ଭୁବନେଶ୍ବର:ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ପ୍ରତାପଙ୍କ ବିରୋଧରେ ମାମଲା ଚାଲୁ ରଖିବାକୁ ସାଲେପୁର ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶ ଆସିଛି । ରାଜଧାନୀ ସ୍ୱତନ୍ତ୍ର କୋର୍ଟରେ ଚାଲିବ ଏହି ମାମଲା । ଏହାପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା । ଗଣମାଧ୍ୟମର ଖବର ପ୍ରସାରଣରୁ ଘଟଣାରେ ତାଙ୍କର ସମ୍ପୃକ୍ତି ଅଛି ବୋଲି ସେ ଜାଣିବାକୁ ପାଇଥିଲେ ,ଏହାର କୌଣସି ସତ୍ୟାସତ୍ୟ ନାହିଁ । ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଉଛି ବୋଲି କହିଛନ୍ତି ପ୍ରତାପ ଜେନା।
ପ୍ରତାପ କହିଛନ୍ତି, "ବିରୋଧୀ ମୋ ବିରୁଦ୍ଧରେ ଷଡଯନ୍ତ୍ର କରୁଛନ୍ତି । ଯେଉଁମାନେ ମୋ ବିରୁଦ୍ଧରେ କରୁଛନ୍ତି ସେମାନଙ୍କର ନାରକୋ ଟେଷ୍ଟ କରାଯାଉ । ଏପରିକି ମୋର ବି ନାରକୋ ଟେଷ୍ଟ କରାଯାଉ । ଏହି ମାମଲାରେ ମୋ ବିରୁଦ୍ଧରେ ଯେଉଁ ଷଡଯନ୍ତ୍ର ଚାଲିଛି ତାହା ସମ୍ପୂର୍ଣ ମିଥ୍ୟା ଓ ଭିତ୍ତିହୀନ । ରାଜନୈତିକ ଉଦେଶ୍ୟ ରଖି ଏପରି କରାଯାଉଛି । ବିରୋଧୀ ମାହାଙ୍ଗା ବିଜେପି ନେତା ସାରଦା ପ୍ରଧାନ ଯିଏକି ମୋ ବିରୁଦ୍ଧରେ ଲଢ଼ି ହାରିଛନ୍ତି ସେ ରାଜନୈତିକ ଉଦେଶ୍ୟ ରଖି ଏଭଳି ଷଡ଼ଯନ୍ତ୍ର କରୁଛନ୍ତି । ମାହାଙ୍ଗାରେ ବିକାଶକୁ ସହି ପାରୁ ନାହାନ୍ତି ବିରୋଧୀ । ବିଭିନ୍ନ ଗଣମାଧ୍ୟମରେ ମୋ ବିରୁଦ୍ଧରେ ଅପପ୍ରଚାର ଚାଲିଛି । ରାଜନୈତିକ ଉଦେଶ୍ୟ ରଖି ମତେ ବଦନାମ କରାଯାଉଛି । ଘଟଣାରେ କିଛି ସତ୍ୟସତ୍ୟ ନାହିଁ ।"
ଏହା ମଧ୍ୟ ପଢନ୍ତୁ-ମାହାଙ୍ଗା ଡବଲ ମର୍ଡର, ବଢ଼ିଲା ବିଧାୟକ ପ୍ରତାପ ଜେନାଙ୍କ ପାଇଁ ଅଡୁଆ