ଓଡିଶା

odisha

ETV Bharat / state

ବଙ୍ଗୋପସାଗରରେ ସକ୍ରିୟ ହେଉଛି ଲଘୁଚାପ, ଆଜି ସନ୍ଧ୍ୟାରେ ଅବପାତ

ବଙ୍ଗୋପସାଗରରେ ଆସୁଛି ପୁଣି ଏକ ବାତ୍ୟା । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଅଧିକ ପଢ଼ନ୍ତୁ

By

Published : Dec 6, 2022, 12:17 PM IST

Updated : Dec 6, 2022, 1:22 PM IST

low pressure to move into depression over southeast bay of bengal by evening today
ବଙ୍ଗୋପସାଗରରେ ସକ୍ରିୟ ହେଉଛି ଲଘୁଚାପ, ଆଜି ସନ୍ଧ୍ୟାରେ ଅବପାତ

ଭୁବନେଶ୍ବର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆଜି (ମଙ୍ଗଳବାର) ସୁଦ୍ଧା ଅବପାତର ରୂପ ନେବ ଲଘୁଚାପ । ପରବର୍ତ୍ତୀ ସମୟରେ ଅବପାତ ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ବାତ୍ୟାର ରୂପ ନେବା ପରେ ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ୮ ତାରିଖ ବେଳକୁ ତାମିଲନାଡୁ, ପୁଡୁଚେରୀ ତଥା ଦକ୍ଷିଣ ଆନ୍ଧ୍ର ଉପକୂଳ ଆଡକୁ ମୁହାଁଇବ । ଏହାର ପ୍ରଭାବରେ ତାମିଲନାଡୁ, ପୁଡୁଚେରୀ ତଥା ଦକ୍ଷିଣ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ହେଲେ ଏହାର ପ୍ରଭାବ ଓଡିଶା ଉପରେ ପଡିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ବଙ୍ଗୋପସାଗରରେ ସକ୍ରିୟ ହେଉଛି ଲଘୁଚାପ

ଏନେଇ ଆଞ୍ଚଳିକ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ କହିଛନ୍ତି, " ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତାକାଲି (ବୁଧବାର) ତାମିଲନାଡୁ, ପୁଡୁଚେରୀ ତଥା ଦକ୍ଷିଣ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି 8 ଏବଂ 9 ତାରିଖରେ ବର୍ଷାର ପ୍ରଭାବ ଯଥେଷ୍ଟ ଅଧିକ ରହିବାର ସମ୍ଭାବନା ଅଛି । ଦକ୍ଷିଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ଯୋଗୁଁ ସମୁଦ୍ର ଅଶାନ୍ତ ରହିବ । ତେଣୁ ଆସନ୍ତାକାଲି ଠାରୁ ଆନ୍ଧ୍ର ପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।" ଓଡ଼ିଶାରେ ସିଧାସଳଖ ଯଦିଓ ପ୍ରଭାବ ପଡ଼ିବ ନାହିଁ, କିନ୍ତୁ ବାହ୍ୟ ବଳୟ ସହ ଜଡ଼ିତ ମେଘଖଣ୍ଡ ଯୋଗୁଁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 6, 2022, 1:22 PM IST

ABOUT THE AUTHOR

...view details