ଓଡିଶା

odisha

କୋଲକାତାରେ ମେକ୍‌ ଇନ୍‌ ଓଡ଼ିଶା ରୋଡ଼୍‌ ସୋ

ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବ ତୃତୀୟ ମେକ ଇନ ଓଡ଼ିଶା କନ୍‌କ୍ଲେଭ ୨୦୨୨ । ଏନେଇ କୋଲକାତାରେ ଏକ ରୋଡ଼ ସୋ’ର ଆୟୋଜନ କରାଯାଇଥିଲା । ଅଧିକ ପଢନ୍ତୁ

By

Published : Sep 7, 2022, 9:27 PM IST

Published : Sep 7, 2022, 9:27 PM IST

କୋଲକାତାରେ ମେକ୍‌ ଇନ୍‌ ଓଡ଼ିଶା ରୋଡ଼୍‌ ସୋ
କୋଲକାତାରେ ମେକ୍‌ ଇନ୍‌ ଓଡ଼ିଶା ରୋଡ଼୍‌ ସୋ

ଭୁବନେଶ୍ବର:ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବ ତୃତୀୟ ମେକ ଇନ ଓଡ଼ିଶା କନ୍‌କ୍ଲେଭ ୨୦୨୨ । ବୟନ ଓ ହସ୍ତଶିଳ୍ପକୁ ପ୍ରମୁଖ ସ୍ଥାନ ଦେବା ପାଇଁ ଆଜି କୋଲକାତାରେ ଏକ ରୋଡ଼ ସୋ’ର ଆୟୋଜନ କରାଯାଇଥିଲା । କୋଲକାତାରେ ଏହି ରୋଡ଼୍‌ ସୋ’ରେ ଯୋଗ ଦେଇଥିଲେ ମନ୍ତ୍ରୀ ରୀତା ସାହୁ ( Textiles, Handlooms & Handicrafts minister Rita Sahu ) । ଏହି ଅବସରରେ ମନ୍ତ୍ରୀ ରୀତା ସାହୁ କହିଛନ୍ତି, "ହସ୍ତତନ୍ତ ଓ ବୟନଶିଳ୍ପ ଏପରି ଏକ କ୍ଷେତ୍ର ଯେଉଁଥିରେ ଓଡ଼ିଶା ଆଗାମୀ ଦିନରେ ଅଧିକ ଅଭିବୃଦ୍ଧି ହାସଲ କରିବା ଲକ୍ଷ୍ୟ ରଖିଛି ।"

ରାଜ୍ୟରେ ଶିଳ୍ପ କୈନ୍ଦ୍ରିକ ବାତାବରଣକୁ ବଳିଷ୍ଠ ରୂପ ଦେବା ପାଇଁ ଓଡ଼ିଶା ସରକାର ବହୁ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ ଶିଳ୍ପ ଅନୁକୂଳ ଆଭିମୁଖ୍ୟ ରାଜ୍ୟକୁ ଦେଶର ଏକ ଅଗ୍ରଣୀ ଇଣ୍ଡଷ୍ଟ୍ରିଆଲ ହବରେ ପରିଣତ କରିଛି । ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବ ତୃତୀୟ ମେକ ଇନ ଓଡ଼ିଶା କନ୍‌କ୍ଲେଭ ୨୦୨୨ । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପକୁ ପ୍ରମୁଖ ସ୍ଥାନ ଦେବା ପାଇଁ ଆଜି କୋଲକାତାରେ ଏକ ରୋଡ଼ ସୋ’ର ଆୟୋଜନ କରାଯାଇଛି । କୋଲକାତାରେ ଏହି ରୋଡ଼୍‌ ସୋ’ରେ ଯୋଗ ଦେଇଥିଲେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ । ଏହି ଅବସରରେ ସେ କହିଛନ୍ତି , ଓଡ଼ିଶାରେ ବୟନଶିଳ୍ପ ଆକର୍ଷଣର କେନ୍ଦ୍ରବିନ୍ଦୁ ଓ ଏକ ଅଗ୍ରଣୀ କ୍ଷେତ୍ର । ପୁଞ୍ଜି ନିବେଶକାରୀମାନେ ଓଡ଼ିଶାରେ ବୟନ ଓ ପୋଷାକ ଶିଳ୍ପ କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ କରିବାକୁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ହସ୍ତତନ୍ତ ଓ ବୟନଶିଳ୍ପ ଏପରି ଏକ କ୍ଷେତ୍ର ଯେଉଁଥିରେ ଓଡ଼ିଶା ଆଗାମୀ ଦିନରେ ଅଧିକ ଅଭିବୃଦ୍ଧି ହାସଲ କରିବା ଲକ୍ଷ୍ୟ ରଖିଛି ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶୁଭା ଶର୍ମା ଉପସ୍ଥିତ ଥିବା ସମସ୍ତ ନିବେଶକମାନଙ୍କୁ ଓଡ଼ିଶାରେ ହେବାକୁ ଥିବା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌-୨୦୨୨ରେ ପ୍ରତ୍ୟେକ୍ଷ ଭାବରେ ଯୋଗଦେଇ ଓଡ଼ିଶାରେ ଉପଲବ୍ଧ ଥିବା ସୁଯୋଗ ସମ୍ପର୍କରେ ଅବଗତ ହେବା ପାଇଁ ଅନୁରୋଧ କରିଛନ୍ତି । ଓଡ଼ିଶା ସବୁବେଳେ ଅନନ୍ୟ ହସ୍ତତନ୍ତ ପାଇଁ ପ୍ରସିଦ୍ଧି ଲାଭ କରିଛି । ଟେକନିକାଲ ଟେକ୍ସଟାଇଲ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଆରୋପ କରୁଛନ୍ତି । ଓଡ଼ିଶା ବୟନ ନୀତି ଏକ ସର୍ବୋତ୍ତମ ଶିଳ୍ପନୀତି ଭାବେ ପରିଗଣିତ ବୋଲି ସେ ଉଦବୋଧନ ଦେଇଥିଲେ । ସେହିପରି ନିବେଶକାରୀମାନେ ଓଡ଼ିଶାରେ ସେମାନଙ୍କର ଟେକ୍ସଟାଇଲ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ବୟନଶିଳ୍ପ ଓ ହସ୍ତତନ୍ତ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାଶ ଅନୁରୋଧ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details