ଓଡିଶା

odisha

ETV Bharat / state

ବାଘେଲଙ୍କ ମନ୍ତବ୍ୟ ପରେ ଚିହିଁକି ଉଠିଲା ବିଜେଡି, ଓଡିଶା କାହା ଦୟାର ପାତ୍ର ନୁହେଁ କହିଲେ ଦେବୀ - ବାଘେଲଙ୍କ ମନ୍ତବ୍ୟ ପରେ ଚିହିଁକି ଉଠିଲା ବିଜେଡି

ଛତିଶଗଡ଼ର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଭୁପେଶ ସିଂ ବାଘେଲ, ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ସ୍ୱର ନିଅନ୍ତି । ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ବିଜେପି ଓ କଂଗ୍ରେସ ଓଡିଶା ପରିପ୍ରେକ୍ଷୀରେ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ । ମହାନଦୀ ଜଳ ବିବାଦକୁ ନେଇ ଏହା କହିଛନ୍ତି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର । ଅଧିକ ପଢନ୍ତୁ

ବାଘେଲଙ୍କ ମନ୍ତବ୍ୟ ପରେ ଚିହିଁକି ଉଠିଲା ବିଜେଡି, ଓଡିଶା କାହା ଦୟାର ପାତ୍ର ନୁହେଁ କହିଲେ ଦେବୀ
ବାଘେଲଙ୍କ ମନ୍ତବ୍ୟ ପରେ ଚିହିଁକି ଉଠିଲା ବିଜେଡି, ଓଡିଶା କାହା ଦୟାର ପାତ୍ର ନୁହେଁ କହିଲେ ଦେବୀ

By

Published : Apr 20, 2023, 10:58 PM IST

ବାଘେଲଙ୍କ ମନ୍ତବ୍ୟ ପରେ ଚିହିଁକି ଉଠିଲା ବିଜେଡି

ଭୁବନେଶ୍ବର: ମହାନଦୀ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପରେ କଡା ଆଭିମୁଖ୍ୟ ଗ୍ରହଣ କଲା ବିଜେଡି । ଦଳ ପକ୍ଷରୁ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ଦେବୀ ପ୍ରାସଦ ମିଶ୍ର । ଓଡିଶା କାହା ଦୟାର ପାତ୍ର ନୁହେଁ ବୋଲି ସେ କହିଛନ୍ତି । ଉଭୟ ରାଜ୍ୟରେ ମହାନଦୀ ପ୍ରବାହ ସଠିକ ନରହିଲେ ମହାନଦୀ ମରିଯିବି ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି ।

ଦେବୀ କହିଛନ୍ତି ଯେ, ଛତିଶଗଡ଼ର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଭୁପେଶ ସିଂ ବାଘେଲ, ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ସ୍ୱର ନିଅନ୍ତି । ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ବିଜେପି ଓ କଂଗ୍ରେସ ଓଡିଶା ପରିପ୍ରେକ୍ଷୀରେ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ । ତ୍ରିପାକ୍ଷିକ ଆଲୋଚନା ବେଳେ ଓଡ଼ିଶାର ଦାବି ଶୁଣା ଯାଇନଥିଲା । ବିଜେପି ନେତ୍ରୀ ତଥା ତତ୍କାଳୀନ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କ ଅଧ୍ୟକ୍ଷତାରେ ବୈଠକରେ ତତ୍କାଳୀନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ରମଣ ସିଂ ଥିଲେ । ସେ ରାଜି ହେଲେନାହିଁ କିମ୍ବା କାମ ବନ୍ଦ କଲେ ନାହିଁ । ଆଜି ସେହି କଥାକୁ ବାଘେଲ ଦୋହରାଉଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡିଶା କାହା ଦୟାର ପାତ୍ର ନୁହେଁ । ଆନ୍ତଃରାଜ୍ୟ ନଦୀ ମହାନଦୀରେ ଆମର ହକ ରହିଛି । ତାହା ଆମର ନାର୍ଯ୍ୟ ହକ । 47 ମସିହାରେ ହୋଇଥିବା ନିୟମ ଅନୁଯାୟୀ ଆମର ଦୁଇ ତୃତୀୟଂଶ ଜଳ ପାଇବାର ହକ୍‌ ରହିଛି । ଲୀନ ପିରିୟଡ଼ରେ ନଭେମ୍ବରରୁ ମେ' ମଧ୍ୟରେ 2 ମିଲିୟନ ଏକର ଫୁଟ ଜଳ ଛାଡ଼ିବା ପାଇଁ ଆମ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ଏ ନେଇ ଆମେ ଟ୍ରିବ୍ୟୁନାଲରେ ବି ଦରଖାସ୍ତ ଦେଇଛୁ । ଭୁପେଶ ବାଘେଲ ଜାଣିଶୁଣି ଓଡିଶାର ସ୍ୱାର୍ଥକୁ ପ୍ରତାରିତ କଲା ଭଳି କହୁଛନ୍ତି । ସମସ୍ତ ଆଇନ କାନୁନ ବିଧି ବ୍ୟବସ୍ଥାକୁ ଜଳାଞ୍ଜଳି ଦେଇ ଦେଇଛନ୍ତି ।

ଆନ୍ତଃ ରାଜ୍ୟ ନଦୀରେ ଓଡ଼ିଶାର ହକ ନାହିଁ ବୋଲି ସେ କେମିତି କହୁଛନ୍ତି । ଯଦି ବାଘେଲ ଏପରି କଥା କହିଛନ୍ତି, ତେବେ ଏହାକୁ ମୁଁ ତୀବ୍ର ନିନ୍ଦା କରୁଛି । ପ୍ରତ୍ୟେକ ଓଡ଼ିଶାବାସୀ ଏହାର ନିନ୍ଦା କରୁଛନ୍ତି । କେନ୍ଦ୍ରର ଦାୟିତ୍ୱ ରହିଛି ଏହି ମାମଲାର ସମାଧାନ କରିବା କଥା । କିନ୍ତୁ କେନ୍ଦ୍ର ମନ୍ତ୍ରୀ ଯେଉଁ ଭଳି କହୁଛନ୍ତି ଛତିଶଗଡ଼ 2 ହଜାର ଏକର ଭିତରେ କରି ପାରିବ କିଛି ବେଆଇନ ହୋଇନି ତାହା ଦୁର୍ଭାଗ୍ୟଜନକ । ଉଭୟ ରାଜ୍ୟରେ ମହାନଦୀ ପ୍ରବାହ ସଠିକ ରହିବ ତାହାର ବ୍ୟବସ୍ଥା ହେବା କଥା । ନହେଲେ ମହାନଦୀ ମରିଯିବି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details