ଓଡିଶା

odisha

ETV Bharat / state

ଆସନ୍ତାକାଲି ଅଟ୍ରିର ପ୍ରସିଦ୍ଧ ମକର ମେଳା, ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି - ମକର ମେଳା

ଆସନ୍ତାକାଲି ଅଟ୍ରିର ପ୍ରସିଦ୍ଧ ମକର ମେଳା ଅନୁଷ୍ଠିତ ହେବ । ଦୀର୍ଘ ଦୁଇ ବର୍ଷ ପରେ ଏହି ମେଳା ଅନୁଷ୍ଠିତ ହେଉଥିବାରୁ ଚଳିତ ଥର ବହୁ ସମାଗମ ହେବା ନେଇ ଆଶା କରାଯାଉଛି । ଏହି ମେଳା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଅଧିକ ପଢନ୍ତୁ

makara mela
makara mela

By

Published : Jan 13, 2023, 5:22 PM IST

makara mela

ଖୋର୍ଦ୍ଧା :ରାତି ପହିଲେ ଖୋର୍ଦ୍ଧା ଜିଲ୍ଲା ବାଘମାରି ଅଟ୍ରିର ବାବା ହଟକେଶ୍ୱର ମହାଦେବଙ୍କ ନିକଟରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ମକର ମେଳା । ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମକର ମେଳା ପାଇଁ ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଥିବା ଜଣାପଡିଛି । ଦୁଇବର୍ଷ ଧରି କୋରୋନା ପାଇଁ ମେଳା ମହୋତ୍ସବ ଉପରେ ରୋକ ଲାଗିଥିବା ବେଳେ ଚଳିତବର୍ଷ ହଟକେଶ୍ୱରଙ୍କ ଏହି ପ୍ରସିଦ୍ଧ ମକର ମେଳା ଅନୁଷ୍ଠିତ ହେବାକୁ ଯାଉଛି ।

ମକର ମେଳା ପାଇଁ ହଟକେଶ୍ୱରଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଚୂଡାନ୍ତ ହୋଇଛି । ରୀତିନୀତି ଅନୁସାରେ ମାନସିକଧାରୀମାନେ ରାତି ପ୍ରାୟ 3ଟା ସମୟରୁ ମାନସିକ କରି ଗୁଆ ଖୋଜିବେ । ଏନେଇ ମାନସିକ କୁଣ୍ଡ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି । ସେହିପରି ମକର ସଂକ୍ରାନ୍ତିଠାରୁ ଅଟ୍ରି ଉଷ୍ମପ୍ରସବଣ ପରିସରରେ ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ ପକ୍ଷରୁ ପାଞ୍ଚଦିନ ବ୍ୟାପି ମକର ମହୋତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ନେଇ ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: Lisa Marie Presley Passes Away: ୫୪ ବର୍ଷ ବୟସରେ ଗାୟିକା ଲିସା ମାରିଙ୍କ ଦେହାନ୍ତ

ପାଞ୍ଚଦିନ ଧରି ଅନୁଷ୍ଠିତ ହେବାକୁ ଥିବା ମହୋତ୍ସବରେ ରାଜ୍ୟର ବହୁ ସୁନାମଧନ୍ୟ କଣ୍ଠଶିଳ୍ପୀ, ଅଭିନେତା ଓ ସାଂସ୍କୃତିକ ଦଳ ସାମିଲ ହେବେ । ସେପଟେ ମେଳା ପାଇଁ ମିନାବଜାର, ଦୋଳି ଓ ବିଭିନ୍ନ ଦୋକାନ ବଜାର ଖୋଲି ଗ୍ରାହକଙ୍କ ଅପେକ୍ଷାରେ ରହିଥିବା ଦେଖିବାକୁ ମିଳିଛି । ସେହିପରି ମେଳାକୁ ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ଆରକ୍ଷୀ ଅଧିକାରୀ ଓ ଅତିରିକ୍ତ ଆରକ୍ଷୀ ଅଧିକାରୀଙ୍କ ନିର୍ଦ୍ଦେଶରେ ୨ DSP, ୩ ଇନ୍ସପେକ୍ଟର, ୧୫ ଜଣ ସବଇନ୍ସପେକ୍ଟର, ୨୦ ଅତିରିକ୍ତ ସବ୍‌ ଇନ୍ସପେକ୍ଟର, ୩୨ ଜଣ କନେଷ୍ଟବଳ, ୫୨ ଜଣ ହୋମଗର୍ଡ ଏବଂ ଏକ ପ୍ଲାର୍ଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି ।

ସେହିପରି ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ଉଷ୍ମ ପ୍ରସବଣ ଭିତରେ ଏବଂ ହଟକେଶ୍ୱର ମନ୍ଦିର ପରିସରରେ ଦୁଇଟି ଅସ୍ଥାୟୀ ଫାଣ୍ଡି କରାଯାଇଛି । ଭକ୍ତଙ୍କ ସୁବିଧା ପାଇଁ ପାନୀୟଜଳ, ସୂଚନାକେନ୍ଦ୍ର, ଅଗ୍ନି ନିରାପତ୍ତା ସୁବିଧା ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇ ଥିବା ବାଘମାରି ସରପଞ୍ଚ କହିଛନ୍ତି । ଚଳିତ ବର୍ଷ ମକଳ ମେଳାରେ ୩ ହଜାର ବ୍ୟବସାୟୀ ଯୋଗ ଦେବା ନେଇ ଆଶା କରାଯାଉଛି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details