ଓଡିଶା

odisha

ETV Bharat / state

ଦାନା ବାନ୍ଧୁଛି ଲଘୁଚାପ, 24 ଘଣ୍ଟାରେ ପ୍ରବଳ ବର୍ଷିବ - benga

ଆଗାମୀ 24 ଘଣ୍ଟା ଭିତରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ରାଜ୍ୟର ଅନେକ ଜିଲ୍ଲାକୁ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ । ସେପଟେ ଗ୍ରୀଷ୍ଣ ଲହରୀ ପିଛା ଛାଡୁନଥିବା ବେଳେ ଟିଟଲାଗଡରେ ସର୍ବାଧିକ 39.9 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ପଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Jun 27, 2019, 7:41 PM IST

ଭୁବନେଶ୍ବର: ବଙ୍ଗୋପସାଗରରେ ଘନିଭୂତ ହେଉଛି ଲଘୁଚାପ । ଆଗାମୀ 24 ଘଣ୍ଟା ଭିତରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ସୃଷ୍ଟି ହେଉଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ରାଜ୍ୟର ଅନେକ ଜିଲ୍ଲାକୁ ସତର୍କ ସୂଚନା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର


ଅନ୍ୟପଟେ ଆଭ୍ୟନ୍ତରୀଣ ଓଡିଶାରେ ଆଜି ସନ୍ଧ୍ୟା ସୁଦ୍ଧା ତାପମାତ୍ରା ହ୍ରାସ ପାଇବା ସହ ରାଜ୍ୟର ମୟୂରଭଞ୍ଜ, ରାୟଗଡା, କଳାହାଣ୍ଡି, ବରଗଡ଼, କଟକ, ନୂଆପଡ଼ା, ଗଞ୍ଜାମ, ବଲାଙ୍ଗୀର, ଖୋର୍ଦ୍ଧା, ସୁନ୍ଦରଗଡ, ସମ୍ବଲପୁର ଆଦି ଜିଲ୍ଲାରେ ବର୍ଷା ହେବାର ସୂଚନା ମିଳିଛି ।

ଗତ 24 ଘଣ୍ଟା ମଧ୍ୟରେ ମୟୂରଭଞ୍ଜର ତିରିଙ୍ଗ ଅଞ୍ଚଳରେ ସର୍ବାଧିକ 27.2 ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ରେ କମୁନି ଗ୍ରୀଷ୍ମ ଲହରୀ । ଏଠାରେ ସର୍ବାଧିକ 39.9 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆସନ୍ତା 30ରୁ ଜୁଲାଇ 1 ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।


ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details