ଓଡିଶା

odisha

By ETV Bharat Odisha Team

Published : Nov 29, 2023, 10:40 PM IST

ETV Bharat / state

କାମବାଲିର କରନାମା; ଦେଖନ୍ତୁ, କାମ ଆଳରେ କିପରି ଲୁଟିପାରେ ଘର ?

ଭୁବନେଶ୍ବରରେ ଘର କାମବାଲୀଙ୍କୁ ସାବଧାନ ! ଘରେ କେହିନଥିବା ସୁଯୋଗରେ ନେଇ କାମବାଲି ଆଲମିରାରରୁ ଲୂଟି ନେଲା ଏକ ଲକ୍ଷ ଟଙ୍କା । ଚୋରି କରିବାର ଦୃଶ୍ୟ ସିସିଟିଭିରେ କଏଦ । ଅଧିକ ପଢ଼ନ୍ତୁ

କାମବାଲିର ଚୋରୀ
କାମବାଲିର ଚୋରୀ

କାମବାଲିର ଚୋରୀ

ଭୁବନେଶ୍ବର:ଘରେ କଳାକନା ବୁଲାଇଲା କାମବାଲି । ସିସିଟିଭିରେ କଏଦ ହେଲା ଚୋରିର ଭିଡିଓ । ଆଜି କାଲିର ବ୍ୟସ୍ତବହୁଳ ଜୀବନ ଭିତରେ ଲୋକ ଘରକାମରୁ ମୁକ୍ତି ପାଇବା ପାଇଁ ଘରେ କାମବାଲି ରଖୁଛନ୍ତି । ହେଲେ କାମବାଲି ରଖୁଥିଲେ ସାବଧାନ ରୁହନ୍ତୁ । କାରଣ ଘରକାମ ଆଳରେ ଆପଣଙ୍କ ଘରୁ ମଧ୍ୟ ଲୁଟ ହୋଇପାରେ । ଯାହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବରରେ । ଯେଉଁଠି ଜଣେ କାମବାଲି ମାଲିକଙ୍କ ଘରୁ ଲୂଟ କରୁଥିବା ବେଳେ ଏହା ସିସିଟିଭିରେ କଏଦ ହୋଇଛି ।

ଘର କାମ ପାଇଁ କାମବାଲୀ ରଖୁଥିଲେ ସାବଧାନ।କାରଣ ଘରେ କାମ ଆଳରେ କାମ ବାଲି ଲୁଟିପାରେ ସର୍ବସ୍ବ ।ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଭୁବନେଶ୍ୱରେରୁ ଯେଉଁଠି କାମ ବାଲି ଲୁଟିବା ବେଳେ ସିସିଟିଭି ଧରାଇଦେଇଛି କାରନାମା।ଘଟଣାଟି ଘଟିଛି ଭୁବନେଶ୍ଵର ଲକ୍ଷ୍ମିସାଗର ଥାନା ଝାରପଡ଼ା ଜଗନ୍ନାଥ ନଗର ରୋଡ ନମ୍ବର ୪ ରେ ରହୁଥିବା ବିଭୁ ପ୍ରସାଦ ମହାପାତ୍ର ଙ୍କ ଘରେ ।ଯେଉଁଠି ରୋଷେୟା ଭାବେ ଘରକୁ କାମ କରିବାକୁ ଆସୁଥିବା ସହାୟିକା।କିଭଳି କାମ ଆଳରେ ହାତ ସଫେଇ କରି ଘରର ଆଲମାରୀ ରୁ ଟଙ୍କା ଚୋରି କରୁଥିଲା।ସବୁ କିଛି ସିସିଟିଭି ରେ କଏଦ ହେବା ରେ ଏବେ ଘଟଣା ସାମ୍ନାକୁ ଆସିଛି।

ସୂଚନା ଯୋଗ୍ୟ, ଭୁବନେଶ୍ଵର ଲକ୍ଷ୍ମିସାଗର ଥାନା ଝାରପଡ଼ା ଜଗନ୍ନାଥ ନଗର ରୋଡ ନମ୍ବର ୪ ରେ ରହୁଥିବା ବିଭୁ ପ୍ରସାଦ ମହାପାତ୍ର ପ୍ରାୟ ପ୍ରତ୍ୟକ ସମୟରେ ଘରେ କ୍ୟାସ ଟଙ୍କା ଆଣି ରଖୁଥିଲେ । ଘରର ଆଲମାରୀ ସହ ଅନ୍ୟ କିଛି ସ୍ଥାନରେ କ୍ୟାସ ରଖୁଥିଲେ । ହେଲେ ବିଭୁ ଜାଣିବାକୁ ପାଇଲେ ଯେ, ସେ ଯେଉଁଠି ଟଙ୍କା ରଖୁଛନ୍ତି ଏହା ଭିତରୁ କିଛି କ୍ୟାସ ଗାଏବ ହୋଇଯାଉଛି । ଅର୍ଥାତ୍ ୫୦ ହଜାର‌ ରଖିଲେ ପରେ ଦେଖିଲା ବେଳକୁ ଏହା ୪୫ ହଜାର ହୋଇଯାଉଛି । ଏପରିକି ଟଙ୍କା ଠିକରେ ଗଣି ରଖିଲେ ମଧ୍ୟ ପରେ ଘରୁ ଟଙ୍କା ଗାଏବ ହୋଇଯାଉଛି । ଅନେକ ସମୟରେ ଏଭଳି ଘଟଣାକୁ ନେଇ ଦ୍ବନ୍ଦରେ ପଡିଥିଲେ ବିଭୁ । ଘରୁ ଚୋରି ନହୋଇ ଟଙ୍କା କିପରି ଗାଏବ ହେଉଛି ଏନେଇ ସନ୍ଦେହରେ ନିଜ ଆଲମାରିରେ ଏକ ସିକ୍ରେଟ କ୍ୟାମେରା ଲଗାଇଥିଲେ ।

ହେଲେ ପରେ ଦେଖିଲେ ଚୋରି ଆଉ କେହି ନୁହେଁ ଘରର କାମବାଲି ହିଁ ଟଙ୍କା ଚୋରି କରୁଛି । ଯାହାକୁ ମାସକୁ ୪ହଜାର ଟଙ୍କା ଦରମା ଦେଇ ଘରେ କାମ ପାଇଁ ସୁଯୋଗ ଦେଇଥିଲେ । ଏପରିକି ଘରର କାମ ବାଲିକୁ ଘରର ସଦସ୍ୟ ପରି ଭାବୁଥିଲେ । ଘର କାମ ପାଇଁ ଘରୁ ଭିତରେ କୌଣସି ପ୍ରତିବନ୍ଧକ ନଥିଲା । ତେଣୁ ଏହାର ସୁଯୋଗ ନେଇ କାମବାଲି ଜଣଙ୍କ ଘରୁ ଏପରି ହାତ ସଫେଇ କରୁଥିଲା । ତେବେ ବିଭୁଙ୍କ ଘର କାମ ଚାଲୁଥିବାରୁ ଘରେ ସବୁବେଳେ ନଗଦ ଟଙ୍କା ମହଜୁଦ ରହୁଥିଲା । ସମୟ ଓ ସୁଯୋଗ ଦେଖି ଆଲମିରାରୁ ଏହିପରି ଢଙ୍ଗରେ ପାଖାପାଖି ଏକ ଲକ୍ଷ ଟଙ୍କା ଚୋରୀ କରିନେଇଥିଲା କାମବାଲି । ଏଦୃଶ୍ୟ ସିସିଟିଭିରେ କଏଦ୍ ହୋଇଥିଲା । ପରେ ଏହି ଘଟଣା ସାମ୍ନାକୁ ଆସିଥିଲା ।

ଏହା ମଧ୍ୟ ପଢନ୍ତୁ.....ପୂଜାରେ ମାତିଲେ ହାଇୱା ଲୁଟେରା, ବନ୍ଧୁକ ଦେଖାଇ ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟିଲେ

ଭୁବନେଶ୍ୱର ଅନେକ ଲୋକ ନିଜ ଘରେ କାମ ପାଇଁ କାମବାଲୀ ରଖୁଛନ୍ତି । କିନ୍ତୁ ନିରିହତାର ସୁଯୋଗ ନେଇ ଏପରି ଲୁଟୁଛନ୍ତି କାମବାଲି । ସୁଯୋଗ ପାଇ କଳାକନା ବୁଲାଉଛନ୍ତି । ତେଣୁ ଘରେ କାମ ବାଲି ରଖୁଥିଲେ ସତର୍କ ରୁହନ୍ତୁ । ନଚେତ ଆପଣ ବି ଏପରି ଚାରୀର ଶିକାର ହୋଇପାରନ୍ତି । କେବଳ ଏଇ ଘଟଣା ନୁହେଁ ପୁର୍ବରୁ ଭୁବନେଶ୍ବରରେ ଏମିତି ଅନେକ ଘଟଣା ନଜିର ରହିଛି । କିଛି ବର୍ଷ ତଳେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଏକ ଡାକ୍ତର ଦମ୍ପତିଙ୍କୁ ଲୁଟ୍‌ପାଟ କରିବା ପରେ ହତ୍ୟା କରି କାମବାଲି ଓ ତା’ର ସହଯୋଗୀ ଫେରାର ହୋଇଯାଇଥିଲେ । ସେହିପରି ନୟାପଲ୍ଲୀ ଥାନା ଅଞ୍ଚଳରେ ମଧ୍ୟ ହୋଟେଲ ମେ ଫାୟାର ପାଖ ଏକ ଆପାର୍ଟମେଣ୍ଟରେ ମଧ୍ୟ ସମାନ ଢଙ୍ଗରେ ଚୋରି କରିଥିଲା ଘରର କାମବାଲୀ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details