଆଖାଇ ପାଖ ବାଙ୍କୁଆଳ ରାସ୍ତାରେ ପୋଲିସ୍ ଅଭିଯୁକ୍ତକୁ ପିଛା କରିଥିଲା । ପୋଲିସକୁ ଦେଖି ପୋଲିସ ଉପରକୁ ଗୁଳିମାଡ କରିଥିଲା ଅଭିଯୁକ୍ତ ଜିତୁ । ଜବାବରେ ଜିତୁକୁ ଏନକାଉଣ୍ଟର କରି ତାକୁ କାବୁ କରିଥିଲା ପୋଲିସ । ଏହି ଘଟଣାରେ ଷଡ଼ଯନ୍ତ୍ର ରଚି ସୁପାରି ଦେଇଥିବା ଭଗିରଥ ସ୍ବାଇଁ ସହ‌ ତୋଫାନ ରାଉତ, ଯିଏକି ଭଗିରଥକୁ ଜିତୁ ସହିତ ଭେଟଘାଟ କରାଇଥିଲା, ଉଭୟଙ୍କୁ ଗିରଫ କରିଯାଇଛି । ଚିକିତ୍ସା ପରେ ଜିତୁ ପଲେଇ ଓ ଫେରାର ଥିବା ଅନ୍ୟ ସହଯୋଗୀଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details