ଭୁବନେଶ୍ବର: ପ୍ରକାଶ ପାଇଲା ମଦ୍ରାସା ପରୀକ୍ଷା ଫଳ । ସର୍ବମୋଟ ପାସହାର 92.47 ପ୍ରତିଶତ । ଓଡ଼ିଶା ରାଜ୍ୟ ମଦ୍ରାସା ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ମୌଲବି, ମାହିର, ଆଲିମ୍ ଓ ଫାଜଲର ପରୀକ୍ଷା ଫଳ ପ୍ରକାଶ ପାଇଛି ।
ପ୍ରକାଶ ପାଇଲା ମଦ୍ରାସା ପରୀକ୍ଷା ଫଳ । ସର୍ବମୋଟ ପାସହାର 92.47 ପ୍ରତିଶତ ରହିଛି । ଓଡ଼ିଶା ରାଜ୍ୟ ମଦ୍ରାସା ଶିକ୍ଷା ପରିସଦ ଦ୍ଵାରା ପରିଚାଳିତ ମୌଲବି, ମାହିର, ଆଲିମ୍ ଓ ଫାଜଲର ପରୀକ୍ଷା ଫଳ ପ୍ରକାଶ ପାଇଛି ।
ମୌଲବିରେ (ଏଚଏସସି)ରେ 293 ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବାବେଳେ 239 ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ମାହିର ଯୁକ୍ତ 2 ରେ 285 ଜଣଙ୍କ ମଧ୍ୟରୁ 213 ଜଣ, ଆଲିମ ଫାଇନାଲ ଡିଗ୍ରୀ (ଯୁକ୍ତ 3)ରେ ସମସ୍ତ 104 ପ୍ରର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଚଳିତ ବର୍ଷ ମୌଲବୀରେ 81.57 ପ୍ରତିଶତ, ମାହିରରେ 90.31%, ଆଲିମ ପ୍ରି ଡିଗ୍ରୀ ରେ 96.52. ପ୍ରତିଶତ ପରୀକ୍ଷାର୍ଥୀ ପାସ୍ କରିଛନ୍ତି ।