ଓଡିଶା

odisha

By ETV Bharat Odisha Team

Published : Nov 12, 2023, 5:23 PM IST

Updated : Nov 12, 2023, 5:58 PM IST

ETV Bharat / state

2024 General Election: ରାଜ୍ୟର ୩ ପ୍ରମୁଖ ଦଳର ଅଙ୍କକଷା ଆରମ୍ଭ

୨୦୨୪ ସାଧାରଣ ନିର୍ବାଚନ ଲାଗି ରାଜ୍ୟର ୩ ପ୍ରମୁଖ ଦଳର ଅଙ୍କକଷା ଆରମ୍ଭ । ବିଜେଡି ୧୨୦ ମିଶନ ଟାର୍ଗେଟ ରଖିଥିବା ବେଳେ ଉଭୟ ବିଜେପି ଓ କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

2024 General Election
2024 General Election

2024 General Election: ରାଜ୍ୟର ୩ ପ୍ରମୁଖ ଦଳର ଅଙ୍କକଷା ଆରମ୍ଭ

ଭୁବନେଶ୍ବର: ଆଗକୁ ଅଛି ସାଧାରଣ ନିର୍ବାଚନ । ଏଥିଲାଗି ଆଉ ମାତ୍ର କିଛିଟା ମାସ ବାକି ରହିଥିବା ବେଳେ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଜୋର ଧରିଛି । ଏବେ ୨୦୨୪ ନିର୍ବାଚନରେ ବିଜୟ ହାସଲ କରି ସରକାର ଗଢିବା ଲାଗି ତିନି ଦଳ ରଣନୀତି ପ୍ରସ୍ତୁତ କରିଛନ୍ତି । ପୂର୍ବ ନିର୍ବାଚନ ଅପେକ୍ଷା ଏଥର ବିଜେଡି ୧୩୦ ମିଶନ ରଖିଥିବା ବେଳେ ସେପଟେ ବିଜେଡିକୁ ମାତ୍ ଦେବା ପାଇଁ ବିଜେପିର ୧୨୦ ମିଶନ ଟାର୍ଗେଟରେ ଅଛି । ସେହିପରି ଏହି ରେସରୁ ପଛରେ ପଡ଼ିନାହିଁ କଂଗ୍ରେସ ।

ଆସନ୍ତା ସାଧାରଣ ନିର୍ବାଚନକୁ ନେଇ ତିନି ରାଜନୈତିକ ଦଳର ଅଙ୍କକଷା ଏବେ ଠାରୁ ଆରମ୍ଭ ହୋଇଯାଇଛି । ପୂର୍ବ ନିର୍ବାଚନ ଅପେକ୍ଷା ଏଥର ବିଜେଡି ଏଥରି ମିଶନ ୧୨୦ ରହିଛି । ସେପଟେ ଏହାର ପ୍ରତିକ୍ରିୟାରେ ବିଜେଡିର ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, " ବିଜେଡ଼ି ନିରବଚ୍ଛିନ୍ନ ଭାବେ ପାଞ୍ଚ ପାଞ୍ଚ ଥର ନିର୍ବାଚନ ଜିତିଛି । ସବୁ ନିର୍ବାଚନରେ ଶୀର୍ଷ ସଫଳତା ପାଇଛି । ୨୦୨୪ରେ ଶ୍ରେଷ୍ଠ ସଫଳତା ମିଳିବ । ୧୩୦ ସଂଖ୍ୟା ଗଣିନି, କିନ୍ତୁ ଗଣନାକାର ଗଣୁଛନ୍ତି । ନିଶ୍ଚିତ ବିପୁଳ ବିଜୟ ହେବ ।"

ଏହା ବି ପଢନ୍ତୁ- Chhendipada Constituency: ମିଶନ ୨୪ ପାଇଁ ପାଗଭିଡା, କିଏ ହାତେଇବ ଛେଣ୍ଡିପଦା ସିଟ୍‌ ?

ଏହାକୁ ଖଣ୍ଡନ କରିଛନ୍ତି ବିଜେପି ଉପସଭାପତି ଗୋଲୋକ ମହାପାତ୍ର । ସେ କହିଛନ୍ତି, " ବିଜେଡି ଯଦି ୧୨୫ରୁ ଅଧିକ ଜିତିବେ ତାହେଲେ ନୂଆ ଯୋଜନା କାହିଁକି କରୁଛନ୍ତି ? ଏହାକୁ ବନ୍ଦ କରିଦିଅନ୍ତୁ । ବିଜେଡି ଓଡ଼ିଶାବାସୀଙ୍କୁ ପ୍ରତାଡିତ କରିଛି । ଯୋଜନା ନାମରେ ଲୋକମାନଙ୍କୁ ଠକିଛନ୍ତି । ୨୫ବର୍ଷ ଶାସନ ପରେ ବି ରାଜ୍ୟର ଏବେ ଲକ୍ଷ୍ମୀ ଯୋଜନା କରିଛନ୍ତି । ପଞ୍ଚାୟତରେ ବିକାଶ ହୋଇନାହିଁ ବୋଲି ମୋ ଓଡ଼ିଶା ନବୀନ ଓଡ଼ିଶା କରିଛନ୍ତି । ତେଣୁ ତାଙ୍କର ଭୟ ଅଛି ୨୦୨୪ରେ ଓଡ଼ିଶାବାସୀ ପ୍ରତ୍ୟାଖ୍ୟାନ କରିବେ । ସେଥିପାଇଁ ଏମିତି କରୁଛି ଦଳ । ବିଜେପିର ଲକ୍ଷ୍ୟ ଓଡ଼ିଶାବାସୀଙ୍କୁ ଗୋଟେ ଭଲ ଶାସନ ଦେବା । ୧୪୭ରୁ ଆମେ ସର୍ବାଧିକ ଜିତିବୁ ଏବଂ ସରକାର ଗଢିବୁ।"

ଏହା ବି ପଢନ୍ତୁ- 2024 Fight: ସବୁ ଦଳ ଫୋକସ୍‌ରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ, ଜାଣନ୍ତୁ କାହାକୁ ମିଳିବ ଟିକେଟ୍ ?

ସେପଟେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତ ରାୟ କହିଛନ୍ତି, "ନବୀନ ଏବଂ ମୋଦି ଗୋଟିଏ । ବିଜେଡି ଏବଂ ବିଜେପି ତାଙ୍କ ଭିତରେ ବାଣ୍ଟି ନେଇଗଲେ । ଆମେ କଣ କରିବୁ । ଲୋକମାନେ ଆମ ଆଡ଼େ ମୁହାଁଇଲେଣି । ଏଥର ନିର୍ବାଚନରେ ୯୪ ବିଧାୟକ କଂଗ୍ରେସର । ଶରତ ପଟ୍ଟନାୟକ ହେବେ ମୁଖ୍ୟମନ୍ତ୍ରୀ । ଏହା ବ୍ୟତୀତ ୧୧ ଜଣ ସାଂସଦ ବି ଆମର ଆସିବ । ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ । " ତେବେ ଏହି ସବୁ ଭିତରେ ଦେଖିବାକୁ ବାକି ରହିଲା କିଏ ବାଜିମାତ୍ କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 12, 2023, 5:58 PM IST

ABOUT THE AUTHOR

...view details