ଖୋର୍ଦ୍ଧା:ରାଜ୍ୟରେ ବେକାବୁ ହୋଇଛି ସଂକ୍ରମଣ । ଖୋର୍ଦ୍ଧା ଜିଲ୍ଲାରେ ହୁ ହୁ ହୋଇ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ଏ ନେଇ ଜିଲ୍ଲାର ମଲ୍ଲିପୁର ପଞ୍ଚାୟତର ମଲ୍ଲିପୁର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି ଉପଜିଲ୍ଲାପାଳ ।
ଆଜିଠାରୁ ଆସନ୍ତା ମେ 4 ତାରିଖ ଯାଏଁ ଏହା ବଳବତ୍ତର ରହିବ । ୨୨୧ଟି ପରିବାରର ୧୧୦୮ଜଣ ଲୋକ ଏହି ଆବଦ୍ଧାଞ୍ଚଳରେ ରହିବେ । ଜନସ୍ବାର୍ଥ ଏବଂ ଗ୍ରାମବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କହିଛନ୍ତି ଉପଜିଲ୍ଲାପାଳ ଜିଲାପାଳ ଆଶୋକ ବେହୁରିଆ ।