ଓଡିଶା

odisha

ETV Bharat / state

Make In Odisha 2022: ୱେବସାଇଟ ଓ ମୋବାଇଲ ଆପ୍ ଲଞ୍ଚ କଲେ ମୁଖ୍ୟମନ୍ତ୍ରୀ - ମେକ ଇନ ଓଡିଶା

ମେକ ଇନ ଓଡିଶା (Make In Odisha2022) ୱେବସାଇଟ ଓ ମୋବାଇଲ ଆପ ଲଞ୍ଚ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭିସି ଜରିଆରେ ଯୋଡି ହୋଇ ଏହା ଲଞ୍ଚ କରିଛନ୍ତି । ଅଧିକ ପଢନ୍ତୁ

Make In Odisha202: ୱେବସାଇଟ ଓ ମୋବାଇଲ ଆପ ଲଞ୍ଚ କଲେ ମୁଖ୍ୟମନ୍ତ୍ରୀ
Make In Odisha202: ୱେବସାଇଟ ଓ ମୋବାଇଲ ଆପ ଲଞ୍ଚ କଲେ ମୁଖ୍ୟମନ୍ତ୍ରୀ

By

Published : Oct 31, 2022, 11:02 PM IST

ଭୁବନେଶ୍ବର: ମେକ ଇନ ଓଡିଶା (Make In Odisha2022) ୱେବସାଇଟ ଓ ମୋବାଇଲ ଆପ ଲଞ୍ଚ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭିସି ଜରିଆରେ ଯୋଡି ହୋଇ ଏହା ଲଞ୍ଚ କରିଛନ୍ତି । ଶିଳ୍ପ ଅଭିବୃଦ୍ଧି କ୍ଷେତ୍ରରେ ଆସନ୍ତା ମେକ ଇନ ଓଡିଶା କନକ୍ଲେଭ ମାଇଲ ଷ୍ଟୋନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମେକ ଇନ ଓଡ଼ିଶାକୁ ସଫଳ କରିବା ଲାଗି ସମସ୍ତ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଓଡିଶା ଶିଳ୍ପାୟନରେ ମେକ ଇନ ଓଡିଶା ପ୍ରମୁଖ ଭୂମିକା ଗ୍ରହଣ କରିବା ଉଦ୍ଦେଶ୍ୟରେ ସମସ୍ତ ବିଭାଗକୁ ବିଭିନ୍ନ ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଉତ୍ପାଦନ ପୁଞ୍ଜି ବିନିଯୋଗରେ ଓଡିଶା ଆଜି ଭାରତର ଶୀର୍ଷ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନିତ ହୋଇଛି । ଇଜ ଅଫ ଡୁଇଙ୍ଗ ବିଜନେସରେ ଓଡିଶାକୁ ଆଚିଭର ମାନ୍ୟତା ମିଲିଛି । ଯାହା କି ରାଜ୍ୟ ପାଇଁ ଗୌରବର ବିଷୟ । ଫଳରେ ମେକ ଇନ ଓଡିଶା କନକ୍ଲେଭ 22ରେ ଓଡିଶାର ଶିଳ୍ପ ଅଭିବୃଦ୍ଧି କାହାଣୀ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହେବା ନିଶ୍ଚିତ କରିବାକୁ ସେ ସଭିଙ୍କୁ ଆହ୍ୱାନ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡିଶାର ଅଭିବୃଦ୍ଧି କାହାଣୀ ପ୍ରଦର୍ଶନ କରି ସାରା ବିଶ୍ୱରେ ନିବେଶକଙ୍କ ସାମନାରେ ଉପସ୍ଥାପନ କରିବା ପାଇଁ ମେକ୍ ଇନ୍ ଓଡିଶା କନକ୍ଲେଭ ଏକ ପ୍ଲାଟଫର୍ମ । ଆଗାମୀ 30 ଦିନ ମଧ୍ୟରେ ଏହି ବର୍ଷର ଇଭେଣ୍ଟ ଭଲ ହେବା ପାଇଁ ସମସ୍ତ ଉଦ୍ୟମ କରିବାକୁ ପଡିବ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ଗତ ଦୁଇ ମେକ ଇନ ଓଡ଼ିଶା କନକ୍ଲେଭଠାରୁ ଭଲ ପ୍ରଦର୍ଶନ କରିବାକୁ ହେଲେ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡିବ ବୋଲି ସେ କହିଛନ୍ତି । FICCI ସହଭାଗିତାରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ସରକାର ଅଧିବେଶନର ସମସ୍ତ ବିବରଣୀ ଚୂଡାନ୍ତ କରିଛନ୍ତି । ଲଞ୍ଚ ହୋଇଥିବା ପୋର୍ଟାଲ ହେଉଛି https://www.mio.investodisha.gov.in । ଏହା ଜରିଆରେ ପ୍ରତିନିଧିମାନେ ସର୍ବଦଳୀୟ ଅଧିବେଶନ, ଥିମେଟିକ ଅଧିବେଶନ, ବ୍ୟବସାୟ ନେତୃତ୍ୱ ଆଲୋଚନା, ସେକ୍ଟରାଲ ଅଧିବେଶନ ଏବଂ ବକ୍ତାମାନଙ୍କ ସବିଶେଷ ତଥ୍ୟ ପାଇପାରିବେ ।

ସେହିପରି କନକ୍ଲେଭ ପାଇଁ ପ୍ରତିନିଧି ମାନେ ପଞ୍ଜୀକୃତ କରି ଭ୍ରମଣ ସମୟରେ ସେମାନଙ୍କର ଯାତ୍ରା ଏବଂ ରହଣି ବୁକ କରିପାରିବେ । ଆଣ୍ଡ୍ରୋଏଡ ୟୁଜର ପ୍ଲେଷ୍ଟୋରରୁ ଏହି ମୋବାଇଲ ଆପ ଡାଉନଲୋଡ କରିପାରିବେ । ସେହିପରି ଆପଲ ଆପଷ୍ଟୋରରେ ଆପଲ୍ ୟୁଜର ମାନଙ୍କ ପାଇଁ ଏହି ମୋବାଇଲ ଆପ ଉପଲବ୍ଧ ରହିଛି । ଓଡ଼ିଶା ପୋର୍ଟାଲରେ ମେକ୍ ଇନ ଓଡିଶା କନକ୍ଲେଭ 2022 ସମ୍ବନ୍ଧୀୟ ସମସ୍ତ ତଥ୍ୟ ମିଳିପାରିବ । ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି ଯେ, 5 ଦିନିଆ ମେକ ଇନ ଓଡିଶା କନକ୍ଲେଭ କାର୍ଯ୍ୟକ୍ରମରେ 20 ଟି ଅଧିବେଶନ ସହ 3 ଟି କନକ୍ଲେଭ ହେବ ।

କାର୍ଯ୍ୟକ୍ରମରେ ନିବେଶକମାନେ ରାଜ୍ୟର ଶିଳ୍ପ ଦକ୍ଷତା ଏବଂ ଭବିଷ୍ୟତର ସମ୍ଭାବନା ଜାଣିବାର ସୁଯୋଗ ପାଇବେ । ରାଜ୍ୟ ସରକାରଙ୍କ ପକ୍ଷରୁ ଦେଶ ଭିତରେ ଓ ବାହାରେ 10 ଟି ରୋଡ଼ ସୋ ଆୟୋଜନ କରିଛନ୍ତି । ସେଥିରୁ କେବଳ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଦୁବାଇ, ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ ଓ ବେଙ୍ଗାଲୁରୁରେ 5ଟି ରୋଡ଼ ସୋ କରାଯାଇଛି । 2016 ଓ 2018 କନକ୍ଲେଭ ସଫଳତା ପରେ ରାଜ୍ୟ ସରକାର ଆସନ୍ତା ନଭେମ୍ବର 30 ରୁ ଡିସେମ୍ବର 4 ଯାଏଁ ତୃତୀୟ ସଂସ୍କରଣ ଆୟୋଜନ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details