ଖୋର୍ଦ୍ଧା: ଚଳିତ ବର୍ଷ କୋଭିଡ କଟକଣାକୁ ମାନି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅଞ୍ଚଳରେ ମା' ଶ୍ୟାମାକାଳୀଙ୍କର ପୂଜା ଅନୁଷ୍ଠିତ ହୋଇଛି । ବୋଲଗଡ଼ ରାଜସୁନାଖଳା ସମେତ କେତେକ ସ୍ଥାନରେ ନିରାଡ଼ମ୍ବର ସହ ପାଳନ ହୋଇଛି ମା'ଙ୍କ ପୂଜା ।
କୋରୋନା କଟକଣା ମଧ୍ୟରେ ମା' ଶ୍ୟାମାକାଳୀଙ୍କ ପୂଜା ପାଳିତ - କୋରୋନା କଟକଣା ମଧ୍ୟରେ ମା' ଶ୍ୟାମାକାଳୀଙ୍କ ପୂଜା
କୋଭିଡ କଟକଣାକୁ ଦୃଷ୍ଟିରେ ରଖି ବୋଲଗଡରେ ପାଳନ ହେଉଛି ମା' ଶ୍ୟାମାକାଳୀଙ୍କ ପୂଜା । ସାମାଜିକ ଦୂରତାକୁ ମାନି ମା'ଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଅଧିକ ପଢନ୍ତୁ...
କୋରୋନା କଟକଣା ମଧ୍ୟରେ ମା' ଶ୍ୟାମାକାଳୀଙ୍କ ପୂଜା ପାଳିତ
ବୋଲଗଡ଼ରେ ୨୮ବର୍ଷ ଧରି ପାଳିତ ହୋଇଆସୁଥିବା ସାର୍ବଜନୀନ ଶ୍ୟାମାକାଳୀଙ୍କ ପୂଜା ଉତ୍ସବ ଏବର୍ଷ ମଧ୍ୟ ଅନୁଷ୍ଠିତ ହୋଇଛି । ମା'ଙ୍କ ଦର୍ଶନ ପାଇଁ ଆସିଥିବା ଭକ୍ତମାନେ ପୂଜାମଣ୍ଡପ ସମ୍ମୁଖରେ ସାମାଜିକ ଦୂରତା ରକ୍ଷା କରି ଦର୍ଶନ କରୁଛନ୍ତି । ତେବେ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପୂଜା ମଣ୍ଡପ ନିକଟରେ ଏବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆୟୋଜକ କମିଟି ପକ୍ଷରୁ ବାତିଲ କରିବା ସହ କେବଳ ନୀତି ନିୟମ ଅନୁସାରେ ମା'ଙ୍କ ପୂଜାର୍ଚ୍ଚନା କରାଯାଉଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ