ଭୁବନେଶ୍ବର:ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖୁଥିବା ପିଣ୍ଟୁ ନନ୍ଦଙ୍କ ବର୍ତ୍ତମାନ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ସାହାଯ୍ୟ କରିବା ପାଇଁ ଚାରୁଆଡୁ ସହାୟତାର ହାତ ବଢୁଛି । ସାଧାରରଣ ଲେକଙ୍କ ଠାରୁ ଆରମ୍ଭ କରି ସିନେ ପ୍ରେମୀ ମଧ୍ୟ ନିଜ ସାମର୍ଥ୍ୟ ଅନୁସାରେ ସହଯୋଗ କରୁଛନ୍ତି । ତେବେ ସାଧାରଣ ଲୋକଙ୍କୁ ମଧ୍ୟ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି ପିଣ୍ଟୁ ନନ୍ଦଙ୍କ ଭାଇ । ଶନିବାର ମହାବୀର ବ୍ୟବସାୟୀ ସଂଘ ଏକ ନମ୍ୱର୍ ହାଟରେ ଦାନ ବାକ୍ସ ଧରି ସହାୟତା ମାଗିଛି ।
ଓଡ଼ିଆ ଚଳଚ୍ଚିତ୍ରରେ କମେଡି ଓ ଖଳନାୟକ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ପିଣ୍ଟୁ ଲିଭର୍ ସିରୋସିସ୍ ରୋଗରେ ପୀଡ଼ିତ ଅଛନ୍ତି । ଆକ୍ୟୁଟ୍ ହେପାଟାଇଟିସ୍ ଯୋଗୁଁ ଲିଭର୍ ସିରୋସିସ୍ ରୋଗରେ ପୀଡ଼ିତ ଥିବାରୁ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । ଚିକିତ୍ସା ହେଉଥିବା ବେଳେ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ହେବ ବୋଲି ଡାକ୍ତର ପରାମର୍ଶ ଦେଇଥିବା ବେଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ପିଣ୍ଟୁଙ୍କ ଚିକିତ୍ସା ଚାଲିଛି । ତେଣୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଆଉ ଏଥିପାଇଁ ତାଙ୍କ ଭାଇ ଅଭିରାମ ନନ୍ଦ କୋହଭରା କଣ୍ଠରେ ହାତ ଯୋଡି ସହାୟତା ପାଇଁ କହିଥିଲେ । ଏହାକୁ ନେଇ ଏବେ ପିଣ୍ଟୁଙ୍କ ପାଇଁ ଏବେ ବଢୁଛି ସହାୟତାର ହାତ ।
ଅଭିନେତା ପିଣ୍ଟୁ ନନ୍ଦଙ୍କ ପାଇଁ ଅଣ୍ଟା ଭିଡ଼ିଲା ବାଟ ମହାବୀର ବ୍ୟବସାୟୀ ସଂଘ । ଏକ ନମ୍ୱର୍ ହାଟରେ ଦାନ ବାକ୍ସ ଧରି ଭିକ୍ଷା ମାଗିଲା ସଂଘ । ସଂଘର କର୍ମକର୍ତ୍ତା ଏକାଠି ହୋଇ ୨ ନମ୍ୱର୍ ହାଟରେ ବୁଲିବା ସହିତ ସବୁ ଦୋକାନୀଙ୍କ ପାଖକୁ ଯାଇ ଦାନ ସଂଗ୍ରହ କରିଛନ୍ତି । କେବଳ ବ୍ୟବସାୟୀଙ୍କ ଠାରୁ ଏହି ଅର୍ଥ ଆଦାୟ ହେଉନି, ବରଂ ଯେଉଁ ସବୁ ଗ୍ରାହକ ଆସୁଛନ୍ତି ମାର୍କେଟକୁ ତାଙ୍କ ଠାରୁ ମଧ୍ୟ ଆର୍ଥିକ ସାହାଯ୍ୟ ମଗାଯାଇଛି । କାହାରିକି ବାଧ୍ୟ କରାଯାଉ ନାହିଁ । ଯାହାର ଯାହା ଇଚ୍ଛା ହେଲା ଓ ଯିଏ ଯେତିକି ଅର୍ଥ ଦେଲା ତାକୁ ସାଦରରେ ଗ୍ରହଣ କରିଛି ସଂଘ । ସେହିପରି ବାବୁସାନ ଓ ଦମନ ଟିମ ପ୍ରଯୋଜକ ମଧ୍ୟ ଦମନ ପିଣ୍ଟୁଙ୍କ ପାଇଁ ହାତ ବଢ଼ାଇଛନ୍ତି । ତାଙ୍କୁ ସାହାଯ୍ୟ କରିବେ ବୋଲି କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଚୀନର ଗୁଇନ୍ଦା ବେଲୁନକୁ ମିସାଇଲ ମାଡ କରି ଖସାଇଲା ଆମେରିକା