ଭୁବନେଶ୍ବର: ମହାଶିବରାତ୍ରିରେ ଜାଣନ୍ତୁ ଲିଙ୍ଗରାଜ ମନ୍ଦିରର ଏକ ଅଜଣା ଓ ଅଲୌକିକ କଥା । ଏମିତି ଏକ ସ୍ଥାନ ଯେଉଁଠି ବରୁଣ ବୃକ୍ଷ ମୂଳରେ ଦର୍ଶନ ଦିଅନ୍ତି ହସମୁଖ ସୁର୍ଯ୍ୟ ନାରୟଣ । ଯାହାଙ୍କୁ ଦର୍ଶନ କରିବା ସମୟରେ ଭକ୍ତଙ୍କୁ ହସି ହସି କରିବାକୁ ପଡ଼ିବ ଦର୍ଶନ । ଆଉ ଯେପରି ଆପଣ ହସିବେ ସେପରି ହସି ହସି ଦର୍ଶନ ଦେବେ ହସମୁଖ ସୂର୍ଯ୍ୟ ନାରୟଣ । ଜାଣନ୍ତୁ ଏପରି କିଛି ମହାତ୍ମ୍ୟ ଓ ଅଲୌକିକ କଥା, ଯାହା ବହୁତ କମ୍ ଲୋକଙ୍କୁ ଜଣା ।
ଏନେଇ ସେଠାରେ ଦାୟିତ୍ବରେ ଥିବା ମନ୍ଦିରର ପୂଜକ କୁହନ୍ତି, "କେଉଁ ଅନାଦି କାଳରୁ ରହିଛି ଏପରି ଅଲୌକିକ ରହସ୍ୟ । ଲିଙ୍ଗରାଜ ମନ୍ଦିରର ଉତ୍ତର ଦ୍ବାର ଆଡ଼କୁ ତଥା ଭୁବନେଶ୍ୱରୀ ମନ୍ଦିର ସାମ୍ନାରେ ଏକ ଚାନ୍ଦିନୀ ଉପରେ ଏକ ବୃକ୍ଷ ରହିଛି । ଯାହାକୁ ବରୁଣ ବୃକ୍ଷ କୁହାଯାଏ । ଯାହାର ମୂଳରେ ରହିଛନ୍ତି ହସମୁଖ ସୂର୍ଯ୍ୟ ନାରୟଣ । ଯେଉଁଠିକୁ ଭକ୍ତମାନେ ଆସିଲେ ସେଠାରେ ପ୍ରଥମେ ସେହି ବରୁଣ ବୃକ୍ଷ ମୂଳରେ ୭ ଥର ପରିକ୍ରମା କରି ପରେ ସୁର୍ଯ୍ୟ ନାରୟଣଙ୍କର ଦର୍ଶନ କରନ୍ତି । ଦର୍ଶନ ସମୟରେ ସୂର୍ଯ୍ୟ ନାରୟଣଙ୍କ ମୂର୍ତ୍ତି ସାମ୍ନାରେ ଆଣ୍ଠୁମାଡ଼ି ହସି ହସି ଠାକୁରଙ୍କୁ ଚାହିଁ ଦର୍ଶନ କରନ୍ତି ଭକ୍ତ । ଆଉ ହସି ହସି ଦର୍ଶନ ଦିଅନ୍ତି ହସମୁଖ ସୂର୍ଯ୍ୟ ନାରୟଣ ।"