ଓଡିଶା

odisha

ETV Bharat / state

ଠାକୁରଙ୍କୁ ବି ଛାଡିଲେନି ଲୁଟେରା, ମନ୍ଦିରରେ ବୁଲାଇଲେ କଳାକନା - ମା କଇରୀ ବଘେଇ ମନ୍ଦିରରୁ ଚୋରି

ଖୋର୍ଦ୍ଧା ରାଉତପଡା ଗ୍ରାମର ଆରାଧ୍ୟ ଦେବୀ ମା'ଙ୍କ ମନ୍ଦିରରୁ ଚୋରି । ଲକ୍ଷାଧିକ ଟଙ୍କାର ମା'ଙ୍କ ଅଳଙ୍କାର,ଘଣ୍ଟି , ଘଣ୍ଟା ସହ ବିଭିନ୍ନ ଆସବାବପତ୍ର ଚୋରି କରିନେଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

ଠାକୁରଙ୍କୁ ବି ଛାଡି ନେଲି ଲୁଟେରା,  ମନ୍ଦିରରୁ ଲୁଟିଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର
ଠାକୁରଙ୍କୁ ବି ଛାଡି ନେଲି ଲୁଟେରା, ମନ୍ଦିରରୁ ଲୁଟିଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର

By

Published : Apr 25, 2022, 1:55 PM IST

ଖୋର୍ଦ୍ଧା:ମା' କଇରୀ ବଘେଇ ମନ୍ଦିରରୁ ଚୋରି । ଲକ୍ଷାଧିକ ଟଙ୍କାର ମା'ଙ୍କ ଅଳଙ୍କାର, ଘଣ୍ଟି, ଘଣ୍ଟା ସହ ବିଭିନ୍ନ ଆସବାବପତ୍ର ଚୋରି କରିନେଲେ ଦୁର୍ବୃତ୍ତ । ଖୋର୍ଦ୍ଧା ରାଉତପଡା ଗ୍ରାମର ଆରାଧ୍ୟ ଦେବୀ ମା'ଙ୍କ ମନ୍ଦିରରୁ ଚୋରି ହୋଇଥିବା ବେଗୁନିଆ ଥାନାରେ ଅଭିଯୋଗ ହୋଇଛି ।

ଠାକୁରଙ୍କୁ ବି ଛାଡି ନେଲି ଲୁଟେରା, ମନ୍ଦିରରୁ ଲୁଟିଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର

ଗତକାଲି (ରବିବାର) ବିଳମ୍ବିତ ରାତିରେ ଦୁର୍ବୃତ୍ତ ମନ୍ଦିରର ତାଲା ଭାଙ୍ଗି ମାଙ୍କ ଅଳଙ୍କାର, ମନ୍ଦିରରେ ଲାଗିଥିବା 15ଟି ପିତ୍ତଳ ଘଣ୍ଟି ସହ ଗୋଟେ ଘଣ୍ଟା ଏବଂ ମନ୍ଦିର ପ୍ରାଙ୍ଗଣରେ ଥିବା ଦାନ ହୁଣ୍ଡି ଭାଙ୍ଗି ପଇସା ଚୋରି କରିଥିବା ଜଣାପଡ଼ିଛି । ଏନେଇ ମନ୍ଦିର କମିଟି ଓ ଗ୍ରାମବାସୀ ଥାନାରେ ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉକି ଗତ କିଛି ଦିନ ହେବ ଅଞ୍ଚଳରେ ବାରମ୍ଵାର ଚୋରି ହୋଇଥିବା ବେଳେ ପୋଲିସ ତରଫରୁ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ା କଡ଼ି କରିବାକୁ ସାଧାରଣରେ ଦାବି ହେଉଛି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details