ଓଡିଶା

odisha

ETV Bharat / state

Weather Update: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ସୃଷ୍ଟି ହେଲା ଘୂର୍ଣ୍ଣିବଳୟ - ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । 24 ଘଣ୍ଟା ଲଘୁଚାପର ରୂପ ନେବ । ଅଧିକ ପଢନ୍ତୁ

Weather Update
Weather Update

By ETV Bharat Odisha Team

Published : Nov 13, 2023, 1:34 PM IST

ଭୁବନେଶ୍ବର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଆସନ୍ତା 24 ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବ । ପରେ ଏହି ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଦକ୍ଷିଣ- ପୂର୍ବ ବଙ୍ଗୋପସାଗରରେ ନେବ ଅବପାତର ରୂପ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ଆସନ୍ତା 15 ତାରିଖରୁ ରାଜ୍ୟରେ ବଦଳିବ ପାଗ। ମେଘୁଆ ପାଗ ସହ ବର୍ଷାରେ ଭିଜିବ ସାରା ଓଡ଼ିଶା ।

ଏହା ମଧ୍ୟ ପଢନ୍ତୁWeather Update: ପୁଣି ଭିଜିବ ରାଜ୍ୟ, 14ରେ ଆଉ ଏକ ଲଘୁଚାପ !

ବିଶେଷ ଭାବେ ଦକ୍ଷିଣ ଉପକୂଳରେ ମେଘୁଆ ପାଗ ରହିବା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଜଗତସିଂହପୁର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ବାଲେଶ୍ୱର, କଟକ, ରାୟଗଡା, ମାଲକାନଗିରି, କୋରାପୁଟ ଓ ବାଲେଶ୍ୱର ଜିଲ୍ଲାରେ ବର୍ଷାର ସମ୍ଭାବନା ଥିବା ପୂର୍ବନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା 16 ତାରିଖରୁ ବଢିବ ବର୍ଷର ପରିମାଣ । ଉପକୂଳ ଓଡିଶା ସହ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି । ପରେ ପୁଣି 17 ଓ 18 ବେଳକୁ ବର୍ଷା ବଢିବ ବୋଲି ପାଣିପାଗ ବିଭାଗ କହିଛି ।

ଏହା ମଧ୍ୟ ପଢନ୍ତୁ-Weather Update: ପୁଣି ଭିଜିବ ରାଜ୍ୟ, 14ରେ ଆଉ ଏକ ଲଘୁଚାପ !

ଏହା ମଧ୍ୟ ପଢନ୍ତୁ-ବଙ୍ଗୋପସାଗରରେ ସକ୍ରିୟ ସୁଦୃଶ ଲଘୁଚାପ, 3ଦିନ ସାରା ଓଡିଶାରେ ପ୍ରବଳ ବର୍ଷା

ଏହି ଦୁଇଦିନ ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ରାଜ୍ୟରେ ବର୍ତ୍ତମାନ ଶୁଖିଲା ପାଗ ଥିବା ସହ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ରହୁଛି। ଏହାକୁ ନେଇ ଯଦିଓ ଶୀତ ଅଧିକ ନାହିଁ ସ୍ୱାଭାବିକ ଠାରୁ 2 ରୁ 3 ଡିଗ୍ରୀ ପାରଦ କମିଛି । ଦକ୍ଷିଣ-ଆଣ୍ଡାମାନ ସାଗର ରେ ଏକ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ମଧ୍ୟଭାଗ ଯାଏଁ ସକ୍ରିୟ ରହିଥିବା ବେଳେ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଅନ୍ୟ ଏକ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ 1.5 କିମି ଯାଏଁ ସକ୍ରିୟ ରହିଛି । ଅକ୍ଟୋବର 21 ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା । ଏହାର ପ୍ରଭାବରେ ଉପକୂଳ ଜିଲ୍ଲା ଓ ଏହାର ପାର୍ଶ୍ବବର୍ତ୍ତୀ ଗୋଟିଏରୁ 2ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା ।

ABOUT THE AUTHOR

...view details