ଖୋର୍ଦ୍ଧା:ଗତକାଲି(ଶୁକ୍ରବାର) ଦୁଇ ଆଦିବାସୀ ବାପ-ପୁଅଙ୍କୁ ମାଡ଼ ମରା ଭିଡ଼ିଓ ଭାଇରାଲ ଘଟଣା । ମାଗୁଣୀ ନାୟକଙ୍କ ପରିବାର ଓ ଗ୍ରାମବାସୀ ସଙ୍ଗଠନର ମୁଖ୍ୟ ମାନସ ଦାସଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ସେପଟେ ଘଟଣାସ୍ଥଳରେ ଖୋର୍ଦ୍ଧା SP, SDPO, ବେଗୁନିଆ ଥାନା ଅଧିକାରୀ ପହଞ୍ଚି ମାଗୁଣୀଙ୍କୁ ଥାନାକୁ ଆଣି ପଚରାଉଚୁରା କରିଥିବା ଜଣାପଡ଼ିଛି ।
ଭିଡିଓ ଭାଇରାଲ ପରେ ଖବରକୁ ନେଇ ତୁମ୍ବିତୋଫାନ ହେବା ପରେ ବେଗୁନିଆ ପୋଲିସ ପଦକ୍ଷେପ ନେଇଛି । ଆଉ ମାଡ଼ ଖାଇ ଚୁପ ବସିଥିବା ମାଗୁଣୀ ଏବଂ ପୁଅଙ୍କୁ ସୁରକ୍ଷା ପ୍ରତିଶୃତି ମିଳିବା ପରେ ସେମାନେ ୯ ଜଣଙ୍କ ନାମରେ ଅଭିଯୋଗ କରିଛନ୍ତି । ସେପଟେ ଆଜି ଘଟଣାସ୍ଥଳରେ ଖୋର୍ଦ୍ଧା ଏସପି ,ଏସଡିପିଓ, ବେଗୁନିଆ ଥାନା ଅଧିକାରୀ ପହଞ୍ଚି ମାଗୁଣୀଙ୍କୁ ଥାନାକୁ ଆଣି ପଚରାଉଚରା କରୁଛନ୍ତି । ଗ୍ରାମବାସୀମାନେ ମଧ୍ୟ ମାଗୁଣୀଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଦାବି କରିଛନ୍ତି ।
୨୦୧୧ ମସିହା ଠାରୁ ବେଗୁନିଆ ଥାନା କଡ଼ବ ଗାଁର ମାଗୁଣୀ ମାନବବାଦ ସଂଗଠନରେ ସାମିଲ ହୋଇଥିଲେ । ଏହାପରେ ସଂଗଠନର ମୁଖ୍ୟ ମାନସ ଦାସଙ୍କ ନେତୃତ୍ବରେ ବିଭିନ୍ନ ସଭା ସମିତି ଯୋଗ ଦେଇ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ମଧ୍ୟ ଏହି ସଂଗଠନରେ ମିଶିବାକୁ ବାଧ୍ୟ କରୁଥିଲେ । ଗତ ଅଗଷ୍ଟ ଦୁଇ ତାରିଖରେ ମୃତ୍ୟୁବରଣ କରିଥିବା ଅଭିମାନପୁର ଗାଁର ସତ୍ୟବ୍ରତ ନାୟକଙ୍କ ମଧ୍ୟ ସଂଗଠନରେ ମିଶାଇଥିଲେ ମାଗୁଣି ନାୟକ । ତେବେ ସେ ସଂଗଠନ ପାଇଁ କାମ ବନ୍ଦ କରି ଦେବା ହେତୁ ଏପରି ମାଡ ହୋଇଥିବା ମାଗୁଣୀ କହିଛନ୍ତି । ଅନ୍ୟପଟେ ସତ୍ୟବ୍ରତ ନାୟକଙ୍କ ମୃତ୍ୟୁ ମାମଲାରେ ପୋଲିସ ଛଅ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ଦୁଇ ଜଣ ଏଯାଏଁ ଫେରାର ଅଛନ୍ତି ।