ଓଡିଶା

odisha

ETV Bharat / state

ରାତି ପାହିଲେ ଲିଙ୍ଗରାଜ ମହାପ୍ରଭୁଙ୍କ ଜାଗରଯାତ୍ରା, ଚଳଚଞ୍ଚଳ ରାଜଧାନୀ - କମିସନରେଟ ପୋଲିସ

ରାତି ପାହିଲେ ମହାଶିବରାତ୍ରୀ । ଏନେଇ ଚାଲିଛି ଲିଙ୍ଗରାଜ ମନ୍ଦିରରେ ଜୋରଦାର ପ୍ରସ୍ତୁତି। ଶୃଙ୍ଖଳିତ ଦର୍ଶନ ପାଇଁ କମିସନରେଟ ପୋଲିସ କରାଯାଇଛି ବ୍ଯାପକ ବ୍ଯବସ୍ଥା । ଅଧିକ ପଢନ୍ତୁ

ରାତି ପହିଲା ଜାଗର ଯାତ୍ରା
ରାତି ପହିଲା ଜାଗର ଯାତ୍ରା

By

Published : Feb 17, 2023, 10:23 PM IST

ରାତି ପହିଲା ଜାଗର ଯାତ୍ରା

ଭୁବନେଶ୍ୱର: ରାତି ପହିଲା ଜାଗର ଯାତ୍ରା । ଏନେଇ ଚାଲିଛି ଜୋରଦାର ପ୍ରସ୍ତୁତି। କମିସନରେଟ ପୋଲିସ ସମେତ ମନ୍ଦିର ପ୍ରଶାସନ ମିଳିତ ଭାବରେ ପ୍ରସ୍ତୁତ ଶେଷ ପର୍ଯ୍ୟାୟରେ ରହିଛି। ଭକ୍ତମାନେ ଶୃଙ୍ଖଳିତ ଦର୍ଶନ କରିବା ପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଭିତର ଏବଂ ବାହାର ପଟେ ବ୍ୟବସ୍ଥା କରାଯାଇଛି। ସୁରକ୍ଷାକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭୋର ୨ଟା ରୁ ସେବାୟତ ପରିବାର ଉତ୍ତର ଦ୍ଵାରରେ ପ୍ରବେଶ କରି ଦର୍ଶନ କରିବେ। ରାତି ୩ଟା ରୁ ସାଧାରଣ ଦର୍ଶନ। ସଂଧ୍ୟା ରେ ଜାଗର ଜାଳିବେ ଭକ୍ତମାନେ।

ମନ୍ଦିର ବାହାରେ ସ୍ବତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ମନ୍ଦିରକୁ ପ୍ରବେଶ କରିବାକୁ ହେଲେ ଗଙ୍ଗା ଯମୁନା ଛକରୁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ସୁରକ୍ଷାକୁ ଦୃଷ୍ଟରେ ରଖି ଗୋଟିଏ କଣ୍ଟ୍ରୋଲ ରୁମ କରାଯାଇଥିବା କମିସନରେଟ ପୋଲିସ ପକ୍ଷରୁ ସୂଚନା ଦିଆ ଯାଇଛି । ଜାଗର ଯାତ୍ରା ପାଇଁ ଟ୍ରାଫିକ କଟକଣା କରାଯାଇଛି। ମନ୍ଦିର ବାହାରେ ଏସଓଜି ମୁତୟନ ହେବେ। ଏହସହ ସାଦା ପୋଷାକରେ ମଧ୍ଯ ପୋଲିସ ରହିବେ। ଅଗ୍ନିଶମ ବିଭାଗର ଏକ ଟିମ ରହିବ। ୪ଟି ସିଫ୍ଟରେ ଡ୍ୟୁଟି କରିବେ ପୋଲିସ। ଚୋରଙ୍କ ଉପରେ କଡାନଜର ରଖିବା ପାଇଁ କ୍ଯାମେରା ସରଭେଲେନ୍ସ ରହିବ ।

ତେବେ କମିସନରେଟ ପୋଲିସ ପକ୍ଷରୁ ୫ଜଣ ଆଡସିନାଲ ପୋଲିସ, ୧୧ଜଣ ଏସ୍ପି , ୧୯ଜଣ ଆଇଆଇସି, ୮୦ ଜଣ ଏଏସଆଇ, ୧୧୦ ଜଣ ହୋମଗାର୍ଡ ଏବଂ ୩୨ ପ୍ଳାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ। ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ବାହାରେ ୧୩ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ର ଅନ୍ୟ ୧୦ ଟି ମନ୍ଦିରରେ ମଧ୍ୟ କମିସନରେଟ ପୋଲିସ ମୁତୟନ ହୋଇଛନ୍ତି। କମିସନରେଟ ପୋଲିସ ଏବଂ ଲିଙ୍ଗରାଜ ମନ୍ଦିର ପ୍ରଶାସନର ମିଳିତ ଭାବେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କୁ ଗୁରୁତ୍ଵ ଦିଆଯାଉଛି।

ଅନ୍ୟପଟେ ଦେବ ଦେବ ମହାଦେବ ମହାପ୍ରଭୁ ଲିଙ୍ଗରାଜଙ୍କର ନୀତିକାନ୍ତି ଉତ୍ସବ ପାଳନ ଉପଲକ୍ଷେ ନୀତି ନିର୍ଘଣ୍ଟ କରାଯାଇଛି। ତେବେ ମଙ୍ଗଳ ଆଳତି ଓ ଅବକାଶ ନୀତି ଭୋର 3 ଟା ସମୟରୁ 3 ଟା 30 ସମୟ ମଧ୍ୟରେ ଅନୁଷ୍ଠିତ ହେବ। ସାହଣମେଲା ଦର୍ଶନ ସହିତ ରୋଷ ହୋମ ନୀତି ଭୋର 3 ଟା 30 ସମୟରୁ ଦିନ 11 ଟା ପର୍ଯ୍ୟନ୍ତ ଚାଲିବ । ଛାମୁ ପରିଷ୍କାର ଦିନ 11 ଟା ରୁ 12 ଟା ପର୍ଯ୍ୟନ୍ତ। ମହାସ୍ନାନ ଓ ବେଶ 12 ଟା ସମୟରୁ 12 ଟା 45 ସମୟ ମଧ୍ୟରେ ଅନୁଷ୍ଠିତ ହେବ। ସୂର୍ଯ୍ୟପୂଜା ,ଦ୍ଵାରାପାଳ, ସକାଳ ଧୂପ ଆଦି ନୀତିକାନ୍ତୀ ଅପରାହ୍ନ 12 ଟା 45 ରୁ 2 ଟା 30 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ତେବେ ରାତି 10 ଟା ସମୟରେ ମହାଦୀପ ଦର୍ଶନ ନୀତି ଅନୁଷ୍ଠିତ ହେବ। ରବିବାର ଭୋର 3 ଟା 30 ରୁ 4 ଟା 30 ସମୟ ମଧ୍ୟରେ ହରିହର ଭେଟ ନୀତି ଅନୁଷ୍ଠିତ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details