ଖୋର୍ଦ୍ଧା: ସାମୁଦ୍ରିକ ଝଡ ଫନି ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ସେହି କ୍ଷୟକ୍ଷତିରୁ ବାଦ ପଡିନି ପ୍ରସିଦ୍ଧ ଉଗ୍ରତାରାଙ୍କ ପୀଠ । ଏଠାରେ ଥିବା ବିଭିନ୍ନ ଗଛଗୁଡିକ ଭାଙ୍ଗିଯାଇଥିବା ପୂଜକ କହିଛନ୍ତି ।
ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ମା ଉଗ୍ରତାରଙ୍କ ପୀଠ ବେଶ ପରିଚିତ । ଏହା ଏକ ତନ୍ତ୍ର ସାଧନା ପୀଠ ହୋଇଥିବାରୁ ଏଠାରେ ଭକ୍ତ ଯାହା ମାନସିକ କରେ ତାହା ପୂରଣ ହୋଇଥାଏ ବେଳେ ବିଶ୍ୱାସ ରହିଛି । ପ୍ରକୃତିର ତାଣ୍ଡବ ଏଠାକାର ପରିବେଶକୁ ଛାରଖାର କରି ଦେଇଛି । ବାତ୍ୟା ଫନି ମାଙ୍କ ମନ୍ଦିରର କ୍ଷୟକ୍ଷତି କରି ନ ଥିଲେ ମଧ୍ୟ ଏଠାକାର ପରିବେଶକୁ ଅସ୍ତବ୍ୟସ୍ତ କରିଦେଇଛି । ଏହାର ପାଖରେ ଥିବା ଶିଶୁ ଉଦ୍ୟାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।