ଖୋର୍ଦ୍ଧା: ଆସନ୍ତା 15 ତାରିଖରେ ଖୋର୍ଦ୍ଧାର ପ୍ରସିଦ୍ଧ ଅଟ୍ରି ମକର ମେଳା । ସେଥିପାଇଁ ଚଳଚଞ୍ଚଳ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ । ମକର ସଂକ୍ରାନ୍ତି ଠାରୁ ଏହି ମେଳା ଆରମ୍ଭ ହୋଇ ପାଞ୍ଚଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏହି ମେଳାରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ ।
ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରବିବାର ନିଜେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଘଟଣାସ୍ଥଳକୁ ଆସି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ।